ETV Bharat / bharat

ରେମଡେସିଭିର ଯୋଗାଣରେ ବିଜେପି’ର ‘ହସ୍ତକ୍ଷେପ’କୁ ନେଇ ରାଜନୈତିକ ବୟାନବାଜି - ରିମଡେସିଭିର ଯୋଗାଣ

ରିମଡେସିଭିର ଯୋଗାଣରେ ବିଜେପି ହସ୍ତକ୍ଷେପ କରୁଥିବା ଅଭିଯୋଗ ନେଇ ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରବଳ ରାଜନୈତିକ ବିବାଦ ଉପୁଜିଛି । ଅଧିକ ପଢନ୍ତୁ...

ରିମେଡେସିଭିର ଯୋଗାଣରେ ବିଜେପି’ର ‘ହସ୍ତକ୍ଷେପ’କୁ ନେଇ ରାଜନୈତିକ ବୟାନବାଜି

author img

By

Published : Apr 21, 2021, 6:37 AM IST

ମୁମ୍ବାଇ: ଜୀବନ ପ୍ରଦାନକାରୀ ଔଷଧ ରିମେଡେସିଭିର ଯୋଗାଣରେ ବିଜେପି ହସ୍ତକ୍ଷେପ କରୁଥିବା ଅଭିଯୋଗ ନେଇ ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରବଳ ରାଜନୈତିକ ବିବାଦ ଉପୁଜିଛି ।

ଦାମନସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନି ‘ବ୍ରୁକ୍ ଫାର୍ମା ପ୍ରାଇଭେଟ ଲିମିଟେଡ’ରେ ରିମଡେସିଭିର ଔଷଧ ଗଚ୍ଛିତ ଥିବା ଏବଂ ସେଠାରୁ ରପ୍ତାନି ହେଉଥିବା ସମ୍ପର୍କରେ ମୁମ୍ବାଇ ପୋଲିସ ଗତ ଶନିବାର ରାତିରେ ସୂଚନା ପାଇଥିଲା । ପୋଲିସ କହିଛି ଯେ, ଔଷଧ କମ୍ପାନିର ମାଲିକ ରାଜେଶ ଡୋକାନିୟା ରପ୍ତାନି ନିଷିଦ୍ଧ ଥିବା ବେଳେ ରିମେଡେସିଭିର 60 ହଜାର ଭାୟାଲସ ରତ୍ପାନି କରିବାକୁ ଉଦ୍ୟମ କରୁଥିଲେ । ପୋଲିସ ତାଙ୍କୁ ଏ ସଂକ୍ରାନ୍ତରେ ଅଟକ ରଖି ଭିଲେ ପାର୍ଲେ ପୋଲିସ ଷ୍ଟେସନରେ 45 ମିନିଟ୍ ଧରି ଜେରା କରିଥିଲେ । ମହାରାଷ୍ଟ୍ରରେ ରିମଡେସିଭିର ଭାୟାଲସ ଯୋଗାଣ ନେଇ ବିଜେପି ଏହି କମ୍ପାନି ସହ ସମ୍ପର୍କରେ ଥିଲା ।

ପରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ପ୍ରବୀଣ ଦାରେକର, ବିଧାୟକ ପରାଗ ଆଲାବାଣୀ ଏବଂ ବିଧାନ ପରିଷଦ ସଦସ୍ୟ ପ୍ରସାଦ ଲାଡ୍ ବାନ୍ଦ୍ରା-କୁର୍ଲା କଂପ୍ଲେକ୍ସ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ଡୋକାନିୟାଙ୍କୁ ଜେରା କରିବା ନେଇ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ ।

କୋଭିଡ-19 ବିରୁଦ୍ଧରେ ଲଢେଇ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ ଆଣ୍ଟି-ଭାଇରାଲ ଔଷଧ ରିମେଡେସିଭିର କେବଳ ସରକାରୀ କଳ ଜରିଆରେ ବଣ୍ଟନ କରିବାର ବ୍ୟବସ୍ଥା ରହିଛି । ଅନେକ ରାଜ୍ୟ ଏହାର ନିଅଣ୍ଟ ନେଇ ଅଭିଯୋଗ କରୁଥିବା ବେଳେ ବିଜେପି ଏକ ଦଳ ଭାବେ ହଜାର ହଜାର ଭାୟାଲସ ଔଷଧ କିଣି ଏହାକୁ ସାଧାରଣରେ ବାଣ୍ଟୁଥିବାରୁ ଏହା ରାଜନୈତିକ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । କିଛି ଦିନ ପୂର୍ବେ ବିଜେପିର ଗୁଜରାଟ ଶାଖା ମାଗଣାରେ ଏହି ଔଷଧ ବାଣ୍ଟିଥିଲା । କିଛି ଦିନ ତଳେ ଆଉ ଏକ ଘଟଣାରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ ନାଗପୁର ସହର ପାଇଁ ସନ୍ ଫାର୍ମାରୁ 10 ହଜାର ରିମେଡେସିଭିର ଭାୟାଲସ ସଂଗ୍ରହ କରିଥିଲେ ।

ଭାରତସ୍ଥିତ ବ୍ରୁକ୍ ଫାର୍ମା ପ୍ରାଇଭେଟ ଲିମିଟେଡ ହେଉଛି ରିମେଡେସିଭିର ଔଷଧର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର । କୋଭିଡ-19ର ଦ୍ବିତୀୟ ଲହରୀ ପରେ ବିଶ୍ବବ୍ୟାପୀ ଏହାର ଚାହିଦା ବଢିଯାଇଛି ।

