ETV Bharat / bharat

ଚକମା ଦେଉଛି ଅପରାଧୀ, ଧରିବା ପାଇଁ ହ୍ବାଟ୍ସଆପ ଗ୍ରୁପ ଖୋଲିଲା ପୋଲିସ - କେରଳ ପୋଲିସର ନିଆରା ଉପାୟ

ଅଭିଯୁକ୍ତ ନାଁରେ ହ୍ବାଟ୍ସଆପ ଗ୍ରୁପ ଖୋଲିଲା କେରଳ କସରଗୋଡ ପୋଲିସ । ଅଧିକ ପଢନ୍ତୁ

ଚକମା ଦେଉଛି ଅପରାଧୀ, ଧରିବା ପାଇଁ ହ୍ବାଟ୍ସଆପ ଗ୍ରୁପ ଖୋଲିଲା ପୋଲିସ

author img

By

Published : Mar 19, 2022, 9:03 PM IST

ଥିରୁଅନନ୍ତପୁରମ: ଅଭିଯୁକ୍ତକୁ ଧରିବା ପାଇଁ କେରଳ କସରଗୋଡ ପୋଲିସର ନିଆରା ଉପାୟ । ପୋଲିସ ଖୋଲିଲା ଅଭିଯୁକ୍ତ ନାମରେ ହ୍ବାଟ୍ସଆପ ଗ୍ରୁପ । ଗ୍ରୁପରେ ଅଭିଯୁକ୍ତ ଗ୍ରାମର ଅନ୍ତେବାସୀଙ୍କୁ ସଦସ୍ୟ କରିଛି ପୋଲିସ । ଏମାନେ ନିୟମିତ ଭାବେ ସମ୍ପୃକ୍ତ ଅଭିଯୁକ୍ତ ବାବଦରେ ପୋଲିସକୁ ଖବର ଦେଉଛନ୍ତୁ ।

ଚକମା ଦେଉଛି ଅପରାଧୀ, ଧରିବା ପାଇଁ ହ୍ବାଟ୍ସଆପ ଗ୍ରୁପ ଖୋଲିଲା ପୋଲିସ

ପୋଲିସ ଅଭିଯୁକ୍ତ କଲ୍ଲାନ ଅଶୋକାନ ନାମକ ଜଣେ ଚୋରି ଅଭିଯୁକ୍ତ ନାମରେ ଏହି ହ୍ବାଟ୍ସଆପ୍ ଗ୍ରୁପ ଖୋଲିଛି । ଏଥିରେ ପ୍ରାୟ ୨୫୧ ଜଣ ସଦସ୍ୟ ରହିଛନ୍ତି । ସୂଚନା ଅନୁଯାୟୀ, ଅଶୋକାନ କିଛିଦିନ ତଳେ ଅଶୋକାନ ଜଣେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ସୁନା-ଗହଣା ଚୋରି କରି ନେଇଯାଇଥିଲା । ପୋଲିସ ଏନେଇ ଖବର ପାଇ ଅଭିଯୁକ୍ତକୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲା । ଏପରିକି ଅଶୋକାନର ଜଣେ ଘନିଷ୍ଠ ବନ୍ଧୁ ମଞ୍ଜୁନାଥନଙ୍କୁ ପୋଲିସ ଧରିଥିଲେ ମଧ୍ୟ ଅଶୋକାନ ବାବଦରେ ସନ୍ଧାନ ପାଇପାରି ନାହିଁ ।

ଫଳରେ ଏପରି ଏକ ଯୋଜନା ଆପଣାଇଛି ପୋଲିସ । ଅନ୍ୟପଟେ ହ୍ବାଟ୍ସଆପ୍ ଗ୍ରୁପରେ ପୋଲିସ ଅଭିଯୁକ୍ତର ଫଟୋ ଡିପିରେ ରଖିବା ସହ ସମ୍ପୂର୍ଣ୍ଣ ଡାଟା ଦେଇଛି । ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଏପରି ଉପାୟ ପ୍ରଥମ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.