ETV Bharat / bharat

ଭୋଟ ପରବର୍ତ୍ତୀ ଆକଳନ: ପୂର୍ବରେ ଝୁଲା, ଦକ୍ଷିଣରେ ନିର୍ଣ୍ଣାୟକ

ମେ’ 2ରେ ଚାରିଟି ରାଜ୍ୟ ଆସାମ, ପଶ୍ଚିମ ବଙ୍ଗ, ତାମିଲନାଡୁ, କେରଳ ଓ କେନ୍ଦ୍ରଶାସିତ ପୁଡୁଚେରୀରେ ଷ୍ଟ୍ରଙ୍ଗ୍ ରୁମରୁ ଯେତେବେଳେ ଇଭିଏମ୍ ଅଣାଯାଇ ଖୋଲାଯିବ ସେତେବେଳେ ଅନେକ ପ୍ରାର୍ଥୀଙ୍କ ଭାଗ୍ୟଫଳ ପ୍ରକାଶ ପାଇବ । ଅଧିକ ପଢନ୍ତୁ...

author img

By

Published : Apr 30, 2021, 7:31 AM IST

Updated : Apr 30, 2021, 9:52 AM IST

ଭୋଟ ପରବର୍ତ୍ତୀ ଆକଳନ
Post poll projections

ମେ’ 2ରେ ଚାରିଟି ରାଜ୍ୟ ଆସାମ, ପଶ୍ଚିମ ବଙ୍ଗ, ତାମିଲନାଡୁ, କେରଳ ଓ କେନ୍ଦ୍ରଶାସିତ ପୁଡୁଚେରୀରେ ଷ୍ଟ୍ରଙ୍ଗ୍ ରୁମରୁ ଯେତେବେଳେ ଇଭିଏମ୍ ଅଣାଯାଇ ଖୋଲାଯିବ ସେତେବେଳେ ଅନେକ ପ୍ରାର୍ଥୀଙ୍କ ଭାଗ୍ୟଫଳ ପ୍ରକାଶ ପାଇବ । ବିଭିନ୍ନ ରାଜ୍ୟରେ ଅନ୍ତତଃ ଛଅ ଜଣ ପ୍ରାର୍ଥୀ କୋରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାରୁ କେତେକ ପ୍ରାର୍ଥୀ ଜାଣି ପାରୁନାହାଁନ୍ତି ସେମାନଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ । ତଥାପି ଏହା ଏକ ନିର୍ବାଚନ ଯାହା କି ଅନେକଙ୍କ ପାଇଁ ଜୋରଦାର ଲଢେଇ ହେବ ଏବଂ ଏହା କିଛି ଦିନ ପାଇଁ ସ୍ମରଣୀୟ ହୋଇ ରହିବ ।

ପଶ୍ଚିମ ବଙ୍ଗ ଓ ଏହାର 294ଟି ବିଧାନସଭା ଆସନରେ ଏଥର ଯାହା ସବୁ ଘଟିଲା ତାହା ପୂର୍ବରୁ ଭାରତରେ କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନରେ ଏପରି ଦେଖାଦେଇନଥିଲା । ଆଠ ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଥିବା ନିର୍ବାଚନ କମିଶନଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଶାସକ ତ୍ରୁଣମୂଳ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବା ପାଇଁ ବିଜେପିର ଆପ୍ରାଣ ଉଦ୍ୟମ ଏବଂ କଂଗ୍ରେସ ଏକ ନୂଆ ଅଂଶୀଦାର ଆବାସ ସିଦ୍ଦିକଙ୍କ ଦ୍ବାରା ଗଠିତ ଅଲ ଇଣ୍ଡିଆ ସେକୁଲାର ଫ୍ରଣ୍ଟ (ଏଆଇଏସଏଫ) ସହିତ ମେଣ୍ଟ ଗଠନ ଆଦି ନୂଆ ନୂଆ ଚିତ୍ର ଏଥର ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା । କୋଭିଡ୍ ସଂକ୍ରମଣ କାରଣରୁ ଦୁଇଟି ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ 292ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।

