ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ମିଲିଲା ରସାୟନିକ ଉପାଦାନ ଗନ୍ଧକ ବା ସଲଫରର ଉପସ୍ଥିତି । ଆଜି ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ରସାୟନିକ ଉପାଦନ ସମ୍ପର୍କରେ ଏହି ସୂଚନା ପ୍ରେରଣ କରିଛି । ଚନ୍ଦ୍ରଯାନ-3 ରୋଭର ‘ପ୍ରଜ୍ଞାନ’ ରେ ଲାଗିଥିବା ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପି (LIBS) ଯନ୍ତ୍ରାଂଶ ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ମୌଳିକ ସଂରଚନା ଉପରେ ପ୍ରଥମ ଇନ-ସିଟ୍ ଅନୁଧ୍ୟାନ କରାଯାଇଛି । ଏହି ଅନୁଧ୍ୟାନରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବା ସ୍ପଷ୍ଟ ହେବା ସହ ପୃଥିବୀପୃଷ୍ଠରେ ମିଳୁଥିବା ଅନ୍ୟ କିଛି ରସାୟନିକ ଉପାଦାନ ମଧ୍ୟ ଥିବା ଆଂଶିକ ସୂଚନା ମଳିଛି ।
-
Chandrayaan-3 Mission:
— ISRO (@isro) August 29, 2023 " class="align-text-top noRightClick twitterSection" data="
In-situ scientific experiments continue .....
Laser-Induced Breakdown Spectroscope (LIBS) instrument onboard the Rover unambiguously confirms the presence of Sulphur (S) in the lunar surface near the south pole, through first-ever in-situ measurements.… pic.twitter.com/vDQmByWcSL
">Chandrayaan-3 Mission:
— ISRO (@isro) August 29, 2023
In-situ scientific experiments continue .....
Laser-Induced Breakdown Spectroscope (LIBS) instrument onboard the Rover unambiguously confirms the presence of Sulphur (S) in the lunar surface near the south pole, through first-ever in-situ measurements.… pic.twitter.com/vDQmByWcSLChandrayaan-3 Mission:
— ISRO (@isro) August 29, 2023
In-situ scientific experiments continue .....
Laser-Induced Breakdown Spectroscope (LIBS) instrument onboard the Rover unambiguously confirms the presence of Sulphur (S) in the lunar surface near the south pole, through first-ever in-situ measurements.… pic.twitter.com/vDQmByWcSL
