ETV Bharat / bharat

ବେଙ୍ଗାଲୁରୁରେ ବିଦେଶୀ ନାଗରିକଙ୍କୁ ପୋଲିସର ଲାଠିମାଡ - ବେଙ୍ଗାଲୁରୁ ଲାଠିମାଡ

ସାଥୀ ନାଗରିକର ହାଜତ ମୃତ୍ୟୁ ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ ଷ୍ଟେସନ ସାମ୍ନାରେ ପ୍ରଦର୍ଶନ କରୁଥିବା ଆଫ୍ରିକୀୟ ନାଗରିକଙ୍କ ଉପରେ ଲାଠିମାଡ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁରେ ବିଦେଶୀ ନାଗରିକଙ୍କୁ ପୋଲିସର ଲାଠିମାଡ

author img

By

Published : Aug 2, 2021, 9:17 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବିଦେଶୀଙ୍କ ଉପରେ ପୋଲିସର ଲାଠିମାଡ । କିଛି ଆଫ୍ରିକୀୟ ନାଗରିକଙ୍କ ଉପରେ ଲାଠିଚାର୍ଜ କରିଛି ବେଙ୍ଗାଲୁରୁ ପୋଲିସ । ସାଥୀ ନାଗରିକର ହାଜତ ମୃତ୍ୟୁକୁ ନେଇ ଥାନା ସାମ୍ନାରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସର ସୂଚନାନୁସାରେ, ଜଣେ ଆଫ୍ରିକୀୟଠାରୁ ପାଞ୍ଚ ଗ୍ରାମ ନିଶା ଔଷଧ ଜବତ ସହ ଗିରଫ କରାଯାଇଥିଲା । ଜେଲରେ ଥିବାବେଳେ ଗିରଫ ଅଭିଯୁକ୍ତଠାରେ ଛାତି ଯନ୍ତ୍ରଣା ଏବଂ ଥଣ୍ଡା ଲକ୍ଷଣ ଦେଖିବାକୁ ମିଳିଥିଲା ।

ବେଙ୍ଗାଲୁରୁରେ ବିଦେଶୀ ନାଗରିକଙ୍କୁ ପୋଲିସର ଲାଠିମାଡ

କଲେଜରେ ପଢୁଥିବା ଏହି ଆଫ୍ରିକୀୟକୁ ଏକ ଡାକ୍ତରଖାନାକୁ ନେଇଥିଲା ପୋଲିସ । ହେଲେ ଏଠାରେ ତାର ହୃଦଘାତରେ ମୃତ୍ୟୁ ହୋଇଥିବା କହିଛି ପୋଲିସ। ଏହା ହାଜତ ମୃତ୍ୟୁ ମାମଲା ନୁହେଁ ବୋଲି ନିଜ ବୟାନରେ ପୋଲିସ ସ୍ପଷ୍ଟ କରିଛି । ଏହା ଶୁଣିବା ପରେ ଅନେକ ଆଫ୍ରିକୀୟ ପୋଲିସ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜଣେ ବିକ୍ଷୋଭକାରୀ ଏହି ଘଟଣା ପାଇଁ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଲାଟିଚାର୍ଜ ହୋଇଥିଲା ବୋଲି ପୋଲିସ କହିଛି ।

ସାରା ସହରରେ ଆଫ୍ରିକୀୟ ନାଗରିକଙ୍କ ଉପରେ କଟକଣା ଜାରି ରହିଛି । ଜୁଲାଇ 15ରେ ସମଗ୍ର ସହରରେ ଚଢାଉ କରି ୬୫ ଆଫ୍ରିକୀୟଙ୍କୁ ଅଟକ ରଖିଥିଲା ପୋଲିସ । ବିଦେଶୀମାନଙ୍କଠାରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିଥିବା ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.