ETV Bharat / bharat

ଆଜାଦୀ କା ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଓର ଜାତୀୟ ସମାରୋହରେ ଯୋଗଦେବେ ମୋଦି

author img

By

Published : Jan 20, 2022, 6:46 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ଗୁରୁବାର) ସକାଳ ୧୦ଟା ୩୦ ରେ ‘ଆଜାଦୀ କା ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଓର’ ଜାତୀୟ ଉଦଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ଯୋଗେ ଦୀକ୍ଷାନ୍ତ ଭାଷଣ ଦେବେ (PM to deliver Keynote address at national launch ceremony of 'Azadi Ke Amrit Mahotsav se Swarnim Bharat Ke Ore) । ଅଧିକ ପଢନ୍ତୁ

PM
PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ଗୁରୁବାର) ସକାଳ ୧୦ ଟା ୩୦ ରେ ‘ଆଜାଦୀ କା ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଓର’ ଜାତୀୟ ଉଦଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ଯୋଗେ ଦୀକ୍ଷାନ୍ତ ଭାଷଣ ଦେବେ (PM to deliver Keynote address at national launch ceremony of 'Azadi Ke Amrit Mahotsav se Swarnim Bharat Ke Ore) ।

କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀଙ୍କ ଦ୍ବାରା ଆଜାଦୀ କା ଅମୃତ ମହୋତ୍ସବରେ ବର୍ଷେ ବ୍ୟାପୀ କରାଯାଇଥିବା ୩୦ ରୁ ଅଧିକ ଅଭିଯାନ ଓ ୧୫ ହଜାରରୁ ଅଧିକ କାର୍ଯ୍ୟକ୍ରମ ସମାରୋହର ପ୍ରଦର୍ଶନ ହେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବ୍ରହ୍ମାକୁମାରୀ ମାନଙ୍କ ଦ୍ବାରା ସାତଟି କାର୍ଯ୍ୟକ୍ରମର ପତାକା ଦେଖାଇ ଶୁଭାରମ୍ଭ କରିବେ । ଶୁଭାରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମ ହେଲା ମୋ ଭାରତ ସୁସ୍ଥ ଭାରତ, ଆତ୍ମ ନିର୍ଭର ଭାରତ, ଆତ୍ମ ନିର୍ଭରଶୀଳ କୃଷକ, ମହିଳା ଭାରତର ଧ୍ବଜାବାହୀ, ଶାନ୍ତିବସ ଅଭିଯାନର ଶକ୍ତି, ଅଣଦେଖା ଭାରତ ସାଇକେଲ ଶୋଭାଯାତ୍ରା, ମିଳିତ ଭାରତ ମୋଟର ବାଇକ ଅଭିଯାନ ଓ ସ୍ବଚ୍ଛ ଭାରତ ଅଭିଯାନ ।

ମୋ ସୁସ୍ଥ ଭାରତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକତା, ସୁଧାର ଓ ପୌଷ୍ଟିକତା ସମ୍ପର୍କରେ ମେଡିକାଲ କଲେଜ ଓ ହସ୍ପିଟାଲରେ ବହୁ କାର୍ଯ୍ୟକ୍ରମ ହେବ। ଏଗୁଡିକ ମଧ୍ୟରେ ମେଡିକାଲ ଶିବିର ଆୟୋଜନ, କର୍କଟ ରୋଗ ନିରୂପଣ, ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କ ନିମନ୍ତେ ସମ୍ମିଳନୀ, ଆତ୍ମନିର୍ଭର ଭାରତ ଅଧୀନରେ ଆତ୍ମନିର୍ଭରଶୀଳ କୃଷକ, ୭୫ ଟି କୃଷକ ସଶକ୍ତିକରଣ ଅଭିଯାନ, ୭୫ ଟି କୃଷକ ସମ୍ମିଳନୀ, ୭୫ ଟି ସ୍ଥାୟୀ ଓ ନିରନ୍ତର ଯୋଗ କୃଷି ତାଲିମ କାର୍ଯ୍ୟକ୍ରମ ଓ କୃଷକମାନଙ୍କ କଲ୍ୟାଣ ପାଇଁ ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହିଳା ଧ୍ବଜାବାହିକା କାର୍ଯ୍ୟକ୍ରମ ଅଧୀନରେ ମହିଳା ଓ ବାଳିକା ସଶକ୍ତିକରଣ ଜରିଆରେ ସାମାଜିକ ଅବସ୍ଥାନ୍ତର ।

ଶାନ୍ତିବସ ଯାତ୍ରା ଅଭିଯାନ ଶକ୍ତି ଅଧୀନରେ ୭୫ ଟି ସହର ଓ ତହସିଲରେ ଯୁବ ସମାଜର ସଂସ୍କାର ସଂକ୍ରାନ୍ତ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଅଣଦେଖା ଭାରତ ସାଇକେଲ ଶୋଭାଯାତ୍ରା ବିଭିନ୍ନ ଐତିହ୍ୟ ସ୍ଥଳୀ ମଧ୍ୟରେ ଅନୁଷ୍ଠିତ ହୋଇ ଐତିହ୍ୟ ଓ ପରିବେଶ ସନ୍ତୁଳନ ନେଇ ବାର୍ତ୍ତା ଦେବ । ମିଳିତ ଭାରତ ମୋଟର ବାଇକ ଅଭିଯାନ ମାଉଣ୍ଟ ଆବୁଠାରୁ ଦିଲ୍ଲୀ ମଧ୍ୟରେ ବିଭିନ୍ନ ସହର ପରିକ୍ରମା କରିବା, ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ମାସିକ ସଫେଇ ଅଭିଯାନ, ଗୋଷ୍ଠୀ ସଫେଇ ଓ ସଚେତନତା ଅଭିଯାନ ଅନୁଷ୍ଠିତ ହେବ ।

ଏହି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ସମର୍ପିତ ତଥା ଗ୍ରାମୀ ପୁରସ୍କାର ବିଜେତା ରିକୀ କେଜଙ୍କ ଦ୍ବାରା ପ୍ରାୟୋଜିତ ଏକ ସଂଗୀତ ମଧ୍ୟ ଉନ୍ମୋଚିତ ହେବ ।

ବ୍ରହ୍ମାକୁମାରୀ ଏକ ବିଶ୍ବବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ଯାହାକି ବ୍ୟକ୍ତିଗତ ଓ ବିଶ୍ବ ଅବସ୍ଥାନ୍ତର ପାଇଁ ଉତ୍ସର୍ଗୀକୃତ । ଭାରତରେ ୧୯୩୭ ମସିହାରେ ସ୍ଥାପିତ ବ୍ରହ୍ମାକୁମାରୀ ଶାଖା ବିଶ୍ବର ୧୩୦ ଟି ଦେଶରେ ରହିଛି । ବ୍ରହ୍ମାକୁମାରୀ ପ୍ରତିଷ୍ଠାତା ପିତାଶ୍ରୀ ପ୍ରଜାପତି ବ୍ରହ୍ମାଙ୍କ ୫୩ ତମ ଆରୋହଣ ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ।

@IANS

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.