ETV Bharat / bharat

ଉତ୍ତରକାଶୀରେ ପ୍ରବଳ ବର୍ଷା, ଭାସିଗଲା ATM ମେସିନ

author img

By

Published : Aug 12, 2022, 12:41 PM IST

ଉତ୍ତରକାଶୀର ପୁରୋଲାରେ ପ୍ରବଳ ବର୍ଷା । ଭାସିଗଲା ଏଟିଏମ ମେସିନ ସହ ୮ଟି ଦୋକାନ ଘର । ଅନେକ ଅଞ୍ଚଳ ଜଳମଗ୍ନ । ଅଧିକ ପଢନ୍ତୁ

ଉତ୍ତରକାଶିରେ ପ୍ରବଳ ବର୍ଷା, ଭାସିଗଲା ଏଟିଏମ ମେସିନ ସହ ୮ଟି ଦୋକାନ ଘର

ଡେରାଡୁନ: ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଏ ଉତ୍ତରାଖଣ୍ତ । କେତେବେଳେ ଭୂସ୍ଖଳନ ତ ଆଉ କେବେ ବାଦଲଫଟା ବର୍ଷାରେ ଧନଜୀବନ ହାନି ଘଟିଥାଏ । ସେହିପରି ଗୁରୁବାର ବିଳମ୍ବିତ ରାତିରେ ଉତ୍ତରକାଶୀର ପୁରୋଲା (Purola of Uttarkashi district)ରେ ପ୍ରବଳ ବର୍ଷା ହୋଇଥିଲା । ଏଥିରେ (PNB ATM Swept Away in Purola) ଏକ ଘରୋଇ ବ୍ୟାଙ୍କର ଏଟିଏମ ମେସିନ୍ ବର୍ଷା ପାଣିରେ ଭାସି ଯାଇଛି । ଏହାସହ ୮ ଟି ଦୋକାନ ଘର ଭାସି ଯାଇ କୁମାଲୋ ନଦୀ ଗର୍ଭରେ ମିଶିଯାଇଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

PNB ଶାଖା ମ୍ୟାନେଜର ଚଞ୍ଚଳ ଯୋଶୀଙ୍କ ସୂଚନା ଅନୁସାରେ, ''ବୁଧବାର ସନ୍ଧ୍ୟାରେ ପୁରୋଲା ନିକଟରେ ଥିବା ସେହି ଏଟିଏମରେ ୨୪ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା । ତେବେ ଏଟିଏମରେ କେତେ ନଗଦ ଟଙ୍କା ରହିଥିଲା, ଏନେଇ ତଦନ୍ତ ପରେ ସ୍ପଷ୍ଟ ହେବ ।" ପୁରୋଲାରେ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି । ଏକାଧିକ ଘର, ଦୋକାନ ଘର ଗୁଡିକ ଭାଙ୍ଗି ଯାଇଛି । ଘଟଣାସ୍ଥଳରେ ପୁରୋଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି ।

ଏହାସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଜିଲ୍ଲାର ଏକାଧିକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ରାସ୍ତା ଗୁଡିକ ବନ୍ଦ ହୋଇଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ଗାଡି ଗୁଡିକ ଅଟକି ରହିଛି । ସେପଟେ,ଡେରାଡୁନ ଜିଲ୍ଲାର ଛାର୍ଭା (Chharba village) ଗାଁରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଏସଡିଆରଏଫ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.