ETV Bharat / bharat

ପୁଅର ମୃତଦେହ ପାଇଁ ୫୦ ହଜାର ଦାବି, ଭିକ ମାଗିଲେ ଅସହାୟ ପିତାମାତା - ପୁଅର ମୃତଦେହ ପାଇଁ ୫୦ ହଜାର ଦାବି

ବିହାର ସମସ୍ତିପୁର ଜିଲ୍ଲାରେ ମୃତଦେହ ଦେବା ପାଇଁ ୫୦ ହଜାର ଦାବି କରୁଛନ୍ତି ବ୍ୟବଚ୍ଛେଦ କର୍ମୀ । ଅସହାୟ ପିତାମାତା ପୁଅର ମୃତଦେହ ପାଇଁ ଭିକ ମାଗିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପୁଅର ମୃତଦେହ ପାଇଁ ୫୦ ହଜାର ଦାବି, ଭିକ ମାଗିଲେ ଅସହାୟ ପିତାମାତା

author img

By

Published : Jun 9, 2022, 10:29 PM IST

ପାଟନା: ବିହାର ସମସ୍ତିପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଦୃଶ୍ୟ ଭାଇରାଲ ହେଉଛି । ଯେଉଁଠି ମାତାପିତା ନିଜ ପୁଅର ମୃତଦେହ ହସ୍ପିଟାଲରୁ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି । କାରଣ ତାଙ୍କ ପୁଅ ମୃତଦେହ ଦେବା ପାଇଁ ୫୦ ହଜାର ଟଙ୍କା ଦାବି (Post mortem Worker Asked 50 Thousand For Dead Body) କରିଛନ୍ତି ବ୍ୟବଚ୍ଛେଦ କର୍ମୀ । ଏହି ଭିଡ଼ିଓ ଭାଇରାଲ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଆକ୍ସନ ମୋଡକୁ ଆସିଛନ୍ତି । ଏଥିରେ ସମ୍ପୃକ୍ତ ଥିବା କର୍ମୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ପୁଅର ମୃତଦେହ ପାଇଁ ୫୦ ହଜାର ଦାବି, ଭିକ ମାଗିଲେ ଅସହାୟ ପିତାମାତା

ତାଜପୁର ଥାନା ଅଧୀନସ୍ଥ ଆହର ଗ୍ରାମବାସୀ ମହେଶ ଠାକୁରଙ୍କ ମାନସିକ ରୋଗାଗ୍ରସ୍ତ ୨୫ ବର୍ଷର ପୁଅ ଗତ ମେ ୨୫ରୁ ଘରୁ ନିଖୋଜ ହୋଇଯାଇଥିଲା । ସମ୍ପର୍କୀୟମାନେ ବହୁତ ଖୋଜିଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ମୁସରିଘରାରି ପୋଲିସ ଷ୍ଟେସନ ଅଞ୍ଚଳରୁ ଜୁନ୍ ୭ ତାରିଖରେ ଜଣେ ଅଜ୍ଞାତ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ହସ୍ପିଟାଲରେ ପରିବାର ପହଞ୍ଚି ପୁଅର ମୃତଦେହ ମାଗିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ମୃତଦେହ ଦେବାକୁ ମନା କରିଦେଇଥିଲେ ।

ସେମାନେ ୫୦ ହଜାର ଟଙ୍କା ଦାବି କରିଥିଲେ । ପରିବାର ନିକଟରେ ଅନ୍ତିମ ସଂସ୍କାର ପାଇଁ ଅର୍ଥର ଅଭାବ ଥିବା ବେଳେ ଏତେ ଟଙ୍କା ସେମାନେ କେଉଁଠୁ ବା ଆଣିବେ । ଏହାପରେ ଅସହାୟ ପିତାମାତା ମୃତଦେହ ପାଇଁ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଥିଲା । ଭିଡ଼ିଓ ଭାଇରାଲ ହେବା ପରେ ସିଭିଲ ସର୍ଜନ ଡ ଏସ.କେ ଚୌଧୁରୀ କହିଛନ୍ତି ଯେ ଏହି ମାମଲାରେ ଯାଞ୍ଚ କରାଯାଉଛି । କର୍ମୀମାନେ ଏତେ ଟଙ୍କା ଦାବି କରିନଥିବା କହିଛନ୍ତି । ସେମାନେ ୫୦୦ କି ୧୦୦୦ ଟଙ୍କା ମାଗିଥିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.