ETV Bharat / bharat

ପକ୍ଷାଘାତରେ ଶିକାର ସରକାର, କୋଭିଡ ମୁକାବିଲା ପାଇଁ ଅସମର୍ଥ: ରାହୁଲ - ରାହୁଲଙ୍କ ମନ୍ତବ୍ୟ ପ୍ରସଙ୍ଗ

ଦେଶରେ କୋଭିଡ ସଂକ୍ରମଣ ଅଣାୟତ ପରିସ୍ଥିତିରେ ପହଞ୍ଚିଥିବାବେଳେ କେନ୍ଦ୍ର ସରକାରଙ୍କ ମୁକାବିଲା ନୀତିକୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ପକ୍ଷାଘାତରେ ଶୀକାର ସରକାର, କୋଭିଡ ମୁକାବିଲା ପାଇଁ ଅସମର୍ଥ : ରାହୁଲ
ପକ୍ଷାଘାତରେ ଶୀକାର ସରକାର, କୋଭିଡ ମୁକାବିଲା ପକ୍ଷାଘାତରେ ଶୀକାର ସରକାର, କୋଭିଡ ମୁକାବିଲା ପାଇଁ ଅସମର୍ଥ : ରାହୁଲପାଇଁ ଅସମର୍ଥ : ରାହୁଲ
author img

By

Published : May 3, 2021, 9:12 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡ ସଂକ୍ରମଣ ଅଣାୟତ ପରିସ୍ଥିତିରେ ପହଞ୍ଚିଥିବାବେଳେ ସରକାରଙ୍କ ମୁକାବିଲା ନୀତିକୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ସରକାରଙ୍କ କୋଭିଡ ମୁକାବିଲା ରଣନୀତି ପକ୍ଷାଘାତ ଶୀକାର ହୋଇଛି, ଏପରି ସ୍ଥଳେ ଦେଶ କିପରି କୋରୋନା ଭାଇରସ ଉପରେ ବିଜୟ ପାଇପାରିବ ବୋଲି ଏକ ଟ୍ବିଟ କରି ସେ ପ୍ରଶ୍ନ ଉଠାଇଛନ୍ତି ।

ଏହାପୂର୍ବରୁ ଏପ୍ରିଲ୍ 28 ରେ ମଧ୍ୟ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ସହ କଟାକ୍ଷ କରିଥିବା ଦେଖିବାକୁ ମିଳିଥିଲା । ରାହୁଲ କହିଥଲେ ଯେ କରୋନା ଭାଇରସ୍ ଟିକା ତିଆରି କରୁଥିବା କମ୍ପାନୀଗୁଡିକ ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହୋଇଛି ଏବଂ ବର୍ତ୍ତମାନ ସମାନ ଟିକା ଅଧିକ ମୂଲ୍ୟରେ ଜନସାଧାରଣଙ୍କ ନିକଟରେ ବିକ୍ରି ହେଉଛି। ସରକାର ଲୋକଙ୍କୁ ଠକୁଛନ୍ତି । ବିଶ୍ବର ଅନ୍ୟ କୌଣସି ଦେଶରେ ଏତେ ଅଧିକ ମୂଲ୍ୟର ଟିକା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କୁ ତାଙ୍କ ବନ୍ଧୁ ବ୍ୟବସାୟୀମାନଙ୍କ ପାଇଁ ଦେଶବାସୀଙ୍କୁ ଲୁଟୁଥିବା କହିଛନ୍ତି ରାହୁଲ ।

ଏହାପୂର୍ବରୁ ରାହୁଲ କହିଥିଲେ ଯେ କେନ୍ଦ୍ର କରୋନା ଭାଇରସ୍ ସମ୍ବନ୍ଧୀୟ ପ୍ରକୃତ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦେଉନାହିଁ ।ସେହିପରି "ନିଯୁକ୍ତି ଏବଂ ବିକାଶ ପରି କେନ୍ଦ୍ର ସରକାର କରୋନା ସମ୍ବନ୍ଧୀୟ ପ୍ରକୃତ ତଥ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦେଉ ନାହାଁନ୍ତି। ସେମାନେ ମହାମାରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନାହାଁନ୍ତି କିନ୍ତୁ ମହାମାରୀ ସମ୍ବନ୍ଧୀୟ ପ୍ରକୃତ ସତ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ରୋକିବାରେ ସଫଳ ହୋଇଛନ୍ତି ବୋଲି କଟାକ୍ଷ କରଛନ୍ତି ରାହୁଲ ।

ରବିବାର ସକାଳେ ଦେଶରେ 3,68,147 ନୂତନ କରୋନା ଭାଇରସ୍ ସଂକ୍ରମଣ ଏବଂ 3,417 ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଥିବା ନେଇ ସୋମବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହା ସହିତ ଦେଶରେ ମୋଟ ମାମଲା 1,99,25,604 କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.