ETV Bharat / bharat

ଓଡିଶାରୁ ଯାଉଥିଲା 32 ଲକ୍ଷ ମୂଲ୍ୟର ଗଞ୍ଜେଇ, ଆଗ୍ରାରେ ହେଲା ଜବତ - ଉତ୍ତର ପ୍ରଦେଶ ପୋଲିସ

ଉତ୍ତର ପ୍ରଦେଶର ସୋନଭଦ୍ର ଜି୍ଲ୍ଲାର ରୋବର୍ଟସଗଞ୍ଜ କୋଟୱାଲି ଅଞ୍ଚଳରେ ୩୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଓଡିଶାରୁ ଚାଲାଣ ହେଉଥିଲା ଆଗ୍ରା । ଅଧିକ ପଢନ୍ତୁ...

32 ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ
32 ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ
author img

By

Published : Jul 18, 2021, 9:44 PM IST

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ସୋନଭଦ୍ର ଜିଲ୍ଲାର ରୋବର୍ଟସଗଞ୍ଜ କୋଟୱାଲି ଅଞ୍ଚଳର ବିପୁଳ ପିରମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଏଥି ସହ ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ପରିମାଣ ୩ କୁଇଣ୍ଟାଲ ୧୯ କେଜି ହେବା ସହ ଆନୁମାନିକ ମୁଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ ବୋଲି ପ୍ରଥାମିକ ଭାବେ ଜଣାପଡିଛି । ଏହା ଆନ୍ତରାଜ୍ୟ ଗଞ୍ଜେଇ ଓଡିଶାରୁ ଉତ୍ତର ପ୍ରଦେଶ ଯାଉଥିବା ବେଳେ ଚଢାଉ କରିଥିଲା ଉତ୍ତର ପ୍ରଦେଶ ପୋଲିସ। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

ପ୍ରାଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଏହି ଦୁଇ ଚୋରା ଚାଲାଣକାରୀ ଓଡ଼ିଶାରୁ ଆଗ୍ରାକୁ ଗଞ୍ଜେଇ ନେଇ ଯାଉଥିଲେ। ଏକ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୂର୍ବ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜିତ ଠାକୁର ଓ ରିଜବାନ । ଜଣେ ଅଭିଯୁକ୍ତ ଆଗ୍ରାର ହୋଇଥିବାବେଳେ ଅନ୍ୟ ଜଣେ ସମସାବାଦରୁ ଥିବା ପୋଲିସ କହିଛି । ଚାଲାଣରେ ସମ୍ପୃକ୍ତ ଟ୍ରକକୁ ମଧ୍ୟ ଜବତ କରାଯାଇଛି ।

ଏହା ଏକ ଅନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ ହୋଇଥିବାବେଳେ ଏହାର ଚେର କେତେଯାଏ ଲମ୍ବିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.