ETV Bharat / bharat

ଲୁଧିଆନାରେ ଚୋରି ହେଲା ପୋଲିସ ଗାଡ଼ି

ପଞ୍ଜାବ ଲୁଧିଆନାରେ ପୋଲିସକୁ ବି ଛାଡିଲେନି ଚୋର । ଜଣେ ପୋଲିସ ଅଧିକାରୀଙ୍କ ବାଇକକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି (Police bike stolen in Ludhiana) । ଅଧିକ ପଢନ୍ତୁ

author img

By

Published : Dec 26, 2022, 6:53 AM IST

Police bike stolen in Ludhiana
Police bike stolen in Ludhiana

ଚଣ୍ଡିଗଡ଼: ପଞ୍ଜାବର ଲୁଧିଆନାରେ ପୋଲିସ ଗାଡ଼ିକୁ ଚୋରି କରିଛି ଚୋର । ଏଠାରେ ଚୋରି ଡକାୟତି ବୃଦ୍ଧି ପାଇଥିବା ବେଳେ ଶେଷରେ ଚୋର ପୋଲିସକୁ ମଧ୍ୟ ଛାଡ଼ିନାହାନ୍ତି । ଲୁଧିଆନା ସୁଟଲେଜ କ୍ଲବରେ ନିର୍ବାଚନ ଚାଲିଥିବା ବେଳେ କେହି ଦୁର୍ବୃତ୍ତ ଏଏସଆଇ ଗୁରୁଦେବ ସିଂଙ୍କ ବାଇକ୍‌ ଚୋରି କରିନେଇଛି (Police bike stolen in Ludhiana) । ତେବେ ପୋଲିସ ଉକ୍ତ ଚୋରକୁ ଖୋଜିବା ଲାଗି ପ୍ରୟାସ ଆରମ୍ଭ କରିଛି ।

ଏନେଇ ଏଏସଆଇ ଗୁରୁଦେବ ସିଂ (ASI Gurdev Singh) କହିଛନ୍ତି ଯେ ସେ ଡ୍ୟୁଟିରେ ଥିବା ତାଙ୍କ ବାଇକ ଚୋରି ହୋଇଛି । କ୍ଲବରେ ନିର୍ବାଚନ (Election in Sutlej Club in Ludhiana) ଚାଲିଥିବାରୁ ସେଠାରେ ତାଙ୍କର ଡ୍ୟୁଟି ଥିଲା । ଡ୍ୟୁଟି ସରିବା ପରେ ସେ ବାହାରକୁ ଆସିବା ପରେ ତାଙ୍କ ବାଇକ ମିଳିନଥିଲା । ଏହାପରେ ସେ ଆଖପାଖରେ ଖୋଜାଖୋଜି ମଧ୍ୟ କରିଥିଲେ । ମାତ୍ର ନିରାଶ ହେବା ପରେ ସେ ଚାଲି ଚାଲି ନିଜ ଘରକୁ ଯାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଜନ୍ମଦିନ ପାଳନ ବେଳେ ହୋଟେଲ ଛାତରୁ ଖସିପଡିଲେ ଯୁବକ

ବାଇକ ଚୋରି ନେଇ ସେ ଥାନାର ଅନ୍ୟ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଏଥିଲାଗି ତାଙ୍କୁ ଏକ ଅଭିଯୋଗ କରିବାକୁ ପଡ଼ିଥିବା ବେଳେ ବାଇକକୁ ଖୋଜୁଛି ପୋଲିସ । ଏପରି ଘଟଣା ନୂଆ ନୁହେଁ । ପୂର୍ବରୁ ତେଲେଙ୍ଗାନାରେ ମଧ୍ୟ ପୋଲିସ ବାଇକ ଚୋରି ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଏକ ମଦ ଦୋକାନ ଆଗରେ ଠାବ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.