ETV Bharat / bharat

AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣା, 398 ପୃଷ୍ଠାର ଚାର୍ଜସିଟ ଦାଖଲ - ଓଓ୍ବେସୀଙ୍କୁ ଆକ୍ରମଣ ଘଟଣା

AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କୁ ଗୁଳିମାଡ ଘଟଣାରେ ଉତ୍ତରପ୍ରଦେଶ ପୋଲିସ ଦାଖଲ କରିଛି 398 ପୃଷ୍ଠାର ଚାର୍ଜସିଟ । ଫେବୃଆରୀ 3 ତାରିଖରେ ମିରଟ ନିକଟରେ ହୋଇଥିଲା ଓଓ୍ବେସୀଙ୍କ କାରକୁ ଗୁଳିମାଡ । ଅଧିକ ପଢନ୍ତୁ

AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କୁ ଗୁଳିମାଡ ଘଟଣା, 398 ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପୋଲିସ

author img

By

Published : Apr 13, 2022, 6:10 PM IST

ଲକ୍ଷ୍ନୌ: AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କୁ ଗୁଳିମାଡ ଘଟଣାରେ ଉତ୍ତରପ୍ରଦେଶ ପୋଲିସ ଆଜି 398 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଉତ୍ତରପ୍ରଦେଶ ପୋଲିସ ଏଥିରେ 60ଜଣ ସାକ୍ଷୀ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ପୋଲିସ ଦର୍ଶାଇଛି । ଫେବୃଆରୀ 3ତାରିଖରେ ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ପରେ ଦିଲ୍ଲୀ ଫେରୁଥିବାବେଳେ ଓଓ୍ବେସୀଙ୍କ କାରକୁ ମିରଟ ନିକଟରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।

ପରେ ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଫରଓ୍ବାର୍ଡ କରିଥିଲା ପୋଲିସ । ସଂସଦରେ ମଧ୍ୟ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖିଥିବାବେଳେ ଓଓ୍ବେସୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ କହିଥିଲେ । ଓଓ୍ବେସୀ କିନ୍ତୁ ସୁରକ୍ଷା ଗ୍ରହଣ କରିନଥିଲେ । ଆଜି ଏହି ଘଟଣାରେ ଚାର୍ଜସିଟ ଦାଖଲ କରିଛି ପୋଲିସ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.