ଚଣ୍ଡିଗଡ: ଉଗ୍ରରୂପ ନେଲା ପାରିବାରିକ ବିବାଦ । ସ୍ତ୍ରୀ ସହ ମତଭେଦ ପରେ କୋର୍ଟରେ ଚାଲିଥିଲା ଛାଡପତ୍ର ମାମଲା । ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଜୀବନ ହାରିଲେ ପୋଲିସ ଇନ୍ସପେକ୍ଟର । ଏଭଳି ଘଟଣା ଘଟିଛି ହରିୟାଣା ଗୁରୁଗ୍ରାମର ପାଲମ ବିବାହଲ ଅଞ୍ଚଳରେ । ପୋଲିସ ଇନ୍ସପେକ୍ଟର ସୋହାନାର କାୟାକଲ ଆଶ୍ରମରେ ଯୋଗ ପ୍ରଶିକ୍ଷକ ଭାବରେ ଡେପୁଟେସନରେ ରହିଥିଲେ । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି ।
କୋର୍ଟରେ ଚାଲିଥିଲା ଛାଡପତ୍ର ମାମଲା: ରୋହତକର ବାସିନ୍ଦା ଇନ୍ସପେକ୍ଟର ବୀର ଭାନ 2012 ମସିହାରେ ପୋଲିସରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଯୋଗ ପ୍ରଶିକ୍ଷକ ଭାବରେ ସୋହାନାର କାୟାକଲ୍ପ ଆଶ୍ରମକୁ ଡେପୁଟେସନରେ ପଠାଯାଇଥିଲା । ସେ ତାଙ୍କ ପରିବାର ସହିତ ଗୁରୁଗ୍ରାମର ପାଲମ ବିହାରର ଏକ ଭଡା ଘରେ ରହୁଥିଲେ । ପାରିବାରିକ ହିଂସା ମାମଲା ପତ୍ନୀଙ୍କୁ ଛାଡପତ୍ର ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଥିଲା । 20 ସେପ୍ଟେମ୍ବର ବୁଧବାର ଦିନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । 21 ତାରିଖରେ କୋର୍ଟରେ ଏହି ମାମଲାର ଶୁଣାଣି ଥିଲା ।
ଏହା ମଧ୍ୟ ପଢନ୍ତୁ-ସ୍ବାମୀ ଆମିଷ ରୋଷେଇ କରିବାକୁ କହିବାରୁ ଜୀବନ ହାରିଲେ ସ୍ତ୍ରୀ
ଜୀବନ ହାରିଲେ ପୋଲିସ ଇନ୍ସପେକ୍ଟର: ବୁଧବାର ରାତି ପ୍ରାୟ 9ଟା ସମୟରେ ପୋଲିସ ଇନ୍ସପେକ୍ଟର ବୀରଭାନ ଘରେ ନିଜକୁ ବନ୍ଦ କରିଦେଇଥିଲେ। ସ୍ତ୍ରୀ ଡାକିବା ପରେ ମଧ୍ୟ ସେ କବାଟ ନଖୋଲିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର ବନ୍ଦ କବାଟକୁ ଖୋଲିଥିଲା । ଏହାପରେ ବୀରଭାନୁ ତଳେ ଶୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରବୀର ଭାନୁଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ପରେ ପୋଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲା ।
ଏହା ମଧ୍ୟ ପଢନ୍ତୁ-Kota Suicide Case: ଚାପ ନା ଚିନ୍ତା, ରାଜସ୍ଥାନରେ ଜୀବନ ହାରିଲେ ୟୁପି ଛାତ୍ରୀ
ପାରିବାରିକ କଳହକୁ ନେଇ ପୋଲିସ ଇନ୍ସପେକ୍ଟର ବୀରଭାନୁ ଜୀବନ ହାରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତାଙ୍କ ପତ୍ନୀଙ୍କ ସହ ପୋଲିସ ଇନ୍ସପେକ୍ଟରଙ୍କ ଛାଡପତ୍ର ମାମଲା କୋର୍ଟରେ ବିଚାରଧିନ ରହିଥିଲା । ଗୁରୁବାର ଏହି ମାମଲାରେ ଶୁଣାଣି ଥିଲା । କିନ୍ତୁ ଏହା ପୂର୍ବରୁ ସେ ଜୀବନ ହାରିଛନ୍ତି । ଏହି ଘଟଣାରେ ମୃତକଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ ରେକର୍ଡ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।