ETV Bharat / bharat

ଆଜି ତ୍ରିପୁରାର ହିତାଧିକାରୀଙ୍କୁ PMAY-Gର ପ୍ରଥମ କିସ୍ତି ପ୍ରଦାନ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ରବିବାର ତ୍ରିପୁରାର ୧.୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ପ୍ରଥମ କିସ୍ତି ଟଙ୍କା ଟ୍ରାନ୍ସଫର କରିବେ । ଅଧିକ ପଢନ୍ତୁ...

author img

By

Published : Nov 14, 2021, 7:09 AM IST

PM
PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଆଜି (ରବିବାର) ତ୍ରିପୁରାର ୧.୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ-ଜି)ର ପ୍ରଥମ କିସ୍ତି ଟଙ୍କା ଟ୍ରାନ୍ସଫର କରିବେ । ଏହି ଅବସରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଜମା କରାଯିବ ।

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତ୍ରିପୁରାର ଅନନ୍ୟ ଜଳବାୟୁ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ ‘କଚ୍ଚା' ଘରର ସଂଜ୍ଞା ବିଶେଷ ଭାବରେ ପରିବର୍ତ୍ତନ କରାଯାଇଛି । ଯାହାଫଳରେ ‘କଚ୍ଚା' ଘରେ ରହୁଥିବା ବହୁ ସଂଖ୍ୟକ ହିତାଧିକାରୀଙ୍କୁ ‘ପକ୍କା’ ଘର ନିର୍ମାଣ ପାଇଁ ସହାୟତା ପାଇବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଉପସ୍ଥିତ ରହିବେ । ଏହାସହ ଲୋକ ପ୍ରତିନିଧି ଓ କେନ୍ଦ୍ର ରାଜ୍ୟର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.