ଗଣମାଧ୍ୟମ ସହିତ ଆଲୋଚନା ବେଳେ ଫଡନଭିସ ନିନ୍ଦନୀୟ କାମ କରୁଥିବା ଦର୍ଶାଇ ମହାରାଷ୍ଟ୍ରର ମହା ବିକାଶ ଆଘାଡି ସରକାରଙ୍କ ସମାଲୋଚନା କରିଛନ୍ତି । "ଆମେ କୋଭିଡ ବିରୁଦ୍ଧରେ ଲଢେଇ କରୁଥିବା ବେଳେ ଏବଂ ମହାମାରୀରେ ଲୋକେ ଜୀବନ ହାରୁଥିବା ବେଳେ ସରକାର ଏପରି ନିନ୍ଦନୀୟ କାମ କରି ଚାଲିଛନ୍ତି । ସେମାନେ ବ୍ରୁକ୍ ଫାର୍ମାର ମାଲିକଙ୍କୁ ଅଟକ ରଖିଛନ୍ତି । କମ୍ପାନି ମହାରାଷ୍ଟ୍ର ସରକାର ଏବଂ ଦାମନ ପ୍ରଶାନସଠାରୁ ଆବଶ୍ୟକ ସମସ୍ତ ଅନୁମତି ନେଇଛି । ଏପରିକି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମାନସୁଖ ମାଣ୍ଡଭିୟା ମହାରାଷ୍ଟ୍ରକୁ ଯେତେ ପାରିବ ଔଷଧ ଯୋଗାଇ ଦେବାକୁ କମ୍ପାନିକୁ କହିଛନ୍ତି, କିନ୍ତୁ ରାଜ୍ୟ ସରକାର ଶସ୍ତା ରାଜନିତୀରେ ବ୍ୟସ୍ତ,” ବୋଲି ସେ କହିଛନ୍ତି ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି ଯେ, ଲୋକେ ଯେତେବେଳେ ରିମେଡେସିଭିର ପାଇଁ ଦ୍ବାରକୁ ଦ୍ବାର ଦୌଡୁଛନ୍ତି ସେତେବେଳେ ଦାୟିତ୍ବବାନ ପଦ ପଦବୀରେ ଥିବା ବ୍ୟକ୍ତି କିପରି ମାନବିକତା ବିରୋଧୀ କାର୍ଯ୍ୟ କରି ଚାଲିଛନ୍ତି ।

"ଏହା ଶସ୍ତା ରାଜନୀତି ପାଇଁ ମହାରାଷ୍ଟ୍ର ଲୋକଙ୍କୁ ପଛରୁ ଛୁରିକାଘାନ ନୁହେଁ ତ ଆଉ କ’ଣ? ବିରୋଧୀ ଦଳର ଜଣେ ନେତା ଗୁପ୍ତରେ ଲୋକଙ୍କ ଜରୁରୀ ଔଷଧ ସଂଗ୍ରହ କରି ଗଚ୍ଛିତ ରଖିବା ଏବଂ ପରେ ମୁମ୍ବାଇ ପୋଲିସ ସହିତ ଏନେଇ ଲଢେଇ କରିବା ଫଡନଭିସଙ୍କ ପକ୍ଷରେ ନିନ୍ଦନୀୟ । ପୁଣି ଥରେ ଆପଣଙ୍କର ମୁଖା ଖୋଲିଯାଇଛି," ବୋଲି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଟୁଇଟ୍ କରି କହିଛନ୍ତି ।

ପୂର୍ବରୁ ମହାରାଷ୍ଟ୍ର ସଂଖ୍ୟାଲଘୁ ମନ୍ତ୍ରୀ ତଥା ଏନସିପି ମୁଖପାତ୍ର ନୱାବ ମାଲିକ ଗୁଜରାଟ ଖାଦ୍ୟ ଓ ଔଷଧ ପ୍ରଶାସନରର ଏକ ଚିଠିକୁ ଉଲ୍ଲେଖ କରି ଟୁଇଟରରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର ତୁଳନାରେ ଗୁଜରାଟ ଅଧିକ ରିମେଡେସିଭିର ଭାୟାଲସ ପାଇଛି । ଏହା କେନ୍ଦ୍ରର ବୈମାତୃକ ମନୋଭାବର ପରିଚୟ ଦେଉଛି ।

ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ମୋଦି ସରକାର ରପ୍ତାନିକାରୀଙ୍କ ଲାଇସେନସ ପ୍ରତ୍ୟାହାର କରିନେବା ପାଇଁ ଧମକ ଦେଉଛନ୍ତି । ରପ୍ତାନିକାରୀଙ୍କୁ ଇଂଜେକସନ ଯୋଗାଇ ନଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଏହା ମାନବିକତା ପ୍ରତି ଘୋର ଅସମ୍ମାନ ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସଚିନ ସାୱନ୍ତ ଅଭିଯୋଗ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଟୁଇଟ କରି କହିଛନ୍ତି, " ଗତକାଲି ହିଁ ପ୍ରଧାନମନ୍ତ୍ରୀ କୋରୋନା ସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ, ଏହି ସଂକଟ ଟାଳିବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ । ଏତିକିବେଳେ ଦେଶରେ ଔଷଧ ଯୋଗାଣକୁ ନଇ ଯେଉଁ କୁତ୍ସିତ ରାଜନୀତି ଚାଲିଛି ତାହା ନିଶ୍ଟିତ ଭାବେ ଦୁଃଖର କଥା । ଏପରି ରାଜନୀତି ବନ୍ଦ କରି ଦାଯିତ୍ବ ନେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ରାଜ୍ୟକୁ ମେଡିକାଲ ଅକ୍ସିଜେନ ଆବଶ୍ୟକ ପରିମାଣରେ ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.