ETV Bharat / bharat

ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼, ୩ ଜଣଙ୍କୁ ଅଟକ ରଖିଲା ପୋଲିସ - ରାକେଶ ଟିକାୟତଙ୍କୁ କାଳୀ ମାଡ଼ କରି ୩ ଅଟକ

କୃଷକ ନେତା ରାକେଶ ଟିକାୟତଙ୍କ ଉପରକୁ ହେଲା କାଳି ମାଡ଼ । କର୍ଣ୍ଣାଟକର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ରାକେଶ ଟିକାୟତ ଓ ତାଙ୍କ ସହ ଥିବା ଯୁଦ୍ଧବୀର ସିଂହଙ୍କ ଉପରକୁ କାଳିମାଡ଼ ହୋଇଛି । ଅଧିକ ପଢ଼ନ୍ତୁ

ରାକେଶ ଟିକାୟତଙ୍କୁ କାଳୀ ମାଡ଼, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

author img

By

Published : May 30, 2022, 5:24 PM IST

ବେଙ୍ଗାଲୁରୁ: କୃଷକ ନେତା ରାକେଶ ଟିକାୟତଙ୍କ ଉପରକୁ ହେଲା କାଳି ମାଡ଼ । କର୍ଣ୍ଣାଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ରାକେଶ ଟିକାୟତ ଓ ତାଙ୍କ ସହ ଥିବା ଯୁଦ୍ଧବୀର ସିଂହଙ୍କ ଉପରକୁ କାଳି ମାଡ଼ ହୋଇଛି । ଖାଲି ସେତିକି ସାମ୍ବାଦିକ ସମ୍ମିଳନୀରେ କିଛି ଲୋକ ଚେୟାରକୁ ମଧ୍ୟ ତାଙ୍କ ଉପରକୁ ଫୋପଡ଼ା ଫିଙ୍ଗା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ ।

ରାକେଶ ଟିକାୟତଙ୍କୁ କାଳୀ ମାଡ଼, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

ଏକ ଷ୍ଟିଙ୍ଗ୍‌ ଅପରେସରନ ଭିଡିଓକୁ ନେଇ ସ୍ପଷ୍ଟୀକରଣ ଦେବାକୁ ସାମ୍ବାଦିକ ସମ୍ମିଳନୀ କରିଥିଲେ ରାକେଶ ଟିକାୟତ । କର୍ଣ୍ଣାଟକରେ ଏହି ଷ୍ଟିଙ୍ଗ୍‌ ଅପରେସନ କରାଯାଇଥିଲା । କର୍ଣ୍ଣାଟକର ଜଣେ କୃଷକ ନେତା ଏକ କମ୍ପାନୀକୁ ଜମି ବାବଦରେ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା ।

ଏହି ଭିଡିଓକୁ ନେଇ ରାକେଶ ଟିକାୟତଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହାକୁ ନେଇ ସେ ସ୍ପଷ୍ଟୀକରଣ ଦେଉଥିବା ବେଳେ କିଛି ଉପସ୍ଥିତ ଲୋକ ତାଙ୍କୁ ବିରୋଧ କରିଥିଲେ । ଏହାପରେ ତାଙ୍କ ଉପରକୁ କିଛି ଲୋକ କାଳି ଫୋପାଡ଼ିଥିଲେ । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ମୋଦି ମୋଦି ନାରା ଲଗାଇଥିଲେ କିଛି ବିଜେପି ସମର୍ଥକ । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ୩ ଜଣଙ୍କୁ ଏହି ମାମଲାରେ ଅଟକ ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.