ETV Bharat / bharat

Ranchi Violence case: ଜାରି ରହିଛି ଦଙ୍ଗାକାରୀଙ୍କ ଚିହ୍ନଟ ପ୍ରକ୍ରିୟା - ରାଞ୍ଚି ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ ଜାରି

ରାଞ୍ଚି ହିଂସାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ । ଅଭିଯୁକ୍ତଙ୍କୁ ଚିହ୍ନଟ ଜାରି ରଖିଛି ପୋଲିସ । ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନର ସଙ୍କେତ । ଗତକାଲି ହିଂସାରେ 12ରୁ ଅଧିକ ଆହତ ସହ ପ୍ରାଣ ହରାଇଥିଲେ 2 । ଅଧିକ ପଢନ୍ତୁ

Ranchi Violence case: ଜାରି ରହିଛି ଦଙ୍ଗାକାରୀଙ୍କ ଚିହ୍ନଟ ପ୍ରକ୍ରିୟା

author img

By

Published : Jun 11, 2022, 6:39 PM IST

ରାଞ୍ଚି: ଗତକାଲି (ଶୁକ୍ରବାର) ରାଞ୍ଚିରେ ଦେଖିବାକୁ ମିଳିଥିବା ହିଂସା ଘଟଣାରେ ଆକ୍ସନ ମୋଡକୁ ଆସିଛି ପୋଲିସ ଓ ଜିଲ୍ଲା ପ୍ରଶାସନ । ପଥରମାଡ ଓ ହିଂସାରେ ସାମିଲ ଥିବା ଦଙ୍ଗାକାରୀଙ୍କୁ ଚିହ୍ନଟ କରିବା କାର୍ଯ୍ୟରେ ଲାଗିଛି ପୋଲିସ । ସହରର 3 ଥାନାରେ ଏକାଧିକ ଏତଲା ଦାଏର ହୋଇଛି । ଘଟଣାସ୍ଥଳରେ 144 ଧାରା ଲାଗୁ କରାଯିବା ସହ ବ୍ୟାପକ ପୋଲିସ ବଳ ମଧ୍ୟ ମୁତୟନ ରହିଛନ୍ତି । ଅଧିକ ଲୋକଙ୍କୁ ଅନାବଶ୍ୟକ ଭାବେ ଏକାଠି ହେବା ନେଇ ବାରଣ କରାଯାଉଛି ।

ରାଞ୍ଚି ଏସ.ପି ଅଂଶୁମାନ କୁମାରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସହରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ହିଂସାକାରୀଙ୍କ ବିରୋଧରେ କଡ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । କେତେକ ଅଭିଯୁକ୍ତମାନେ ଫେରାର ଥିବା ବେଳେ ସେମାନଙ୍କୁ ଚିହ୍ନଟ ଜାରି ରହିଛି । କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ଏସପି କହିଛନ୍ତି ।

ସୂଚନା ଅନୁଯାୟୀ, ମହାପୁରୁଷ ମହମ୍ମଦଙ୍କ ସମ୍ପର୍କିତ ବିବାଦୀୟ ବୟାନ ଘଟଣା ନେଇ ଗତକାଲି ନମାଜ ପାଠ ପରେ ଏହି ହିଂସା ଆରମ୍ଭ ହୋଇଥିଲା । ଏଲବର୍ଟ ଏକ୍କା ଚୌକ (Albert Ekka Chowk)ରେ ଟାୟାର ଜାଳି ବିକ୍ଷୋଭକାରୀ ରାସ୍ତା ଅବରୋଧ କରିବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ । ପରେ ପୋଲିସ ସହ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଦୁଇ ଜଣ ପ୍ରାଣ ହରାଇବା ସହ ପୋଲିସ ସମେତ ପ୍ରାୟ 12 ଜଣ ଆହତ ମଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.