ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ଇନ୍ଦୋରରେ ହେବାକୁ ଥିବା ଷ୍ଟାର୍ଟଅପ୍ ଆଲୋଚନାଚକ୍ର ଅବସରରେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ । ଏହାସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ଷ୍ଟାର୍ଟଅପ ପୋର୍ଟାଲର ଶୁଭାରମ୍ଭ କରିବେ । ଯାହା ଷ୍ଟାର୍ଟଅପ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଏବଂ ସହାୟକ ହେବ । କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ ଆଲୋଚନାଚକ୍ରରେ ସରକାରୀ ତଥା ବେସରକାରୀ କ୍ଷେତ୍ରର ନୀତି ପ୍ରସ୍ତୁତକାରୀ, ଉଦ୍ଭାବକ, ଉଦ୍ୟୋଗୀ, ଶିକ୍ଷାବିତ, ନିବେଶକ, ପରାମର୍ଶଦାତା ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସମେତ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିଭିନ୍ନ ବର୍ଗର ଅଂଶଗ୍ରହଣ ଉପସ୍ଥିର ରହିବେ ।
ଏହା ସ୍ପିଡ୍ ମେଣ୍ଟରିଂ ଅଧିବେଶନ ସହିତ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଯେଉଁଠାରେ ଷ୍ଟାର୍ଟଅପ ଶିକ୍ଷାନୁଷ୍ଠାନ ଗୁଡିକର ମୁଖ୍ୟ ଏବଂ ଷ୍ଟାର୍ଟଅପ୍ ଗୁଡିକ ସହିତ ଆଲୋଚନା କରିବେ । କିପରି ଷ୍ଟାର୍ଟଅପ ଅଧିବେଶନ ଆରମ୍ଭ କରିବେ, ଯେଉଁଠାରେ ଷ୍ଟାର୍ଟଅପ ନୀତି ର୍ନିଣ୍ଣୟକାରୀଙ୍କ ଦ୍ବାରା ପରିଚାଳିତ ହେବ, ପାଣ୍ଠି ଯୋଗାଣ ଅଧିବେଶନ, ଯେଉଁଠାରେ ଉଦ୍ୟୋଗୀମାନେ ବିଭିନ୍ନ ପାଣ୍ଠି ପଦ୍ଧତି ବିଷୟରେ ଜାଣିବେ ।
ଏହାବାଦ ପିଚିଙ୍ଗ ଅଧିବେଶନ ହେବ । ଯେଉଁଠାରେ ଷ୍ଟାର୍ଟଅପ ନିବେଶକମାନଙ୍କ ସହିତ ସହଯୋଗ କରିବାକୁ ସୁଯୋଗ ପାଇବେ ଏବଂ ପାଣ୍ଠି ପାଇଁ ସେମାନଙ୍କର ଯୋଜନା ପ୍ରକାଶ କରିବେ । ଇକୋସିଷ୍ଟମ ସହାୟତା ଅଧିବେଶନ, ଯେଉଁଠାରେ ଅଂଶଗ୍ରହଣକାରୀମାନେ ବ୍ରାଣ୍ଡ ମୂଲ୍ୟ ଏବଂ ରାଜ୍ୟରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ବିଷୟରେ ଅବଗତ ହେବେ । ନୂତନ ଧାରା ଏବଂ ଉଦ୍ଭାବନ ପ୍ରଦର୍ଶନ କରୁଥିବା ଏକ ଷ୍ଟାର୍ଟଅପ ଏକ୍ସୋ ମଧ୍ୟ ଏହି ସ୍ଥାନରେ ପ୍ରଦର୍ଶିତ ହେବ ।