ETV Bharat / bharat

ପୋଞ୍ଜି ମନିଲଣ୍ଡ୍ରିଂ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ED ସମନ - ଅଭିନେତା ପ୍ରକାଶ ରାଜ

ଇଡି ସ୍କାନରରେ ଜଣାଶୁଣା ଅଭିନେତା ପ୍ରକାଶ ରାଜ । 100 କୋଟିର ‘ପୋଞ୍ଜି ମନିଲଣ୍ଡ୍ରିଂ’ ମାମଲାରେ ହାଜର ହେବା ପାଇଁ ନୋଟିସ । ଅଧିକ ପଢନ୍ତୁ

ମନିଲଣ୍ଡ୍ରିଂ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ଇଡି ନୋଟିସ୍‌

author img

By ETV Bharat Odisha Team

Published : Nov 23, 2023, 8:53 PM IST

ଚେନ୍ନାଇ: ମନିଲଣ୍ଡ୍ରିଂ ମାମଲାରେ ଜଣାଶୁଣା ଅଭିନେତା ପ୍ରକାଶ ରାଜଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । ତାମିଲନାଡୁର ତିରୁଚିରାପଲ୍ଲୀ ସ୍ଥିତି ଜୁଏଲାରୀ ଗ୍ରୁପ ‘ପ୍ରଣବ ଜୁଏଲାର୍ସ’ ସହ ଜଡିତ 100 କୋଟିର ପୋଞ୍ଜି ଆର୍ଥିକ ହେରଫେର (ponzi and fraud case) ମାମଲାରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରକୁ ଆସିଛନ୍ତି ପ୍ରକାଶ । ସେ ଆସନ୍ତା ମାସ (ଡିସେମ୍ବର) ପ୍ରଥମ ସପ୍ତାହରେ ଚେନ୍ନାଇ ସ୍ଥିତି ଇଡି ରାଜ୍ୟ ମୁଖ୍ୟାଳୟରେ ହାଜର ହୋଇ ତଦନ୍ତର ସାମ୍ନା କରିବେ ।

ଏହା ପୂର୍ବରୁ 20 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ ପ୍ରଣବ ଜୁଏଲାର୍ସ କାର୍ଯ୍ୟାଳୟରେ ଚଢାଉ ମଧ୍ୟ କରିସାରିଛି । ଏହି ଚଢାଉରେ ନିବେଶ ସମ୍ପର୍କିତ ବହୁ ଜରୁରୀ ଦଲିଲ୍‌, ନଗଦ 23.70 ଟଙ୍କା ଓ କିଛି ସୁନା ଅଳଙ୍କାର ଜବତ ହୋଇଥିବା ଇଡି ସେତେବେଳେ ସୂଚନା ଦେଇଥିଲା । ତେବେ ଏହି ଗୋଲ୍ଡ ଜୁଏଲାରୀ ଫାର୍ମର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ଜଣାଶୁଣା ଅଭିନେତା ପ୍ରକାଶ ରାଜ । ସେ ଏବେ ତଦନ୍ତ ପରିସରକୁ ଆସିଛନ୍ତି ।

ତେବେ ଅଭିଯୋଗ ଅନୁସାରେ, ପ୍ରଣବ ଜୁଏଲାର୍ସ ଏକ ହାଇ ରିଟର୍ଣ୍ଣ ଗ୍ୟାରେଣ୍ଟି ସହିତ ଗୋଲ୍ଡ ନିବେଶ ଯୋଜନା ଆରମ୍ଭ କରି ସାଧାରଣ ଜମାକାରୀଙ୍କଠୁ ପ୍ରାୟ 100 କୋଟିର ଜମାରାଶି ସଂଗ୍ରହ କରିଥିଲା । ହାଇ ରିଟର୍ଣ୍ଣ ପଲିସି ପ୍ରଲୋଭନରେ ଏହି ସଂସ୍ଥା ଏହି ସ୍କିମ ଆରମ୍ଭ କରିଥିଲା ବେଳେ ଏହାର ବ୍ରାଣ୍ଡ ଆମ୍ବାସଡର ଥିଲେ ପ୍ରକାଶ ରାଜ । ପ୍ରଥମେ ତାମିଲନାଡୁ ଅର୍ଥନୈତିକ ଅପରାଧିକ ଶାଖା (EOW) ପ୍ରଣବ ଜୁଏଲାର୍ସ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଏହି ମାମଲାର ତଦନ୍ତଭାର କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗ୍ରହଣ କରିବା ପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ବରିତ ହୋଇଥିଲା । 20 ତାରିଖରେ ଇଡି ପ୍ରଣବ ଜୁଏଲାର୍ସ କାର୍ଯ୍ୟାଳୟରେ ଚଢାଉ କରିଥିବା ବେଳେ ଏବେ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର ଥିବା ପ୍ରକାଶ ରାଜଙ୍କୁ ଜେରା ପାଇଁ ନୋଟିସ ଜାରି କରିଛି । ଏନେଇ ପ୍ରକାଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ :-ରାହୁଲଙ୍କଠୁ ବଳିଗଲେ ଦିଦି: କହିଲେ ‘ପାପୀ’ଙ୍କ ପାଇଁ ଫାଇନାଲରେ ହାରିଲା ଭାରତ

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ବଲିଉଡରେ ଅଭିନୟ କରିଥିବା ଏହି ବରିଷ୍ଠ ଅଭିନେତା ରାଜନୀତିରେ ମଧ୍ୟ ସକ୍ରିୟ । ସେ ବିଜେପି ବିରୋଧୀ ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ ସମାଲୋଚନା ଭାବେ ମଧ୍ୟ ବେଶ ଜଣାଶୁଣା । ଅନେକ ଖୋଲାମଞ୍ଚରେ ସେ ବିଜେପି ସରକାରକୁ ସମାଲୋଚନା କରିଥିବାର ନଜିର ରହିଛି । 2019 ସାଧାରଣ ନିର୍ବାଚନରେ ସେ ବେଙ୍ଗାଲୁରୁ-ସେଣ୍ଟ୍ରାଲ ସଂସଦୀୟ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଅନେକ ପ୍ରସଙ୍ଗରେ ସେ ବିଜେପି ସରକାରର ନୀତି ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥାନ୍ତି । ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସମୟରେ ମଧ୍ୟ ତାଙ୍କ ବ୍ୟଙ୍ଗଚିତ୍ର ଟ୍ବିଟ ତାଙ୍କୁ ବିବାଦ ଘରେକୁ ଟାଣିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.