ETV Bharat / bharat

ଆଗୁଆ ଜାମିନ ଆବେଦନ ଖାରଜ, କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ - Narayan Rane Arrested

ମହାରାଷ୍ଟ୍ରରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି ପୋଲିସ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଥିବା ସୂଚନା । ଅଧିକ ପଢନ୍ତୁ...

Narayan Rane Arrested: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କଲା ମହାରାଷ୍ଟ୍ର ପୋଲିସ

author img

By

Published : Aug 24, 2021, 4:24 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି ପୋଲିସ । ଚିପଲୁନରେ ରାଣେଙ୍କୁ ଅଟକ ରଖିବା ପରେ ତାଙ୍କ ଗିରଫ ପ୍ରକ୍ରିୟା ଜାରି ରହିଥିଲା । ଠାକରେଙ୍କ ବିରୋଧରେ ବୟାନ ଦେବାପରେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଥିଲେ ରାଣେ । ନିକଟରେ ମୋଦି ସରକାରଙ୍କ କ୍ୟାବିନେଟ ବିସ୍ତାରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ନାରାୟଣ ।

ନାରାୟଣ ରାଣେଙ୍କୁ ନେଇ ପୋଲିସ ରତ୍ନଗିରିର ସଙ୍ଗମେଶ୍ବର ଥାନା ଯାଇଥିବା ଜଣାପଡିଛି । ରାଣେଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ୪ଟି ଏତଲା ଦାଏର ହୋଇଛି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ରତ୍ନଗିରି କୋର୍ଟ । ଏହାସହିତ ବମ୍ବେ ହାଇକୋର୍ଟ ମଧ୍ୟ ନାରାୟଣ ରାଣେଙ୍କ ଅପିଲ ଶୁଣିବାକୁ ମନା କରିଦେଇଛି । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପକ୍ଷରୁ ରତ୍ନଗିରି କୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଥିଲା । ଏହାକୁ ଅଦାଲତ ଖାରଜ କରିଦେଇଛନ୍ତି । ଏହାପରେ ରାଣେଙ୍କୁ ହେପାଜତକୁ ନେବା ପାଇଁ ରତ୍ନଗିରି ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ ।

ବିଜେପିର ଜନଆଶୀର୍ବାଦ ରାଲି ସମୟରେ ରାଇଗଡରେ ଦେଇଥିବା ବୟାନକୁ ନେଇ ବିବାଦ ଘନେଇଥିଲା । ରାଣେ କହିଥିଲେ, ଦେଶ କେବେ ସ୍ବାଧୀନ ହୋଇଥିଲା, ଏହା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭୁଲିଯାଇଛନ୍ତି । ଏହା ଲଜ୍ଜାଜନକ । ଯଦି ମୁଁ ସେଠାରେ ଥାନ୍ତି, ତାହେଲେ ତାଙ୍କୁ ଚାପୁଡା ମାରିଥାନ୍ତି ବୋଲି ନିଜ ବୟାନରେ କହିଥିଲେ ରାଣେ । ନାରାୟଣ ରାଣେଙ୍କ ବିରୁଦ୍ଧରେ ଏତଲା ଦାଏରକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ଓ ଶିବସେନାର ଯୁବମୋର୍ଚ୍ଚା ମଧ୍ୟରେ ସଂଘର୍ଷ ହୋଇଥିଲା । ପରସ୍ପରକୁ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ । ଏହାପରେ ପୋଲିସ ସେଠାରେ ପହଁଞ୍ଚି ଲାଠିମାଡ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.