ETV Bharat / bharat

ଭାରତର ସବୁଠୁ ବଡ ଡ୍ରୋନ ମହୋତ୍ସବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - Festival Bharat Drone Mahotsav 2022 on 27 May

ପ୍ରଧାନମନ୍ତ୍ରୀ କିଷାନ ଡ୍ରୋନ ପାଇଲଟ ମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ଖୋଲା ଆକାଶରେ ଡ୍ରୋନ ପ୍ରଦର୍ଶନ ଦେଖିବେ ଏବଂ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟଅପମାନଙ୍କ ସହିତ ଆଲୋଚନା କରିବେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By

Published : May 27, 2022, 7:05 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠୁ ବଡ ଡ୍ରୋନ ଉତ୍ସବ - ‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’ ଆଜି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ କିଷାନ ଡ୍ରୋନ ପାଇଲଟ ମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ଖୋଲା ଆକାଶରେ ଡ୍ରୋନ ପ୍ରଦର୍ଶନ ଦେଖିବେ ଏବଂ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟଅପମାନଙ୍କ ସହିତ ଆଲୋଚନା କରିବେ ।

ଭାରତ ଡ୍ରୋନ ମହୋତ୍ସବ ୨୦୨୨ ହେଉଛି ଦୁଇ ଦିନିଆ କାର୍ଯ୍ୟକ୍ରମ । ଏହା ୨୭ ଏବଂ ୨୮ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ସରକାରୀ ଅଧିକାରୀ, ବିଦେଶୀ କୂଟନୀତିଜ୍ଞ, ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ପିଏସୟୁ, ଘରୋଇ କମ୍ପାନୀ ଏବଂ ଡ୍ରୋନ ଷ୍ଟାର୍ଟଅପ ଇତ୍ୟାଦିର ୧୬୦୦ ରୁ ଅଧିକ ପ୍ରତିନିଧି ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ ।

ଏଥିରେ ୭୦ ରୁ ଅଧିକ ପ୍ରଦର୍ଶନକାରୀ ପ୍ରଦର୍ଶନୀରେ ଡ୍ରୋନର ବିଭିନ୍ନ ବ୍ୟବହାର ଦେଖାଇବେ । ମହୋତ୍ସବରେ ଭର୍ଚୁଆଲ ବ୍ୟବସ୍ଥାରେ ଡ୍ରୋନ ପାଇଲଟ ସାର୍ଟିଫିକେଟ ପ୍ରଦାନ, ନୂତନ ସାମଗ୍ରୀର ଶୁଭାରମ୍ଭ, ପ୍ୟାନେଲ ଆଲୋଚନା, ଉଡାଣ ପ୍ରଦର୍ଶନ, ମେଡ ଇନ ଇଣ୍ଡିଆ ଡ୍ରୋନ ଟ୍ୟାକ୍ସି ପ୍ରୋଟୋଟାଇପ ଆଦି ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.