ETV Bharat / bharat

ଫିଲ୍ମ ଷ୍ଟାଇଲରେ ବନ୍ଧା ହେଲା ଚୋର, 33 ବର୍ଷ ଧରି ଥିଲା ଫେରାର

author img

By

Published : Jul 24, 2023, 5:45 PM IST

ଦୀର୍ଘ 33 ବର୍ଷ ପରେ ଫିଲ୍ମ ଷ୍ଟାଇଲରେ ଜଣେ ଚୋରକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ 1990ରୁ ଫେରାର ରହିଥିଲା । ଅଧିକ ପଢନ୍ତୁ

33ବର୍ଷ ପରେ ବନ୍ଧା ହେଲା ଚୋର
33ବର୍ଷ ପରେ ବନ୍ଧା ହେଲା ଚୋର
33ବର୍ଷ ପରେ ବନ୍ଧା ହେଲା ଚୋର
33ବର୍ଷ ପରେ ବନ୍ଧା ହେଲା ଚୋର

ପାଟନା: ଦୀର୍ଘ 33 ବର୍ଷ ପରେ ଗିରଫ ହେଲା ଚୋର । 1990 ମସିହାରେ ଏକ ଚୋରି ମାମଲାରେ ସମ୍ପୃକ୍ତ ଚୋରକୁ 33 ବର୍ଷର ପରେ ଗିରଫ କରିଛି ପୋଲିସ । ଅନେକ ଚୋରି ମାମଲାକୁ ନେଇ ୱାରେଣ୍ଟ ଜାରି ହୋଇଥିବା ସତ୍ତ୍ବେ 33 ବର୍ଷ ଧରି ଚକମା ଦେଇ ଆସୁଥିଲା ଏହି ଚୋର । ସୂଚନା ଅନୁସାରେ, ବିହାର ବକ୍ସର ଜିଲ୍ଲାର କୃଷ୍ଣବ୍ରହ୍ମା ଥାନା ଅଞ୍ଚଳରେ ଅନେକ ଲୁଟପାଟ୍ ଘଟଣା ଘଟିଥିଲା । ଆଉ ଏହି ମାମଲାର ଅଭିଯୁକ୍ତ 1990ରୁ ଫେରାର ଥିବାବେଳେ, ଦୀର୍ଘ 33ବର୍ଷ ପରେ ଫିଲ୍ମ ଷ୍ଟାଇଲରେ ତାକୁ ଗିରଫ କରାଯାଇଛି ।

ସୂଚନା ମୁତାବକ, 33ବର୍ଷ ପୂର୍ବେ କୃଷ୍ଣବ୍ରହ୍ମା ଥାନା ଅଞ୍ଚଳରେ ଥିବା ଉଡିୟାନଗଞ୍ଜରେ ରହୁଥିବା ଝଞ୍ଜଟୁ ଭର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅନେକ ଚୋରି ମାମଲା ରହିଥିଲା । ବ୍ୟକ୍ତି ଜଣକ ସେହି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଅନେକ ଲୁଟପାଟ କରୁଥିବାର ଅଭିଯୋଗ ରହିଥିଲା । ଅଭିଯୋଗ ଆଧାରରେ ସେହି ବ୍ୟକ୍ତିଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା । ଆଉ ତାପରେ 1990 ପରଠୁ ଫେରାର ଥିଲା ଅଭିଯୁକ୍ତ । ସେହି ସମୟରେ ଚୋରକୁ କାବୁ କରିବାକୁ ପୋଲିସ ତରଫରୁ ଜୋରଦାର ଅପରେସନ ମଧ୍ୟ କରାଯାଇଥିଲା । ହେଲେ ବାରମ୍ବାର ପୋଲିସ ଆଖିରେ ଧୂଳି ଦେଇ ଚୋର ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲା।

ତେବେ ଗତ କିଛି ଦିନ ଧରି ଏସପି ମନିଷ କୁମାରଙ୍କ ନେତୃତ୍ବରେ କ୍ରାଇମ ମିଟିଙ୍ଗ କରାଯାଇଛି । ପୁରୁଣା କ୍ରାଇମ ରେକର୍ଡ ରି-ଓପନ କରିବା ସହ ଅପରାଧୀମାନଙ୍କୁ କାବୁ କରିବାକୁ ଜୋରଦାର ଅପରେସନ କରୁଛି ପୋଲିସ । ତେବେ ଏହି ଚୋରି ଘଟଣାକୁ ଦୀର୍ଘ ଦିନ ବିତିଥିବାବେଳେ ଝଞ୍ଜଟୁ ଘରକୁ ଫେରି ଆସିଥିଲା । ଯାହାର ସୁରାକ ପାଇଥିଲା ପୋଲିସ । ଏହାପରେ ଥାନା ଅଧିକାରୀ ସନ୍ତୋଷ କୁମାରଙ୍କ ନେତୃତ୍ବରେ ଏକ ଟିମ୍ ଝଞ୍ଜଟୁ ରହୁଥିବା ଘରେ ଅତର୍କିତ ଚଢାଉ କରିଥିଲେ । ଆଉ ଶେଷରେ 33ବର୍ଷ ଧରି ପୋଲିସକୁ ଚକମା ଦେଇ ବୁଲୁଥିବା ଏହି ଅପରାଧୀ ଗିରଫ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ମୋବାଇଲ ଶୋ ରୁମରୁ ଚୋରି ଘଟଣା, ଜଣେ ଅଭିଯୁକ୍ତ ଗିରଫ

ଏହାସହ ସେହି ଅଞ୍ଚଳରୁ ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅପରାଧୀକୁ ମଧ୍ୟ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଜିତେନ୍ଦ୍ର ରାମ ବୋଲି ଜଣାପଡିଛି। ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି ଅନେକ ଅପରାଧ ଘଟୁଥିବାବେଳେ ଅପରାଧୀମାନେ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଛନ୍ତି । ଯାହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଆଉ ଶେଷରେ ପୋଲିସ ଏବେ ଆକ୍ସନ ମୋଡ୍‌କୁ ଆସିବା ସହ ଜଣକ ପରେ ଜଣେ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.