ଭୋଟ ପରବର୍ତ୍ତୀ ଆକଳନ
ଭୋଟ ପରବର୍ତ୍ତୀ ଆକଳନ

10 ବର୍ଷର ଶାସକ ବିରୋଧୀ ହାୱା ଏବଂ ରାଜ୍ୟର ଦକ୍ଷିଣ ଭାଗରେ ବିଶେଷ କରି ସାମୁଦ୍ରିକ ଝଡ଼ବାତ୍ୟା ଅମ୍ଫାନ ପରବର୍ତ୍ତୀ ସମୟରେ ପାତରଅନ୍ତର ଓ ପକ୍ଷପାତିତା ନୀତି ଯୋଗୁଁ ବୃଦ୍ଧି ପାଇଥିବା ଜନଅସନ୍ତୋଷର ସାମନା କରି ମମତା ନିର୍ବାଚନ ପ୍ରଚାରରେ ଓହ୍ଲାଇଥିଲେ ଏବଂ ସେ ଲଢୁଥିବା ନନ୍ଦିଗ୍ରାମରୁ ଆରମ୍ଭ କରି ସବୁଠି ନୂଆ ବିରୋଧୀ ଶକ୍ତି ଭାବେ ଉଭା ହୋଇଥିବା ବିଜେପିଠାରୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲେ । ନେତାଜୀ ସୁବାସ ଚନ୍ଦ୍ର ବୋଷ, ସତ୍ୟଜିତ ରାୟ ଏବଂ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଭଳି ତାରକାଙ୍କ ବାସସ୍ଥାନ ଥିବା ଦକ୍ଷିଣ କୋଲକାତାର ଭବାନୀପୁର ଆସନ ଛାଡି ନନ୍ଦିଗ୍ରାମରୁ ଲଢିଥିଲେ । ଭବାନୀପୁର ଆସନଟିକୁ ସେ ଦଳର ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଛାଡି ଦେଇଥିଲେ ।

ବାମ ସାମ୍ମୁଖ୍ୟ ଓ କଂଗ୍ରେସ ସ୍ଥିତି ଦୁର୍ବଳ ହେବା ପରେ ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ଏହାପରେ ବିଜେପି ପୂର୍ବ ଭାରତର ଏହି ରାଜ୍ୟକୁ ଦଖଲ କରିବାକୁ ତାହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଯାଏଁ ସମସ୍ତେ ରାଜ୍ୟକୁ ଜଣଙ୍କ ପରେ ଜଣେ କରି ଲାଇନ୍ ଲଗାଇ ଦେଇଥିଲେ । ଲୋକଙ୍କ ସମର୍ଥନ ଜୁଟାଇବା ପାଇଁ ଦିନରାତି ଏକ କରି ଦେଇଥିଲେ ।

ଧ୍ରୁବୀକରଣ ଏବଂ ଆଞ୍ଚଳିକ ଜାତି ଆଧାରରେ ଏଥର ବଙ୍ଗଳାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ସମୟରେ ବାଂଲାଦେଶ ଗସ୍ତରେ ଯିବା ଅବସରରେ ପ୍ରଧାନମନ୍ତ୍ରୀ ସୀମାନ୍ତରେ ଥିବା ଏକ ମନ୍ଦିରକୁ ଯାଇ ମାତୁଆ ସମ୍ପ୍ରଦାୟର ମନ କିଣିବାକୁ ଚେଷ୍ଟା କରିଥିଲେ । ଅମିତ ଶାହ ଉତ୍ତର ବଙ୍ଗଳାର ରାଜବଂଶୀ ସମ୍ପ୍ରଦାୟର ଲୋକଙ୍କ ପାଖରେ ବାରମ୍ବାର ପହଞ୍ଚିଥିଲେ, ଯେଉଁମାନଙ୍କର ପ୍ରଭାବ ପାଖାପାଖି 35ଟି ଆସନରେ ରହିଛି । ବିଜେପି ପ୍ରଚାର ବେଳେ କୌଣସି ଉଦ୍ୟମ ଛାଡିନାହିଁ । ଏଥରେ ରାଜ୍ୟରେ ହୋଇଥିବା ପ୍ରଚାର ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଶାହ ଓ ନଡ୍ଡାଙ୍କଠାରୁ ଆରମ୍ଭ କରି ରାଜ୍ୟ ଶାଖା ସଭାପତି ଏବଂ ଦିଲୀପ ଘୋଷଙ୍କ ଯାଏଁ ସମସ୍ତେ ସମାଜରର ସବୁଠାରୁ ଅବହେଳିତ ଅବସ୍ଥାରେ ରହିଥିବା ଲୋକଙ୍କ ପାଖରେ ପହଞ୍ଚି ପ୍ରଚାରରେ ପୂରା ଶକ୍ତି ଲଗାଇ ଦେଇଥିଲେ ।

