ETV Bharat / bharat

ଖେରୀ ହିଂସା ତାତି: ଅଖିଳେଶ ଯାଦବଙ୍କୁ ହେପାଜତକୁ ନେଲା ପୋଲିସ

author img

By

Published : Oct 4, 2021, 10:44 AM IST

Updated : Oct 4, 2021, 11:09 AM IST

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ତରେ 8 ଜଣ କୃଷକଙ୍କ ମୃତ୍ୟୁ ହେବା ପରେ ମୃତ କୃଷକଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିଛି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଅଧିକ ପଢନ୍ତୁ...

ଖେରୀ ହିଂସା; ଅଖିଳେଶ ଯାଦବ ଗୃହବନ୍ଦୀ
ଖେରୀ ହିଂସା; ଅଖିଳେଶ ଯାଦବ ଗୃହବନ୍ଦୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାରେ ରାଜନୀତି ବଢିବାରେ ଲାଗିଛି । ଏହି ହିଂସାକାଣ୍ତରେ 8 ଜଣ କୃଷକଙ୍କ ମୃତ୍ୟୁ ହେବା ପରେ ମୃତ କୃଷକଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିବା ପରେ ଅଖିଳେଶ ଯାଦବଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ଅଖିଳେଶଙ୍କ ବାସଭବନ ବାହାରେ ଖେରୀ ହିଂସାକୁ ନେଇ ଧାରଣାରେ ବସିଥିଲେ । ଏହାପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି ।

ଖେରୀ ହିଂସା ତାତି: ଅଖିଳେଶ ଯାଦବଙ୍କୁ ହେପାଜତକୁ ନେଲା ପୋଲିସ

ସୂଚନା ଥାଉକି, ଏହି ହିଂସାକାଣ୍ଡ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସୋମବାର ଲକ୍ଷ୍ମୀପୁର ଖେରୀ ଯିବେ ବୋଲି ଘୋଷଣା କରିଥିଲେ । ଅଖିଳେଶ ଯାଦବ ସମସ୍ତ ବରିଷ୍ଠ ନେତାଙ୍କୁ ସକାଳେ କାର୍ଯ୍ୟାଳୟକୁ ଡାକିଥିଲେ । କିନ୍ତୁ ଏହାପୂର୍ବରୁ ପୋଲିସ ଅଖିଳେଶ ଯାଦବଙ୍କ ବାସଭବନକୁ ଘେରାଉ କରିଥିଲା । ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।

ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ଗତକାଲି ଟ୍ବିଟ କରି ଅଖିଳେଶ ଯାଦବ ବିଜେପି ସରକାରକୁ କଡ଼ା ସମାଲୋଚନା କରିଥିଲେ । ସେ ଲେଖିଛନ୍ତି ଯେ, କୃଷି ଆଇନକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା କୃଷକମାନଙ୍କୁ, ବିଜେପି ସରକାର ତଥା ଗୃହମନ୍ତ୍ରୀଙ୍କ ପୁଅ ଗାଡ଼ି ମଡାଇ ଅତି ଅମାନୁଷିକ ତଥା ନିଷ୍ଠୁର ଭାବେ ହତ୍ୟା କରିଛି । ୟୁପିରେ ସାଧାରଣ ଲୋକଙ୍କ ଉପରେ ଅହଂକାରୀ ବିଜେପି କରୁଥିବା ଅତ୍ୟାଚାରକୁ ଆଉ ସହି ହେବ ନାହିଁ। ଯଦି ଏଭଳି ପରିସ୍ଥିତି ଜାରି ରହେ, ତେବେ ୟୁପିରେ ବିଜେପି ନା କାରରେ ଯାଇପାରିବ ନା ଓହ୍ଲାଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଅଖିଳେଶ ଯାଦବ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ପରେ ଏ ଘଟଣାରେ ଉଗ୍ର ରୂପ ନେଇଥିଲା । ହିଂସାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ । ଏଭଳି ସ୍ଥିତିରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ରାଜନୈତିକ ଉତ୍ତେଜନା ମଧ୍ୟରେ ଲକ୍ଷ୍ମୀପୁରରେ ପହଞ୍ଚିଛନ୍ତି, କିନ୍ତୁ ତାଙ୍କୁ ମୃତକଙ୍କ ପରିବାରକୁ ଭେଟିବାକୁ ଦିଆଯାଇ ନାହିଁ। ଏପଟେ କୃଷକ ନେତା ରାକେଶ ଟିକାୟତ ଖେରୀରେ ପହଞ୍ଚିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 4, 2021, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.