ETV Bharat / bharat

Republic Day: ଜାତୀୟ ପତାକା ବାନ୍ଧିବାକୁ ଦେଲାନି ପୋଲିସ, ତେଜିଲା ବିବାଦ

author img

By

Published : Jan 26, 2022, 10:03 PM IST

Updated : Jan 26, 2022, 11:03 PM IST

ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ପୋଲିସର ଜୁଲମ । ଗଣତନ୍ତ୍ର ଦିବସ ଅବସରରେ ଜିନ୍ନା ଟାୱାର ନିକଟରେ ପତାକା ବାନ୍ଧିବା ସମୟରେ ୧୫ ରୁ ୨୦ ଜଣଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

ହିନ୍ଧୁ ବାହିନୀ କର୍ମୀଙ୍କୁ ଜାତୀୟ ପତାକା ବାନ୍ଧିବାକୁ ଦେଲାନି ପୋଲିସ, ତେଜିଲା ବିବାଦ

ଅମରାବତୀ: ଗଣତନ୍ତ୍ର ଦିବସ ହିନ୍ଦୁସ୍ତାନର, ପତାକା ବି ଉଡାଉଥିଲେ ହିନ୍ଦୁସ୍ତାନର । ହେଲେ ଜୁଲମ୍ ଦେଖାଇଲା ପୋଲିସ । କେତେକ ଭାରତୀୟ ନାଗରିକ ଜାତୀୟ ପତାକା ଉତ୍ତୋଳନ କରୁଥିବା ସମୟରେ ବଳପୂର୍ବକୁ ସେମାନଙ୍କୁ ଉଠାଇ ନେଇଛି ପୋଲିସ ।

ଜାତୀୟ ପତାକା ବାନ୍ଧିବାକୁ ଦେଲାନି ପୋଲିସ, ତେଜିଲା ବିବାଦ

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣା ସତ । ଦେଶବ୍ୟାପୀ ୭୩ତମ ଗଣତନ୍ତ୍ର ଦିବସ ପାଳନ ହେଉଥିବା ସମୟରେ ଏ ଚିତ୍ର ଆସିଛି ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରୁ । ସୂଚନା ଅନୁଯାୟୀ ଆଜି(ବୁଧବାର) ହିନ୍ଦୁ ବାହିନୀର କେତକ କର୍ମୀ ଗୁଣ୍ଟୁର ଜିନ୍ନା ଟାୱାର ନିକଟରେ ଜାତୀୟ ପତାକା ଲଗାଇବାକୁ ଯାଇଥିଲେ । ମାତ୍ର ଏହି ସମୟରେ ପୋଲିସ ସେମାନଙ୍କୁ ବିରୋଧ କରିବା ସହ ବଳ ପୂର୍ବକ ଉଠାଇ ନେଇଛି ।

ପାଖାପାଖି ୧୫ ରୁ ୨୦ ହିନ୍ଦୁ ବାହିନୀ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ଏଥିସହ ସେମାନଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଟକ ରଖିଛି । ଆଜି ହିଁ ବିଳମ୍ବରେ ସେମାନଙ୍କୁ ଛାଡି ଦିଆଯିବ ବୋଲି ଗୁଣ୍ଟୁର ନଗର ଏସପି ଅରିଫ ହାଫିଜ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କି, କେଉଁ କାରଣରୁ ପୋଲିସ ସେମାନଙ୍କୁ ଉଠାଇ ନେଲା । ହିନ୍ଦୁସ୍ତାନର ଗଣତନ୍ତ୍ର ଦିବସରେ ହିନ୍ଦୁସ୍ତାନରେ ପତାକା ଉତ୍ତୋଳନ କରିବା କଣ ଅପରାଧ ? ଯଦି ଅପରାଧ, ତେବେ ଏହା କେଉଁ ଆଧାରରେ ଅପରାଧ ? ଆଉ ବିଳମ୍ବରେ ସେମାନଙ୍କୁ ଛାଡି ଦିଆଯିବା ନେଇ ଏସପିଙ୍କ ପ୍ରତିକ୍ରିୟାକୁ ନେଇ ମଧ୍ୟ ସାଧାରଣରେ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି ।

@ANI

Last Updated : Jan 26, 2022, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.