ମମତା ବାନାର୍ଜୀଙ୍କୁ ଜଣାଥିଲା ଯେ ଏଥର ପ୍ରତିଦ୍ବନ୍ଦ୍ବିତା ତାଙ୍କ ପାଇଁ ଅତି ଜୋରଦାର ରହିବ । ବିଜେପି ଜାଣିଥିଲା ଯେ, ମମତାଙ୍କ ଲୋକପ୍ରିୟତା ଆଗରେ ତାଙ୍କୁ ଚ୍ୟାଲେଞ୍ଜ ଦେବା ଭଳି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦଳ ପାଖରେ ନାହିଁ । ଅନେକ ପୁରୁଣା ନେତାଙ୍କୁ ବାଦ୍ ଦେଇ ଦକ୍ଷ ଏବଂ ଯୁବନେତାଙ୍କୁ ପ୍ରାର୍ଥୀ କରି ଏକ ତାଜା ହାୱା ସୃଷ୍ଟି କରିବାର ପ୍ରୟାସ କରିଥିଲେ ସୁଦ୍ଧା ବାମ ସାମ୍ମୁଖ୍ୟ, କଂଗ୍ରେସ ଓ ସେମାନଙ୍କ ମିତ୍ର ଦଳ ଜାଣିଥିଲେ ଯେ, ସେମାନଙ୍କ ବିଜୟ ସମ୍ଭାବାନ ବହୁତ କମ୍ ।

ଭୋଟ ପରବର୍ତ୍ତୀ ଆକଳନ
ଭୋଟ ପରବର୍ତ୍ତୀ ଆକଳନ

କିନ୍ତୁ ଇଟିଭି ଭାରତର ଭୋଟ ଆକଳନ ଦର୍ଶାଇଛି ଯେ, କୌଣସି ବି ଦଳ ମ୍ୟାଜିକ ସଂଖ୍ୟା 148 ପାଖାପାଖି ପହଞ୍ଚି ପାରିବ, ଯଦ୍ବାରା ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ଏକ ଦଳକୁ ସ୍ପଷ୍ଟ ଜନାଦେଶ ମିଳିପାରିବ । ଆକଳନ ଅନୁଯାୟୀ ତୃଣମୂଳ କଂଗ୍ରେସକୁ ଅଧିକ ହେଲେ 131 ଏବଂ ବିଜେପିକୁ ପାଖାପାଖି 126 ଆସନ ମିଳିପାରିବ । ବାମ ସାମ୍ମୁଖ୍ୟ ଓ ଏହାର ମିତ୍ର ଦଳଗୁଡ଼ିକ 32ଟି ଆସନରେ ଜିତିବାକୁ ଥିବା ବେଳେ ଅନ୍ୟାନ୍ୟଙ୍କୁ 3ଟି ଆସନ ମିଳିବ ।

ବଙ୍ଗଳାରେ ଅସ୍ପଷ୍ଟ ଜନାଦେଶ ଘୋଡାବେପାର ସ୍ଥିତି ସୃଷ୍ଟି କରିବ କି? ସର୍ଭେ ରିପୋର୍ଟ ଭୁଲ ପ୍ରମାଣିତ ହେବ କି ଏବଂ ଗୋଟିଏ ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାର ସମର୍ଥନ ମିଳିଯିବ କି? ଇଭିଏମ୍ ପ୍ୟାକିଂ ସହ ଏବେ ସିଲ୍ ହୋଇ ରହିଛି। ମେ 2ରେ ଏସବୁର ଉତ୍ତର ମିଳିବ ।

ପାହାଡ ପର୍ବତ ଓ ଚା’ବଗିଚାର ସବୁଜିମା ଭରା ଆସାମରେ ତିନି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଠାରେ ମୂଳତଃ ବିଜେପି ଏବଂ କଂଗ୍ରେସ ପରିଚାଳିତ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ) ମହାମେଣ୍ଟ ମଧ୍ୟରେ ସିଧାସଳଖ ଲଢେଇ ଅନୁଷ୍ଠିତ ହେଉଛି । କଂଗ୍ରେସ ମେଣ୍ଟରେ ଅନ୍ୟ ସାତଟି ଦଳ ରହିଛନ୍ତି । ଉତ୍ତର ପୂର୍ବୋତ୍ତର ଯିବା ଲାଗି ଏହି ମୁଖଶାଳା ରାଜ୍ୟରେ ଇଟିଭି ଭାରତର ଆକଳନରୁ କିଛି ଆକର୍ଷଣୀୟ ସଂଖ୍ୟାର ଚିତ୍ର ମିଳିଛି ।

ଆକଳନ ଅନୁଯାୟୀ ରାଜ୍ୟର ମୋଟ 126ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ପାଖାପାଖି 64ଟି ଆସନ ମିଳିବାର ସମ୍ଭାବନା ରହିଛି, ଅପରପକ୍ଷରେ କଂଗ୍ରେସ ପରିଚାଳିତ ମହାମେଣ୍ଟକୁ ପ୍ରାୟ 55ଟି ଆସନ ମିଳିପାରେ । ନବଗଠିତ ଆସାମ ଜାତୀୟ ପରିଷଦ (ଏଜେପି) ଏବଂ ଜେଲରେ ଥିବା କୃଷକ ଆନ୍ଦୋଳନ ନେତା ଅଖିଳ ଗୋଗୋଇଙ୍କ ରାଇଜୋର ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ଅବଶିଷ୍ଟ 7ଟି ଆସନ ମିଳିପାରେ ।

