ETV Bharat / bharat

Sunanda Pushkar death mystery: ଶଶୀ ଥରୁରଙ୍କୁ କ୍ଲିନଚିଟ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହେଲା ପୋଲିସ

author img

By

Published : Dec 1, 2022, 10:34 PM IST

ସୁନନ୍ଦା ପୁଷ୍କର ମର୍ଡର ମିଷ୍ଟ୍ରିରେ ପୁଣି ରୋଚକ ମୋଡ (Sunanda Pushkar death mystery)। ଶଶୀ ଥରୁରଙ୍କୁ କ୍ଲିନଚିଟ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହେଲା ପୋଲିସ । 2021 କ୍ଲିନଚିଟ ପାଇଥିଲେ ଶଶୀ । ଅଧିକ ପଢନ୍ତୁ

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶୀ ଥରୁରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେଲା ପୋଲିସ

ନୂଆଦିଲ୍ଲୀ: ପତ୍ନୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ୍ ସାଂସଦ ଶଶୀ ଥରୁରଙ୍କ ସମସ୍ୟା ପୁଣି ଥରେ ବଢିପାରେ (Sunanda Pushkar death mystery)। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ମିଳିଥିବା କ୍ଲିନଚିଟର ପୁନଃବିଚାର ପାଇଁ ଦିଲ୍ଲୀ ପୋଲିସ ହାଇକୋର୍ଟରେ ଏକ ଆବେଦନ କରିଛି । ଏହାପୂର୍ବରୁ ଅଗଷ୍ଟ 2021ରେ ଦିଲ୍ଲୀର ରାଉସ୍ ଆଭିନ୍ୟୁ କୋର୍ଟ ଥରୁରଙ୍କୁ ନିର୍ଦ୍ଦୋଷ ଦର୍ଶାଇଥିଲେ । ଥରୁର କ୍ଲିନଚିଟ ପାଇବାର 15 ମାସ ପରେ ଦିଲ୍ଲୀ ପୋଲିସ ପୁଣି ଥରେ ଏହି ମାମଲାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଆସନ୍ତାବର୍ଷ (2023) ଫେବୃଆରୀ 7 ତାରିଖରେ ଏହି ମାମଲାର କୋର୍ଟ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ବରିଷ୍ଠ ଓକିଲ ବିକାଶ ପହୱା ଆଜି ଥରୁରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ପୋଲିସର ଆବେଦନ ଉପରେ ଆପତ୍ତି ଉଠାଇଥିଲେ । ଯାହାକୁ ନେଇ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ମଧ୍ୟ ଜାରି କରିଛନ୍ତି । ତେବେ ମାମଲାରେ ପୁନର୍ବିଚାର ଆବେଦନ ନେଇ ଏତେ ବିଳମ୍ବରେ କରାଯିବା ନେଇ ପୋଲିସ କ୍ଷମା ମଧ୍ୟ ପ୍ରାର୍ଥନା କରିଛି । ଏହି ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

2014 ମହିସା ଜାନୁଆରୀ 17 ତାରିଖରେ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲରୁ ଶଶୀଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା । ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମାମଲାରେ ପତି ତଥା ସାଂସଦ ଶଶୀ ଥରୁରଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଥିଲା । ପରେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା । 2019 ଅଗଷ୍ଟ 31 ରେ ଦିଲ୍ଲୀ ପୋଲିସ ଦିଲ୍ଲୀ କୋର୍ଟକୁ ଥରୁରଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ ।

ଏହା ପରେ ଅଗଷ୍ଟ 2021ରେ ଶଶୀଙ୍କୁ ଏହି ମାମଲାରେ ବଡ ଆଶ୍ବସ୍ତି ମିଳିଥିଲା । ଦିଲ୍ଲୀର ରାଉସ୍ ଆଭିନ୍ୟୁ କୋର୍ଟ ଶଶୀଙ୍କ ବିରୋଧରେ ଆସିଥିବା ସମସ୍ତ ମାମଲାକୁ ଖାରଜ କରିଦେବା ସହ ସେ ନିର୍ଦ୍ଦୋଷ ବୋଲି ଦର୍ଶାଇଥିଲେ । ଏବେ 15 ମାସ ପରେ ପୁଣି ଥରେ ଶଶୀଙ୍କୁ କ୍ଲିନଚିଟ ମିଳିବା ନିର୍ଦ୍ଦେଶର ପୁନର୍ବିଚାର ନେଇ କୋର୍ଟରେ ଦ୍ବାରସ୍ଥ ହୋଇଛି ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.