LIBS ହେଉଛି ଏକ ଅତି ସୂକ୍ଷ୍ମ ବୈଜ୍ଞାନିକ ଅନୁଧ୍ୟାନ ପ୍ରଣାଳୀ, ଯାହା କଣିକାର ଗଠନକୁ ଲେଜର ପଲ୍ସ ପ୍ରକ୍ରିୟାରେ ଅତି ସୂକ୍ଷ୍ମ ଭାବେ ବିଶ୍ଳେଷଣ କରିବା ପାଇଁ ବିକଶିତ ହୋଇଛି । ଏହି ପ୍ରକ୍ରିୟାରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ଲେଜର ଗାଇଡେଡ ପ୍ରକ୍ରିୟାରେ ଚନ୍ଦ୍ରପୃଷ୍ଠରେ ଥିବା ଅତି କ୍ଷୁଦ୍ର ମାଟି କିମ୍ବା ପଥରର କଣିକାକୁ ଅତି ସୂକ୍ଷ୍ମ ଭାବେ ବିଶ୍ଳେଷଣ କରିପାରିବ । ସେହି କଣିକା ଉପରେ ଲେଜର ପଲ୍ସ ଅତ୍ୟଧିକ ଉତପ୍ତ ଏବଂ ଲୋକାଲ୍ ପ୍ଲାଜମା ସୃଷ୍ଟି କରିବ ଓ ଏହି ପ୍ଲାଜମାରୁ ଏହି କଣିକା ମୌଳିକ ସଂରଚନା ଉପରେ ଅତିି ସୂକ୍ଷ୍ମ ଅଧ୍ୟୟନ କରି ତଥ୍ୟ ହାସଲ କରାଯାଇପାରିବ । ଏହି ବିଶ୍ଳେଷଣ ପ୍ରଣାଳୀରେ ରୋଭର ‘ପ୍ରଜ୍ଞାନ’ ମଧ୍ୟ ଚନ୍ଦ୍ରପୃଷ୍ଠର କଣିକାରେ ସଲଫର ବା ଗନ୍ଧକ ଥିବା ସ୍ପଷ୍ଟ କରିଛି ।
କେବଳ ସଲଫର ନୁହେଁ ବରଂ ପ୍ରାଥମିକ ବିଶ୍ଳେଷଣରୁ ଏହା ମଧ୍ୟ ଜଣାପଡିଛି ଯେ, ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ (Al),କ୍ୟାଲସିୟମ୍ (Ca), ଆଇରନ୍ (Fe), କ୍ରୋମିୟମ୍ (Cr), ଏବଂ ଟାଇଟାନିୟମ୍ (Ti) ର ଉପସ୍ଥିତି ମଧ୍ୟ ଗ୍ରାଫିକାଲ ଭାବେ ରହିଛି । ଏହି ଉପାଦାନଗୁଡିକର ଉପସ୍ଥିତି ଆଶିଂକ ଭାବେ ଜଣାପଡିଥିବା ବେଳେ କିଛି ପର୍ଯ୍ୟାୟର ବିଶ୍ଳେଷଣ ପରେ ସ୍ପଷ୍ଟ ହୋଇପାରେ । କେବଳ ଏତିକି ନୁହେଁ ବରଂ ମାଙ୍ଗାନିଜ୍ (Mn), ସିଲିକନ୍ (Si), ଏବଂ ଧାତବ ଅମ୍ଳଜାନ (O) ର ଉପସ୍ଥିତି ମଧ୍ୟ ଥିବା ପ୍ରାଥମିକ ତଥ୍ୟ ମିଳିଛି । ଏବେ ହାଇଡ୍ରୋଜେନର ଉପସ୍ଥିତି ସମ୍ପର୍କରେ ଅନୁସନ୍ଧାନକୁ ତୀବ୍ର କରିଛି ଇସ୍ରୋ ।
23 ତାରିଖ ସଂଧ୍ୟାରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳ ଲ୍ୟାଣ୍ଡିଂ ପରେ ଏବେ ରୋଭର ‘ପ୍ରଜ୍ଞାନ’ ଗତ 7 ଦିନ ହେବ ତାର କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରଖିଛି । ପ୍ରାଥମିକ ସର୍ବେକ୍ଷଣରେ ଏହା ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରାୟ 50 ଡିଗ୍ରୀରୁ -10 ଡିଗ୍ରୀ ମଧ୍ୟରେ ରହୁଥିବା ନେଇ ସୂଚନା ଦେଇସାରିଛି । ଏବେ ଚନ୍ଦ୍ରପୃଷ୍ଠ ଗଠନର ଗୁରୁତ୍ବପୂର୍ଣ୍ଣ ରସାୟନିକ ସଂରଚନା ନେଇ ବଡ ତଥ୍ୟ ଦେଇଛି ପ୍ରଜ୍ଞାନ । ଆଉ 7 ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବାକୁ ଥିବା ରୋଭର ପ୍ରଜ୍ଞାନ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବା ନେଇ ମଧ୍ୟ ଇସ୍ରୋ ଓ ସମଗ୍ର ଦେଶବାସୀ ଆଶା ରଖିଛନ୍ତି । ଏହି ସଦ୍ୟତମ ତଥ୍ୟ ସହ ଭାରତର ଲ୍ୟାଣ୍ଡିଂ ପୂର୍ବରୁ ଅଣଆବିସ୍କୃତ ରହିଥିବା ଚନ୍ଦ୍ରର ଦକ୍ଷିଣ ମେରୁରେ ଜୀବସତ୍ତାର ସମ୍ଭାବନା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