ଆସାମରେ ଗତ ପାଞ୍ଚ ବର୍ଷ ଭିତରେ ବିଜେପିର ବିକାଶମୂଳକ କାର୍ଯ୍ୟକ୍ରମ ନେଇ ଭୋଟରଙ୍କ ମଧ୍ୟରେ ମନରେ ବାରମ୍ବାର ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ରାଜ୍ୟର ବିକାଶକୁ ପ୍ରସଙ୍ଗ କରି ବିଜେପି ଦ୍ବିତୀୟ ଥର ପାଇଁ ସରକାର ଗଠନ ପାଇଁ ଲୋକଙ୍କ ପାଖରେ ପହଞ୍ଚିଥିଲା । କିନ୍ତୁ ଭୋଟର ଏ ନେଇ ସ୍ଥିର କରିପାରୁନଥିଲେ ଏବଂ କଂଗ୍ରେସ ଉଠାଇଥିବା ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ବିରୋଧାଭାସ ପ୍ରକାଶ ପାଇଥିଲା । ବାଦ୍ରାଉଦ୍ଦିନ ଆଜମଲହ୍କ ଏଆଇୟୁଡିଏଫ ସହିତ ମେଣ୍ଟ କରି ଦେଶର ସବୁଠାରୁ ପୁରୁଣା ଦଳ ଆହୁରି ମଧ୍ୟ ତାହାର ପୁରୁଣା ଭୋଟ ବ୍ୟାଙ୍କ ସଂଖ୍ୟାଲଘୁଙ୍କ ସମର୍ଥନ ପାଇବା ଆଶା ରଖିଛି । ଏହାବାଦ୍ ବୋଡୋଲାଣ୍ଡ ପିପୁଲସ ଫ୍ରଣ୍ଟ (ବିପିଏଫ) ସହିତ ମେଣ୍ଟ ଯୋଗୁଁ ଏହି ଗୋଷ୍ଠୀର ପ୍ରଭାବ ଥିବା 12ଟି ଆସନରେ କଂଗ୍ରେସକୁ ଫାଇଦା ଦେଇପାରେ । ଆସାମ ହୁଏତ ବିଜେପି ପାଖକୁ ପୁଣି ଥରେ ଯାଇପାରେ, କିନ୍ତୁ ଏହା ସେତେଟା ସହଜସାପେକ୍ଷ ହୋଇ ପାରିବ ନାହିଁ । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ପ୍ରଭାବ ଉପ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ ଆଗରେ କ୍ରମଶଃ ମଳିନ ପଡିଯାଉଥିବାରୁ ସ୍ଥିତିରେ ପରିବର୍ତ୍ତନକୁ ଦେଖି ସବୁ କିଛି ଓଲଟପାଲଟ ହୋଇପାରେ ।

ପୂର୍ବ ଭାରତରୁ ଏବେ ଯିବା ଦକ୍ଷିଣକୁ

2016ରେ ଅଳ୍ପକେ ନିର୍ବାଚନ ହାରି ଯାଇଥିବା ଡିଏମକେ ଏଥର ତାମିଲନାଡୁରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି ଏବଂ ଦଳର ସଭାପତି ଏମକେ ଷ୍ଟାଲିନ୍ ହେବେ ମୁଖ୍ୟମନ୍ତ୍ରୀ । ‘ଇଟିଭି ଭାରତ’ କରିଥିବା ନିର୍ବାଚନ ବାହୁଡାମତ ସର୍ଭେରୁ ଏହା ଜଣାପଡିଛି । କ୍ଷମତାକୁ ଆସିବା ପରଠାରୁ କେନ୍ଦ୍ରରେ ଏନଡିଏ ସରକାରକୁ ସମର୍ଥନ ଦେବା ସହ ଆନ୍ନାଡିଏମକେକୁ ଏକାଠି କରି ରଖିବାରେ ସକ୍ଷମ ହୋଇଥିବା ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ ପାଲାନିସ୍ବାମୀଙ୍କ ପାଇଁ ଯାତ୍ରା ଏଠାରେ ଶେଷ ହୋଇପାରେ । ସର୍ଭେ ରିପୋର୍ଟ ଆକଳନ ଅନୁଯାୟୀ ଡିଏମକେ ରାଜ୍ୟରେ ମୋଟ ବିଧାନସଭା ଆସନର ଅଧାରୁ ଅଧିକ ଆସନ ପାଇପାରେ, କନ୍ତୁ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଆଶା ତୁଳନାରେ ଦଳକୁ କମ୍ ଆସନ ମିଳିବ ।

