ETV Bharat / bharat

ଦକ୍ଷିଣ କାଶ୍ମୀରରେ ପୋଲିସ କର୍ମୀଙ୍କୁ ଆତଙ୍କୀଙ୍କ ଗୁଳିମାଡ, ମେଡିକାଲରେ ଭର୍ତ୍ତି

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପୋଲିସ କର୍ମୀଙ୍କୁ ଆତଙ୍କୀଙ୍କ ଗୁଳିମାଡ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

author img

By

Published : Jul 3, 2022, 9:09 PM IST

ଦକ୍ଷିଣ କାଶ୍ମୀରରେ ପୋଲିସ କର୍ମୀଙ୍କୁ ଆତଙ୍କୀଙ୍କ ଗୁଳିମାଡ, ମେଡିକାଲରେ ଭର୍ତ୍ତି
ଦକ୍ଷିଣ କାଶ୍ମୀରରେ ପୋଲିସ କର୍ମୀଙ୍କୁ ଆତଙ୍କୀଙ୍କ ଗୁଳିମାଡ, ମେଡିକାଲରେ ଭର୍ତ୍ତି

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜଣେ ପୋଲିସ କର୍ମୀଙ୍କୁ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଆଜି(ରବିବାର) ସନ୍ଧ୍ୟା ସମୟରେ ଅନନ୍ତନାଗ ଜିଲ୍ଲା ବିଜବେହରା ଅନ୍ତର୍ଗତ ବେୱୋରା ଅଞ୍ଚଳରେ ତାଙ୍କୁ ଗୁଳି କରାଯାଇଛି । ଏହି ପୋଲିସ କର୍ମୀ ହେଉଛନ୍ତି ଫିରଡୋସ ଅହମ୍ମଦ ଭଟ(Firdous Ahmad Bhat) । ଫିରଡୋସଙ୍କ ଗୋଡରେ ଗୁଳି ବାଜିଛି । ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ଟପ୍ ପୋଲିସ ଅଫିସର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଆହତ ପୋଲିସ କର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.