ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲା । 22 ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ସେମାନଙ୍କ ବିରୋଧରେ ବେଆଇନ, ଠକେଇ,ଷଡଯନ୍ତ୍ର, ଅପରାଧ,ସାଧାରଣ ଲୋକଙ୍କ ଅର୍ଥ ହଡପ ଭଳି ମାମଲା ରୁଜୁ କରିଛି ସିବିଆଇ ।ଗତ 2018ରେ ସିବିଆଇ ଏହି ଘଟଣାରେ ପ୍ରଥମ ଥର ଚାର୍ଜସିଟ କରିଥିଲା । 22 ଜଣଙ୍କ ମଧ୍ୟରେ 4 ଜଣ ନୂଆ ଅଭିଯୁକ୍ତ ରହିଥିବା ବେଳେ 2 ଜଣ ସରକାରୀ କର୍ମଚାରୀ ରହିଛନ୍ତି । ଏହା ସହ ଘଟଣାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି କମ୍ପାନୀର 2 କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳିଛି ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହୀରା ବ୍ୟବସାୟୀ ମେହୁଲ ଚୋକସି 13,500 କୋଟି ଟଙ୍କା ଠକି ବିଦେଶ ପଳାଇ ଯାଇଥିଲା । ପରେ ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା । ଡୋମିନିକା ସରକାର ତାଙ୍କୁ ପଳାତକ ମଧ୍ୟ ଘୋଷଣା କରିଛନ୍ତି ।