ଗୋଟିଏ ସରକାରକୁ ଆଉ ଥରେ କ୍ଷମତାକୁ ଆଣିବା ପରିବର୍ତ୍ତେ ପରିବର୍ତ୍ତନକୁ ଅଧିକ ପସନ୍ଦ କରିଛନ୍ତି ତାମିଲନାଡୁ ଭୋଟର । ଏପ୍ରିଲ 6ରେ ହୋଇଥିବା ମତଦାନ ବେଳେ ଏହା ସେମାନେ ଭୋଟ ଜରିଆରେ ଜଣାଇ ଦେଇଛନ୍ତି । ପ୍ରମୁଖ ବିରୋଧୀ ଦଳ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମକେ) ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସରକାର ବିରୋଧୀ ହାୱା ଏବଂ ମୋଦି ବିରୋଧୀ ପ୍ରଚାରକୁ ଆୟୁଧ କରି ଡିଏମକେ ନେତୃତ୍ବାଧିନ ସେକୁଲାର ପ୍ରୋଗ୍ରେସିଭ୍ ଆଲାଏନସ ବିଧାନସଭା ନିର୍ବାଚନରେ ବିଜୟୀ ହେବ । ଆନ୍ନାଡିଏମକେର 10 ବର୍ଷ ଶାସନର ଅବସାନ ଘଟାଇ ଡିଏମକେ ସଭାପତି ଏମ.କେ.ଷ୍ଟାଲିନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଡିଏମକେ ସାମ୍ମୁଖ୍ୟ ରାଜ୍ୟର ମୋଟ 234 ଆସନ ମଧ୍ୟରୁ 133ଟିରେ ବିଜୟୀ ହୋଇ ଏକ ସହଜ ସଂଖ୍ୟାଗରିଷ୍ଠତା ହାସଲ କରିବ । ଅନ୍ୟପକ୍ଷରେ ଆନ୍ନାଡିଏମକେ ସାମ୍ମୁଖ୍ୟ ଖାତାକୁ ମାତ୍ର 89ଟି ଆସନ ଯିବ ଏବଂ 12ଟି ଆସନ ଅନ୍ୟ ଦଳଗୁଡ଼ିକ ପାଖକୁ ଯିବ । ଏପ୍ରିଲ 6ରେ ରାଜ୍ୟର 234ଟି ବିଧାନସଭା ଆସନ ପାଇଁ ଭୋଟ ନିଆଯାଇଥିଲା ।

ଯଦିଓ ବାହୁଡା ମତ ବା ଏକଜିଟ ପୋଲର ପୂର୍ବାନୁମାନ ସେଫୋଲୋଜିଷ୍ଟ ବା ନିର୍ବାଚନ ବିଶେଷଜ୍ଞଙ୍କ ମତ ଭିନ୍ନ ଭିନ୍ନ ରହୁଛି, ହେଲେ ଡିଏମକ ଓ ଏହାତ ମିତ୍ର ଦଳଗୁଡିକ ବିଧାନସଭାରେ ମୋଟ ଆସନ ସଂଖ୍ୟାର ଅଧାରୁ ଅଧିକରେ ବିଜୟୀ ହୋଇ ସଂଖ୍ୟଗରିଷ୍ଠତା ହାସଲ କରିବେ । ନିର୍ବାଚନ ବିଶାରଦନ ମାନେ ଡିଏମକେ ସାମ୍ମୁଖ୍ୟର ବିପୁଳ ବିଜୟ ହେବା ନେଇ ପୂର୍ବାନୁମାନ କରି ସାରିଛନ୍ତି । କଂଗ୍ରେସ, ବାମ ଦଳ, ଭିଦୁଥାଲାଇ ଚିରୁଥାଇଗାଲ କାଛି, ମୁସଲିମ ଦଳ ଏବଂ ଅନ୍ୟ କିଛି ଛୋଟ ଛୋଟ ଦଳଗୁଡ଼ିକୁ ନେଇ ଡିଏମକେ ସାମ୍ମୁଖ୍ୟ ଗଠନ କରାଯାଇଛି । ମେଣ୍ଟର ଗାଣିତିକ ଆଧାରରେ ଆନ୍ନାଡିଏମକେ ତୁଳନାରେ ଡିଏମକେ ଭଲ ସ୍ଥିତିରେ ରହିଛି । ଅନ୍ୟପକ୍ଷରେ ବିଜେପି ସହିତ ମେଣ୍ଟ କରିଥିବା ଆନ୍ନାଡିଏମକେ ପାଇଁ ଏହା ବୋଝ ପାଲଟି ଯାଇଛି ।

