ଥିରୁଅନନ୍ତପୁରମ୍: ବିବାହକୁ ନେଇ ନବ ଦମ୍ପତି ମଧ୍ୟରେ ଦେଖିବାକୁ ମିଳିଥାଏ ବିଭିନ୍ନ ପ୍ରକାରର କ୍ରେଜ । ଆଜି କାଲି ବିବାହ ପୂର୍ବରୁ ଉଭୟ ପୁଅ ଓ ଝିଅ ଏହାକୁ ଅଧିକ ସ୍ମରଣୀୟ କରିବା ଲାଗି କରୁଛନ୍ତି ପ୍ରି-ୱେଡିଙ୍ଗ ଓ ପୋଷ୍ଟ ୱେଡିଙ୍ଗ । ତେବେ ଆଜି( ସୋମବାର) ବିବାହର ପରବର୍ତ୍ତୀ ସୁଟିଂ ବେଳେ କେରଳରେ ଘଟଛି ଏକ ଅଘଟଣ ।
ସୂଚାନା ଅନୁସାରେ, କେରଳର କୋଜିକୋଡେ ନିକଟ କୁଟିଆଡିରେ ବିବାହ ପରେ ଫଟୋ ଉଠାଉଥିବା ବେଳେ ନଦୀରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଉଭୟ ସ୍ବାମୀ ଓ ସ୍ତ୍ରୀ । ଏହା ପରେ ସ୍ଥାନୀୟ ଲୋକେ ଦେଖିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ କାଦିଆଙ୍ଗାଦର ମୂଳ ବାସିନ୍ଦା ରେଜିଲ ଏବଂ ତାଙ୍କ ପତ୍ନୀ କାର୍ତ୍ତିକା କୁଟିଆଡି ନଦୀରେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ ।
ଅନ୍ୟପଟେ ଏମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ରଜିଲଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣକ ମାଲାବାର ମେଡିକାଲ କଲେଜରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ମାର୍ଚ୍ଚ ୧୪ରେ ଏହି ଦମ୍ପତି ବିବାହ କରିଥିଲେ ଏବଂ ବିବାହ ପରବର୍ତ୍ତୀ ଫଟୋ ସୁଟ୍ ପାଇଁ ନଦୀକୁ ଆସିଥିଲେ ବୋଲି ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