ETV Bharat / bharat

ପ୍ରଦର୍ଶନକାରୀ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶର ଅନୁମତି, ବୁରାଡି ଗ୍ରାଉଣ୍ଡରେ କରିବେ ଆନ୍ଦୋଳନ - ଚାଷୀ ପ୍ରଦର୍ଶନ

ଚାଷୀଙ୍କ ଦିଲ୍ଲୀ ମାର୍ଚକୁ ମିଳିଛି ଅନୁମତି । ବୁରାଡିର ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିପାଇଁ ଚାଷୀଙ୍କୁ ଅନୁମତି ପ୍ରଦାନ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ପ୍ରଦର୍ଶନକାରୀ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶର ଅନୁମତି, ବୁରାଡି ଗ୍ରାଉଣ୍ଡରେ କରିବେ ଆନ୍ଦୋଳନ

author img

By

Published : Nov 27, 2020, 3:32 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବୃଦ୍ଧି ପାଉଛି ଚାଷୀଙ୍କ ଆକ୍ରୋଶ । ପ୍ରଦର୍ଶନର ପନ୍ଥା ଆପଣାଇଛନ୍ତି ଚାଷୀ । ଏପରିସ୍ଥିତିରେ ଚାଷୀଙ୍କ ଦିଲ୍ଲୀ ମାର୍ଚକୁ ମିଳିଛି ଅନୁମତି । ବୁରାଡିର ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିପାଇଁ ଚାଷୀଙ୍କୁ ଅନୁମତି ପ୍ରଦାନ କରିଛି ଦିଲ୍ଲୀ ପୋଲିସ । ତେବେ ଦିଲ୍ଲୀ ପୋଲିସର ଏହି ଅନୁମତିକୁ ସ୍ବାଗତ କରିଛନ୍ତି ପଞ୍ଜାନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ।

ପ୍ରଦର୍ଶନକାରୀ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶର ଅନୁମତି, ବୁରାଡି ଗ୍ରାଉଣ୍ଡରେ କରିବେ ଆନ୍ଦୋଳନ

ପଞ୍ଜାବ ଦେଇ ଆସୁଥିବା ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିସାରିଛି । ତଥାପି ଜାରି ରହିଛି ଚାଷୀଙ୍କ ହିଂସା ପ୍ରଦର୍ଶନ । ସିନ୍ଧୁ ସୀମା ପାର କରିବା ପାଇଁ ଚାଷୀଙ୍କୁ ଅନୁମତି ନମିଳିବା ପରେ ଏଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଚାଷୀମାନେ ପୋଲିସ ଉପରକୁ ପଥର ଫିଙ୍ଗିବା ସହ ବ୍ୟାରିକେଡ ଭାଙ୍ଗିବା ଆରମ୍ଭ କରିଦେଇଥିଲେ । ତେବେ ହିଂସା ପ୍ରଦର୍ଶନକୁ ଆୟତ କରିବା ପାଇଁ ପୋଲିସ ମଧ୍ୟ ପାଣି ମାଡ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ପରେ ଚାଷୀମାନଙ୍କୁ ସିନ୍ଧୁ ସୀମା ପାର କରିବାକୁ ଅନୁମତି ମିଳିଥିଲା ।

ଅନ୍ୟପକ୍ଷେ ଚାଷୀମାମଙ୍କୁ ଶାନ୍ତ ରହିବାକୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅପିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ବିଟ କରି କହିଛନ୍ତି, କେନ୍ଦ୍ର ସରକାର ଆଲୋଚନା ପାଇଁ ସର୍ବଦା ରାଜି ଅଛନ୍ତି । ସମସ୍ତ ବୈଧ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ଚାଷୀ ଭାଇମାନଙ୍କୁ ଅପିଲ କରିଛନ୍ତି ଖଟ୍ଟର ।

ବର୍ତ୍ତମାନ ଚାଷୀମାନେ ଦିଲ୍ଲୀ ସ୍ଥିତ ବୁରାଡିର ନିରଙ୍କାରୀ ଗ୍ରାଉଣ୍ଡରେ ଆସି ପ୍ରଦର୍ଶନ କରିବେ । ଏଠାରେ ପ୍ରଦର୍ଶନକାରୀ ଚାଷୀଙ୍କ ସହ ଦିଲ୍ଲୀ ପୋଲିସର ଯବାନ ମଧ୍ୟ ସାଥିରେ ରହିବେ ବୋଲି ଦିଲ୍ଲୀ ପୋଲିସ କମିଶନର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.