କୋରୋନା ମହାମାରୀ ଭିତରେ ଏବଂ ଆଉ ଏକ ଉଲ୍ଲେଖନୀୟ ଘଟଣା କରୁଣାନିଧି କିମ୍ବା ତାଙ୍କର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ଜୟାଲଳିତାଙ୍କ ଭଳି ବିରାଟ ବ୍ୟକ୍ତିତ୍ବଙ୍କ ଅନୁପସ୍ଥିତିରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହା ନିଶ୍ଚିତ ଯେ, ଏଥର ବିଧାନସଭା ନିର୍ବାଚନ ପୁଣି ଥରେ ଷ୍ଟାଲିନଙ୍କୁ ତାଙ୍କ ନିଜ ଶକ୍ତି ବଳରେ ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ନେତା ପ୍ରମାଣିତ କରିବାରୁ ସୁଯୋଗ ଦେଇଛି । 2019 ଲୋକସଭା ନିର୍ବାଚନ ପରଠାରୁ ସେ ଏକାକୀ ଦଳର ନିର୍ବାଚନ ପରିଚାଳନା ଭାର ସମ୍ଭାଳିବା ସହ ଦଳ ପାଇଁ ନିୟମିତ ବିଜୟ ଆଣିଛନ୍ତି । 2016 ବିଧାନସଭା ନିର୍ବାଚନରେ ମଧ୍ୟ ଡିଏମକେର ପ୍ରଚାର ତାଙ୍କ ଉପରେ ନିର୍ଭର କରିଥିଲା ।

ଏଥର ମତଦାନ ହାର 55.28 ପ୍ରତିଶତ ସହିତ ବହୁତ କମ୍ ହୋଇଥିଲେ ସୁ୍ଦ୍ଧା ଚେନ୍ନାଇ ପୁଣି ଥରେ ଡିଏମକେର ପକେଟରେ ଥିବା ପ୍ରମାଣିତ ହୋଇଛି । ଡିଏମକେ ଏଠାକାର ଅଧିକାଂଶ ଆସନରେ ଜିତୁଛି । ମଝିରେ କିଛିଦିନ ଛାଡିଦେଲ ପାରମ୍ପରିକ ଭାବେ ମହାନଗରୀ ଚେନ୍ନାଇ ସବୁବେଳେ ଡିଏମକେର ଦୁର୍ଗ ହୋଇ ରହିଆସିଛି । ରାଜ୍ୟରେ ଭୋଟ ହାର 71.43 ପ୍ରତିଶତ ହୋଇଥିବା ବେଳେ କାରୁରରେ ଭୋଟିଂ ହାର ସର୍ବାଧିକ 83.92 ପ୍ରତିଶତ ରହିଛି । 2019 ଲୋକସଭା ନିର୍ବାଚନ ବେଳେ ମଧ୍ୟ ସମାନ ସଂଖ୍ୟକ ଭୋଟ ହୋଇଥିଲା, ଏଥରେ ଡିଏମକେ ସାମ୍ମୁଖ୍ୟ ମୋଟ 39ଟି ଆସନ ମଧ୍ୟରୁ 38ଟି କବଜା କରି ନେଇଥିଲା । ଆନ୍ନାଡିଏମକେକୁ ଏକମାତ୍ର ଆସନ ଛାଡିଥିଲା ଏବଂ ତାହାର ସହଯୋଗୀ ବିଜେପି ଖାତା ଖୋଲି ପାରିନଥିଲା ।

ଯେଉଁସବୁ ପ୍ରମୁଖ ନେତାମାନେ ସର୍ଭେ ଅନୁଯାୟୀ ନିର୍ବାଚିତ ହେବେ ସେମାନଙ୍କ ମଧ୍ୟରେ ଅଛନ୍ତି ଚିପକ-ତ୍ରିପଲିକେନ ନିର୍ବାଚନ ମଣ୍ଡଳୀରୁ ଡିଏମକେର ଯୁବ ନେତା ଉଦୟନିଧି ଷ୍ଟାଲିନ, କାଟପଡିରେ ଦଳର ବରିଷ୍ଠ ନେତା ଦୁରାଇମୁରୁଗାନ ଏବଂ ତିରୁଚିରାପଲ୍ଲିରୁ ଷ୍ଟ୍ରଙ୍ଗମ୍ୟାନ୍ କେ.ଏନ. ନେହରୁ ।

