ETV Bharat / bharat

Kanpur Violence: ଜାରି ହେଲା ସନ୍ଦିଗ୍ଧ ଅଭିଯୁକ୍ତଙ୍କ ପୋଷ୍ଟର

author img

By

Published : Jun 6, 2022, 6:59 PM IST

କାନପୁର ହିଂସାରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ହଜାରେ ଅଭିଯୁକ୍ତଙ୍କ ନାମରେ ମାମଲା । ଗିରଫ ହେଲେଣି 40 । ଜାରି ହେଲା ଅନ୍ୟ ଅଭିଯୁକ୍ତଙ୍କ ପୋଷ୍ଟର । ଅଧିକ ପଢନ୍ତୁ

Kanpur violence: ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ଜାରି କଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଉତ୍ତର ପ୍ରଦେଶ ପୋଲିସ । ଆଜି ସିସିଟିଭି ଫୁଟେଜ ଆଧାରରେ ହିଂସାରେ ସମ୍ପୃକ୍ତ ପ୍ରାୟ 40 ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କର ଏକ ମିଳିତ ପୋଷ୍ଟର ପ୍ରସ୍ତୁତ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ପ୍ରାୟ ଫେରାର ଥିବାବେଳେ ଧରିବାରେ ସହାୟକ ହେବା ନେଇ ଏହି ପୋଷ୍ଟରକୁ ସର୍ବସାଧାରଣ ସ୍ଥାନରେ ମଧ୍ୟ ପୋଲିସ ପକ୍ଷରୁ ଲଗାଯାଇଛି ।

ଗୋଟିଏ ପଟେ ହିଂସା ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ ଘଟଣାସ୍ଥଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସମ୍ବେଦନଶୀଳ ସ୍ଥାନରେ ପୋଲିସ ବଳର ମୁତୟନକୁ ବ୍ୟାପକ କରାଯିବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ଡ୍ରୋନ ସୁପରଭିଜନରେ ରଖାଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳର ସ୍ଥିତି ନିରୀକ୍ଷଣ କରୁଛନ୍ତି ।

ଜୁନ 3 ତାରିଖରେ ଏହି ହିଂସାକାଣ୍ଡ ଘଟିଥିଲା । ଏଥିରେ ଏକାଧିକ ଲୋକ ଆହତ ହେବା ସହ ସାଧାରଣ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା । ଏହି ଘଟଣା ପଛରେ ଜଫର ଅସିମ ନାମକ ଜଣେ ସ୍ଥାନୀୟ ଯୁବକକୁ ମାଷ୍ଟରମାଇଣ୍ଡ କହିଛି ପୋଲିସ । ଜଫର ଓ ତାର ସହଯୋଗୀଙ୍କ ସମେତ ପ୍ରାୟ 1000 ଦଙ୍ଗାକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା 40 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସର୍ଚ୍ଚ ଜାରି ରହିଛି ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ଗ୍ୟାଙ୍ଗଷ୍ଟାର ଆକ୍ଟ ଲଗାଇଛି ପୋଲିସ । ହିଂସାକାଣ୍ଡ ପରେ ପୋଲିସ କମିଶନର ବିଜୟ ସିଂ ନିଜେ ଘଟଣାସ୍ଥଳ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଦଙ୍ଗାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.