ETV Bharat / bharat

ମୂଷା ମାରିଥିବା ଅଭିଯୁକ୍ତ ବିରୋଧରେ 30 ପୃଷ୍ଠାର ଚାର୍ଜସିଟ୍‌, ଜାଣନ୍ତୁ ପୁରା ଘଟଣା

ମୂଷାକୁ ପାଣିରେ ବୁଡାଇ ମାରିଥିଲା ଯୁବକ । ଭାଇରାଲ ଭିଡିଓ ନେଇ ହୋଇଥିଲା ଅଭିଯୋଗ । 30 ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Apr 11, 2023, 9:24 PM IST

ମୂଷା ମାରିଥିବା ଅଭିଯୁକ୍ତ ବିରୋଧରେ ପୋଲିସ ଦାଖଲ କଲା 30 ପୃଷ୍ଠାର ଚାର୍ଜସିଟ୍‌

ଲକ୍ଷ୍ନୌ: ସମ୍ବେଦନଶୀଳ ଘଟଣାରେ ମଧ୍ୟ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗ ଆମେ ଅନେକ ସମୟରେ ଶୁଣିଛନ୍ତି । କିନ୍ତୁ ଏକ ମୂଷା ମାରିବା ଅଭିଯୋଗରେ ଅଭିଯୁକ୍ତ ବିରୋଧରେ 30 ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ପୋଲିସ । ଏପରି ଏକ ଘଟଣା ଉତ୍ତର ପ୍ରଦେଶ ବଦାୟୁଁରେ ଦେଖିବାକୁ ମିଳିଛି ।

ମାମଲାଟି ଗତବର୍ଷ (2022) ଡିସମ୍ବର ମାସର । ଜଣେ ବ୍ୟକ୍ତି ଅତ୍ୟନ୍ତ ବର୍ବରତାର ସହ ଏକ ମୂଷାକୁ ପାଣିରେ ବୁଡାଇ ହତ୍ୟା କରିଥିଲା । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥଲା । ଭିଡିଓ ଆଧାରରେ ଜଣେ ପୁଶୁ ଅଧିକାର କର୍ମୀ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହି ମାମଲାରେ ପୋଲିସ ଅଭିଯୁକ୍ତ ବିରୋଧରେ ଦୀର୍ଘ 30 ପୃଷ୍ଠାର ଚାର୍ଜସିଟ୍‌ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିଛି ।

ସୂଚନା ଅନୁସାରେ, ସହରର କଲ୍ୟାଣ ନଗର ନିବାସୀ ପଶୁପ୍ରେମୀ ବିକେନ୍ଦ୍ର କୁମାର ଏହି ଅଭିଯୋଗ ପଞ୍ଜୀକୃତ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ଗତବର୍ଷ (2022) ନଭେମ୍ବର 24 ରେ ପାନଭଦିଆ ଅଞ୍ଚଳରେ ଜଣେ ଯୁବକ ଏକ ମୂଷାର ଲାଞ୍ଜରେ ପଥର ବାନ୍ଧି ପାଣିରେ ବୁଡାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଯାହାକୁ ଦେଖି ସେ ପ୍ରତିବାଦ କରିବା ସହ ରୋରିକା ପାଇଁ ପ୍ରୟାସ ମଧ୍ୟ କରିଥିଲେ । ହେଲେ ସମ୍ପୃକ୍ତ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୂଷାଟିକୁ ତାଙ୍କ ସମ୍ମୁଖରେ ହତ୍ୟା କରିଥିଲା । ଏହି ଘଟଣା ନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥଲେ । ପ୍ରାଥମିକ ଭାବେ ସ୍ଥାନୀୟ କୋତୱାଲୀ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନଥିବା ବେଳେ ପରେ ତଦନ୍ତ ଆରମ୍ଭ କରିଥିଲା ।

ମୂଷାର ମୃତଦେହ ନାଳରୁ ଉଦ୍ଧାର କରାଯାଇ ବରେଲି ସ୍ଥିତ IVRI କୁ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଯାଇଥିଲା । ରିପୋର୍ଟରେ ମୂଷାର ମୃତ୍ୟୁ ଏପରି ବର୍ବରତାରୁ ହୋଇଥିବା ଜଣାପଡିବା ପରେ ଅଭିଯୁକ୍ତ ମନୋଜ କୁମାର ବିରୋଧରେ ପୋଲିସ ଅପରାଧିକ ମାମଲା ପଞ୍ଜୀକୃତ କରିଥିଲା । ଏବେ ଦୀର୍ଘ 30 ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରି ପୋଲିସ କୋର୍ଟରେ ଦାଖଲ ମଧ୍ୟ କରିଛି । ଯାହାକୁ ନେଇ ମାମଲା ପଞ୍ଜୀକୃତ କରାଇଥିବା ପଶୁ ଅଧିକାର କର୍ମୀ ବିକେନ୍ଦ୍ର ଶର୍ମା ପ୍ରଂଶସା କରିଛନ୍ତି ।

ପଶୁ କୃରତା ଅଧିନିୟମ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲେ ଏତଲାକାରୀ । ପଶୁ ପକ୍ଷୀଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ସେମାନଙ୍କ ପ୍ରତି କୃରତାକୁ ସମ୍ବିଧାନରେ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ ମଧ୍ୟ କରାଯାଇଛି । ସେମାନଙ୍କ ପ୍ରତି ଏପରି ବର୍ରରତା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ । ଆଗକୁ ମଧ୍ୟ ଏପରି ଘଟଣା ତାଙ୍କ ଦୃଷ୍ଟିକୁ ଆସିଲେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରୟାସ କରିବେ ବୋଲି ପଶୁ ଅଧିକାର ପ୍ରେମୀ ବିକେନ୍ଦ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.