ମୁଖ୍ୟମନ୍ତ୍ରୀ ଇପିଏସ୍ ତାଙ୍କର ଜନ୍ମସ୍ଥାନ ଇଡାପାଡିରୁ ବିଜୟୀ ହେବା ସମ୍ଭାବନା ରହିଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ସହଯୋୀ ନିର୍ବାଚନ ବୈତରଣୀ ପାର କରିନପାରନ୍ତି । ଶଶିକଳାଙ୍କ ପୁତୁରା ଟିଟିଭି ଦୀନକରନ କୋଭିଲପାଟିରୁ ବିଜୟୀ ହୋଇ ପାରନ୍ତି । ରାଜ୍ୟ ବିଧାନସଭା ନିର୍ବାଚନ ସହ କନ୍ୟାକୁମାରୀ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଏହି ଆସନଟି ବଜାୟ ରଖିପାରେ । ଆକଳନ ଅନୁଯାୟୀ ଦଳର ସ୍ଥିତି ଶିବଗଙ୍ଗା ଜିଲ୍ଲାରେ ଭଲ ରହିଛି ।

ବିଜୟ ସତ୍ତ୍ବେ ଡିଏମକେ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ନେଇ ଷ୍ଟାଲିନଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଶିକ୍ଷା ଋଣ ଛାଡ଼, ମହିଳାମାନଙ୍କୁ 1500 ଟଙ୍କାର ମାସିକ ଭତ୍ତା ପ୍ରଦାନ ଏପରି ଅନେକ କିଛି ପ୍ରତିଶ୍ରୁତି ନୂଆ ସରକାରଙ୍କୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହାସହିତ ଏବେ କୋରୋନାର ଦ୍ବିତୀୟ ଲହରୀ ଦେଶରେ ବିପର୍ଯ୍ୟୟ ଘଟାଇ ଚାଲିଥିବା ବେଳେ ଏହାକୁ ମୁକାବିଲା କରିବା ନୂଆ ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

ପଡୋଶୀ କେରଳରେ ସିପିଏମ୍ ନେତୃତ୍ବାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ୍) ଲଗାତର ଦ୍ବିତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିବ ଏବଂ ରାଜ୍ୟରେ କୌଣସି ପ୍ରକାର ଶାସକ ବିରୋଧୀ ହାୱା ନାହିଁ ତାହାର ସ୍ପଷ୍ଟ ସୂଚନା ମିଳୁଛି । ଇଟିଭି ଭାରତ କେରଳ ରାଜ୍ୟ ସାରା ଥିବା ତାହାର ରିପୋର୍ଟର ଓ ପ୍ରତିନିଧିମାନଙ୍କୁ ନେଇ ନିର୍ବାଚନ ପରବର୍ତ୍ତୀ ସଂଗ୍ରହ କରିଥିବା ମତକୁ ଆଧାର କରି ହୋଇଥିବା ସର୍ଭେରୁ ଏହା ଜଣାପଡିଛି ।

2016 ବିଧାନସଭା ନିର୍ବାଚନରେ ଏଲଡିଏଫ୍ 93ଟି ଆସନରେ ଜିତିଥିଲା, ଏବେ ସେଥିରେ 11ଟି ଆସନ ଦଳ ହରାଇ ପାରେ ଏବଂ ଶାସକ ଏଲଡିଏଫକୁ 82ଟି ଆସନ ମିଳିପାରେ । କିନ୍ତୁ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ବାମ ଦଳ ପରିଚାଳିତ ମେଣ୍ଟ ଶାସନକ୍ଷମତାକୁ ପୁଣି ଥରେ ଫେରିବ ।

ଭୋଟ ପରବର୍ତ୍ତୀ ଆକଳନ
ଭୋଟ ପରବର୍ତ୍ତୀ ଆକଳନ

ଯେଉଁସବୁ ଲୋକଙ୍କୁ ଭୋଟ ଦେବା ପରେ ଭେଟି ଇଟିଭି ଭାରତ ସେମାନଙ୍କ ମତାମତ ନେଇଥିଲା ସେମାନଙ୍କଠାରୁ ପି, ବିଜୟନଙ୍କ ନେତୃତ୍ବରେ ପରିଚାଳିତ ଏଲଡିଏଫ ସରକାରଙ୍କୁ କାହିଁକି ଭୋଟ ଦେବାକୁ ପସନ୍ଦ କଲେ ତାହା ଜାଣିବାକୁ ଚାହିଁଥିଲେ । ଏହି ସରକାର ଅମଳରେ ରାଜ୍ୟରେ ସାମାଜିକ କଲ୍ୟାଣ ପଦକ୍ଷେପ, ବିକାଶମୂଳକ କାର୍ଯ୍ୟ ଏବଂ ନିପା ସଂକ୍ରମଣ ହେଉ ବା କୋଭିଡ ମହାମାରୀ କିମ୍ବା ରାଜ୍ୟକୁ ଲାଗିରହିଥିବା ବନ୍ୟା ବିପ୍ତାତ ଭଳି ସଂକଟ ସମୟରେ ରାଜ୍ୟ ସରକାରଙ୍କ ଦୃଢ ନେତୃତ୍ବ ନେଇ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା । ସରକାରଙ୍କ ବିରୁଦ୍ଧରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଣିଥିବା ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତିତୋଷଣ ଆଦି ଅଭିଯୋଗ କାରଣରୁ ସର୍ଭେରେ ଏଲଡିଏଫ କିଛି ଆସନ ହରାଇଛି । ପବ୍ଲିକ ସର୍ଭିସ କମିଶନ ପିଏସସି ରାଙ୍କ ହୋଲଡରଙ୍କ ଧାରା ଚାଲିଥିବା ରିଲେ ଧାରଣା ସରକାରଙ୍କ ଲୋକପ୍ରିୟତାରେ କିଛିଟା ଆଞ୍ଚ ଆଣିଥିଲା । ତଥାପି ଅଧିକଂଶଙ୍କ ବିଶ୍ବାସ ଥିଲା ଏଲଡିଏଫ୍ ଏକ ଭଲ ସରକାର ଦେଇ ପାରିବ ଏବଂ ଏହି କାରଣରୁ ସେମାନେ ଏଲଡିଏଫକୁ ଭୋଟ ଦେଇଛନ୍ତି ।

