ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଲାଗିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସିସିଟିଭି

author img

By ANI

Published : Jan 6, 2024, 10:44 PM IST

Updated : Jan 6, 2024, 10:50 PM IST

AI-powered CCTV cameras to ensure security at Ram Temple consecration:ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଲାଗିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସିସିଟିଭି । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଲାଗିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସିସିଟିଭି
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଲାଗିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସିସିଟିଭି

ଲକ୍ଷ୍ନୌ: 22 ତାରିଖରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି । ସମଗ୍ର ସହରେ କଡା ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଓ କାର୍ଯ୍ୟକ୍ରମ ସ୍ଥଳରେ ଆଜି ପୋଲିସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ବାରା ସଞ୍ଚାଳିତ ସିସିଟିଭି କ୍ୟାମେରା ଇନଷ୍ଟଲ କରିଛି । ସମଗ୍ର କାର୍ଯ୍ୟକ୍ରମ ସ୍ଥଳ ସିସିଟିଭି କ୍ୟାମେରାର ପରିଧି ମଧ୍ୟ ରହିବ । ଏକ ଉଚ୍ଚ କ୍ଷମତା ସମ୍ପନ୍ନ କଣ୍ଟ୍ରୋଲରୁମରେ ଏହି ସମସ୍ତ କ୍ୟାମେରାରେ ସଂଗୃହୀତ ଫୁଟେଜର ଯାଞ୍ଚ କରାଯିବ । ଏହା ସହ କୌଣସି ଅସ୍ବାଭାବିକ ଗତିବିଧି ସମ୍ପର୍କରେ କ୍ୟାମେରାରେ ରେକର୍ଡ ହେବା ମାତ୍ରେ ଏହା କଣ୍ଟ୍ରୋଲ ରୁମରୁ ପ୍ରଭାବୀ ଢଙ୍ଗରେ ତଥ୍ୟ ପ୍ରଦାନ କରିବ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆକ୍ସନଟିମ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇପାରିବେ ।

ଲକ୍ଷ୍ନୌ ଜୋନ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ପୀୟୁଷ ମର୍ଦ୍ଦିଆ ଜାତୀୟ ଖବର ସରବରାହ ସଂସ୍ଥା ANI କୁ ସୂଚନା ଦେଇ କହିଛନ୍ତି, 22 ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଶ୍ରୀ ରାମ ଜନ୍ମଭୁମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ କରିଛନ୍ତି । କୌଣସି ଅଘଟଣକୁ ଏଡାଇବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପୋଲିସ ବଳ ନୁହେଁ ଅତ୍ୟାଧୁନିକ ଭାବେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବୀ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ସିଂହଦ୍ବାରର ପ୍ରଥମ ଝଲକ, 32 ପାହାଚର ଉଭୟ ପାର୍ଶ୍ବରେ ସିଂହ ଓ ହସ୍ତୀ

22 ତାରିଖରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଆଜି ସାମ୍ନାକୁ ଆସିସାରିଛି ମନ୍ଦିରର ମୁଖ୍ୟଦ୍ବାର ବା ସିଂହଦ୍ବାରର ପ୍ରଥମ ଝଲକ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଷ୍ଟ୍ରଷ୍ଟ ଏହି ଫଟୋ ସେୟାର କରିଛି । ମନ୍ଦିରରେ ମୁଖ୍ୟଦ୍ବାରରେ ପଥର ନିର୍ମିତ ଦୁଇଟି ବିଶାଳ ସିଂହ ଓ ଦୁଇଟି ହସ୍ତୀ ମୂର୍ତ୍ତି ସ୍ଥାନ ପାଇଛନ୍ତି । ପୂର୍ବ ଦିଗରେ ଏହି ମୁଖ୍ୟଦ୍ବାରରେ ମୋଟ 32ଟି ପାହାଚ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସିଂହଦ୍ବାରରୁ ହିଁ ପ୍ରତିଷ୍ଠା ଉତ୍ସବ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରିବେ । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଦେଖିବାକୁ ମିଳିବ । ବିରୋଧୀ ଦଳରନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 6, 2024, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.