ଡେରାଡୁନ: ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲାରେ ଅଘଟଣ । ହରିଦ୍ବାର ଭଗବାନପୁର ଅଞ୍ଚଳରେ ଥିବା ଏକ ମେଡିସିନ ଫ୍ୟାକ୍ଟ୍ରି (drug factory in Bhagwanpur Roorkee)ରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁଁ ୭ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି (7 injured due to poisonous gas leak) । ଆହତମାନେ ସେହି ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ପୋଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚି ଶ୍ରମିକମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛି ।
ସୂଚନା ଅନୁଯାୟୀ, ଗୁରୁବାର ଦିନ ଏହି ଅଘଟଣ ଘଟିଛି । ଭଗବାନପୁର ଅଞ୍ଚଳ ସ୍ଥିତ 'ଶିବାଲିକ ରେମିଡିଜ' ନାମକ ଏକ ମେଡିସିନ କମ୍ପାନୀ(Shivalik Remedies Company)ରେ ଆଇପିଏ ଡ୍ରମ ଖୋଲାଯିବା ସମୟରେ ହଠାତ୍ ସେଥିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା(poisonous gas leaked in drug factory) । ଗ୍ୟାସ୍ ଲିକ୍ ହେବାର ଦେଖି ଫ୍ୟାକ୍ଟ୍ରି କର୍ମଚାରୀମାନେ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ । ଗ୍ୟାସ୍ ସଂସ୍ପର୍ଶରେ ଆସିବା କାରଣରୁ ସେଠାରେ କାମ କରୁଥିବା ୭ରୁ ଅଧିକ ଶ୍ରମିକ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ଧୀରେ ଧୀରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ (poisonous gas leaked in Bhagwanpur)ସମସ୍ତଙ୍କୁ ପାଖ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଶ୍ରମିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଅସୁସ୍ଥ ଶ୍ରମିକମାନେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।
ଏନେଇ ଭଗବାନପୁର ଥାନା ଇନଚାର୍ଜ ଅମରଜିତ୍ ସିଂହ(Amarjeet Singh) କହିଛନ୍ତି, ''ପୋଲିସ ସମସ୍ତ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛି । ବର୍ତ୍ତମାନ ସେମାନେ ବିପଦମୁକ୍ତ ଅଛନ୍ତି । କେଉଁ ପରିସ୍ଥିତିରେ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ହେଲା ତାହାର ତଦନ୍ତ କରାଯାଉଛି ।'' କହିରଖୁଛୁ କି, କିଛି ଦିନ ତଳେ ଉତ୍ତରାଖଣ୍ଡ ଉଦ୍ଧମ ସିଂହ ଜିଲ୍ଲା ଅନ୍ତର୍ଗତ ରୁଦ୍ରପୁରର ଆଜାଦ ନଗରରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ଥିବା ଏକ କବାଡିଖାନାରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁଁ ୪୭ରୁ ଅଧିକ ଲୋକ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହି ଆହତଙ୍କ ମଧ୍ୟରେ ଫାକ୍ଟ୍ରିରେ କାର୍ଯ୍ୟରତ ଏସଡିଏମ, ସିଓ, ସିଏଫଓ ପ୍ରମୁଖ ବ୍ୟକ୍ତିବିଶେଷ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