ସର୍ଭେ ଅନୁୟାୟୀ ୟୁଡିଏଫ୍ ଏଥର 56ଟି ଆସନ ପାଇବ । 2016ରେ ସେମାନେ 45ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିବା ୟଡିଏଫକୁ ଏଥର 11ଟି ଅଧିକ ଆସନ ମିଳିପାରେ । ସାଧାରଣତଋ କେନ୍ଦ୍ର କେରଳ ଏବଂ ଆଇୟୁଏମଏଲର ପ୍ରଭାବ ଥିବା ଅଞ୍ଚଳରେ ୟୁଡିଏଫର ଭୋଟ ହାର ଭଲ ରହିଛି, ହେଲେ ୟୁଡିଏଫରୁ କେରଳ କଂଗ୍ରେସ (ଏମ) ବାହାରି ଯିବା କେନ୍ଦ୍ର କେରଳରେ ୟୁଡିଏଫ ଭୋଟକୁ ପ୍ରଭାବିତ କରିଛି । କେରଳ କଂଗ୍ରେସ(ଏମ) ବର୍ତ୍ତମାନ ଏଲଡିଏଫର ଏକ ସହଯୋଗୀ ରହିଛି ।

ଆଇୟୁଏମଏଲର ଦୃଢ ଭୋଟ୍ ବ୍ୟାଙ୍କ ଥିବାରୁ କଂଗ୍ରେସ ତା’ର ସମ୍ମାନ ରକ୍ଷା କରିବାରେ ସକ୍ଷମ ହେଉଛି । କଂଗ୍ରେସର ପାରମ୍ପରିକ ନିର୍ବାଚନମଣ୍ଡଳୀଗୁଡ଼ିକରେ ବାମ ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ ଆଇୟୁଏମଲର ଉପସ୍ଥିତି କଂଗ୍ରେସ ବିପର୍ଯ୍ୟୟରେ ରକ୍ଷାକବଚ ପାଲଟିଛି ।

ବିଜେପି ପରିଚାଳିତ ଏନଡିଏ ମେଣ୍ଟ ଯଦିଓ ରାଜ୍ୟରେ 10ଟି ଆସନରେ ବିଜୟୀ ହେବାର ସ୍ବପ୍ନ ଦେଖୁଛି, କିନ୍ତୁ ମେଣ୍ଟକୁ 2016 ନିର୍ବାଚନରେ ସେମାନେ ଜିତିଥିବା ଏକମାତ୍ର ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଗତ ନିର୍ବାଚନରେ ନେମୋମରୁ ନିର୍ବାଚିତ ହୋଇଥିବା ବିଜେପିର ପ୍ରଥମ ବିଧାୟକ ଓ ରାଜଗୋପାଳଙ୍କୁ ଏଥର ସେଠାରେ ଏଲଡିଏଫ ଓ ୟୁଡିଏଫ ଜୋରଦାର ମୁକାବିଲା କରିଛନ୍ତି । ପାଲାକାଡ ଆସନରୁ ଲଢୁଥିବା ମେଟ୍ରୋମ୍ୟାନ୍ ଇ.ଶ୍ରୀଧରନଙ୍କ ବିଜୟୀ ହେବା ସମ୍ଭାବନା ମଧ୍ୟ ବହୁତ କମ୍ । ସମସ୍ତଙ୍କ ଅପେକ୍ଷା ମେ’2ର ଭୋଟ ଗଣତିକୁ ।

Last Updated : Apr 30, 2021, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.