ETV Bharat / bharat

J-K: ଉଧମପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଜଣେ ସନ୍ଦିଗ୍ଦ ଅଟକ - ବିପୁଳ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଡିଭାଇସ ଉଦ୍ଧାର

ଜମ୍ମୁକାଶ୍ମୀର ଉଧମପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି (Police recover huge arms from Udhampur) । ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରୁଛି । ଅଧିକ ପଢନ୍ତୁ

ଉଧମପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଉଧମପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ
author img

By

Published : Dec 26, 2022, 5:03 PM IST

ଶ୍ରୀନଗର: ଜମ୍ମୁକାଶ୍ମୀର ଉଧମପୁର ଅଞ୍ଚଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଡିଭାଇସ ଭଳି ବସ୍ତୁକୁ ଉଦ୍ଧାର କରିଛି ପୋଲିସ (Police recover huge arms from Udhampur) । ଏହି ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (Lashkar-e-Taiba) ପକ୍ଷରୁ ଭାରତ ସୀମା ମଧ୍ୟକୁ ପଠାଯାଉଥିବା ପୋଲିସ ସନ୍ଦେହ କରିଛି । ଏହାସହିତ ଉଧମପୁର ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, "୧୫ କେଜି ଓଜନ ବିଶିଷ୍ଟ IED ଭଳି କିଛି ବିସ୍ଫୋରକ ଜବତ ହୋଇଛି । ଏହାର ଆକାର ସିଲିଣ୍ଡର ଭଳି । ଏହାସହିତ ୩୦୦-୪୦୦ଗ୍ରାମର RDX, ୭.୬ ମିମିର ୭ଟି କାର୍ଟିଜେସ, ୫ଟି ଡିଟୋନେଟର, ଗୋଟିଏ ଚିଠିକୁ ମଧ୍ୟ ଜବତ କରାଯାଇଛି । ଏଗୁଡ଼ିକୁ ଉଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳରୁ ଜବତ ହୋଇଥିବା ବେଳେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି ।" ଏହାବ୍ୟତୀତ ବସନ୍ତଗଡ଼ ପୋଲିସ ଷ୍ଟେସନରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧକ କାର୍ଯ୍ୟ ଓ ବିସ୍ଫୋରକ କାର୍ଯ୍ୟ ଆକ୍ଟ ଆଧାରରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି ।

ଏହା ବି ପଢନ୍ତୁ- ସୁରଟରେ ତ୍ରିପଲ ମର୍ଡର: ଚାକିରିରୁ ବିଦା ହେବାରୁ ତିନି ଜଣଙ୍କୁ ହତ୍ୟା କଲେ ଦୁଇ ଓଡିଆ ଯୁବକ

ନଭେମ୍ବରରେ ଜମ୍ମୁକାଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀର ମିଳିତ ଉଦ୍ୟମରେ ବାନ୍ଦିପୋରା ଅଞ୍ଚଳରୁ AK-୪୭ ରାଇଫଲ, AK-୫୬ ରାଇଫଲ, ୪ଟି ଏକେ ସିରିଜ ମାଗାଜିନ, ଲାଇଭ ରାଉଣ୍ଡ, RDX ପାୱାର, ୯ ଭୋଲ୍ଟର ବ୍ୟାଟେରୀ, ଡିଟୋନେଟର, IED ମେସିନ ସର୍କିଟ, ରିମୋଟ କଣ୍ଟ୍ରୋଲ, ତାର, ଲୁହା ପାଇପ୍‌କୁ ଜବତ କରାଯାଇଥିଲା । ଏହାସହିତ ଲସ୍କର-ଏ-ତୋଇବାର ୨ ଆତଙ୍କବାଦୀ ଓ ୨ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିଲେ । ଏହି ୨ ସହଯୋଗୀଙ୍କ ନାମ ଇମ୍ରାନ ମଜିଦ ମୀର ଜଫ୍ଫର ଯିଏକି ସୁମ୍ବଲ ୱାଙ୍ଗିପୋରାର ଅଧିବାସୀ ଓ ସୁରୟା ରସିଦ ୱାନି ଓରଫ ସେଣ୍ଟି ଯିଏକି ୱାହାବ ମୋହଲ୍ଲା ହଜିନ ଅଞ୍ଚଳର ବୋଲି ଜଣାପଡ଼ିଥିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.