ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଲିଆନାୱାଲାବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ଆଜି (ଶନିବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ଉତ୍ସର୍ଗ କରିବେ । ଏହାସହ ସ୍ମାରକୀରେ ବିକଶିତ ସଂଗ୍ରହାଳୟ ଗ୍ୟାଲେରୀର ମଧ୍ୟ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କଂପ୍ଲେକ୍ସର ନବୀକରଣ ପାଇଁ ସରକାର ନେଇଥିବା ଏକାଧିକ ବିକାଶମୂଳକ ପଦକ୍ଷେପ ମଧ୍ୟ ପ୍ରଦର୍ଶିତ ହେବ ।
![Jallianwala Bagh](https://etvbharatimages.akamaized.net/etvbharat/prod-images/12898098_ppp.jpg)
![Jallianwala Bagh](https://etvbharatimages.akamaized.net/etvbharat/prod-images/12898098_ii.jpg)
ଅନାବଶ୍ୟକ ଏବଂ ଅବ୍ୟବହୃତ ଅଟ୍ଟାଳିକାର ଆବଶ୍ୟକତା ଅନୁଯାୟୀ ପୁନଃ ବ୍ୟବହାର ମାଧ୍ୟମରେ ଚାରୋଟି ସଂଗ୍ରହାଳୟ ଗ୍ୟାଲେରୀ ନିର୍ମାଣ କରାଯାଇଛି । ଗ୍ୟାଲେରୀ ଗୁଡିକ ସେହି ସମୟ ମଧ୍ୟରେ ପଞ୍ଜାବରେ ଘଟିଥିବା ଘଟଣା ଗୁଡିକର ଐତିହାସିକ ମୂଲ୍ୟ ପ୍ରଦର୍ଶନ କରୁଛି ଯେଉଁଥିରେ ଅଡିଓ-ଭିଜୁଆଲ ଜ୍ଞାନକୌଶଳ, ପ୍ରୋଜେକସନ ମ୍ୟାପିଂ ଏବଂ ୩ଡି ପ୍ରତିନିଧିତ୍ବ ସହିତ କଳା ଏବଂ ମୂର୍ତ୍ତି ସ୍ଥାପନର ମିଶ୍ରଣ ହୋଇଛି । ୧୩ ଏପ୍ରିଲ, ୧୯୧୯ ରେ ଘଟିଥିବା ଘଟଣା ଗୁଡିକୁ ପ୍ରଦର୍ଶନ କରିବା ପାଇଁ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି ।
ସେହିପରି କମ୍ପଲେକ୍ସରେ ଏକାଧିକ ବିକାଶମୂଳକ ପଦକ୍ଷେପ ନିଆଯାଇଛି । ପଞ୍ଜାବର ସ୍ଥାନୀୟ ସ୍ଥାପତ୍ୟ ଶୈଳୀ ସହିତ ଅନୁରୂପ ଭାବେ ବିସ୍ତୃତ ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ଶାହିଡି କୂଅର ମରାମତି ଏବଂ ନିର୍ମାଣ ସହିତ ପୁନଃ ସ୍ଥାପିତ ହୋଇଛି । ବାଗର ହୃଦୟ, ଅଗ୍ନି ସ୍ମାରକୀ, ମରାମତି ଏବଂ ପୁନଃରାୟ ସ୍ଥାପିତ ହୋଇଛି, ଜଳାଶୟକୁ ଏକ ପଦ୍ମ ପୋଖରୀ ରୂପେ ପୁର୍ନଜୀବିତ କରାଯାଇଛି ଏବଂ ଉତ୍ତମ ନୌଚାଳନା ପାଇଁ ପଥ ଗୁଡିକ ବିସ୍ତୃତ ହୋଇଛି ।
କେତେକ ନୂତନ ଏବଂ ଆଧୁନିକ ସୁବିଧା ସୁଯୋଗ ଅର୍ନ୍ତଭୁକ୍ତ କରାଯାଇଛି, ଏଥି ମଧ୍ୟରେ ଯାତାୟତ ପାଇଁ ଅତ୍ୟାଧୁନିକ ରାସ୍ତା ରଣନୀତିକ ଚିହ୍ନ ଗୁଡିକର ଆଲୋକୀକରଣ, ଦେଶୀ ବୃକ୍ଷରୋପଣ ସହିତ ସବୁଜ ଗାଲିଚା ଓ ଟାଇଲ ବିଛାଯାଇଛି । ଏହାବାଦ ସମଗ୍ର ବଗିଚାରେ ଗୀତ ଶୁଣିବା ପାଇଁ ସ୍ପିକର ଗୁଡିକ ଖଞ୍ଜା ଯାଇଛି । ଏଥି ସହିତ ସାଲଭେସନ ଗ୍ରାଉଣ୍ଡ, ଅମର ଜ୍ୟୋତି ଏବଂ ଫ୍ଲାଗ ମାଷ୍ଟ ଘର ପାଇଁ ନୂତନ କ୍ଷେତ୍ର ଗୁଡିକ ବିକାଶିତ କରାଯାଇଛି ।
ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ରାଜ୍ୟପାଳ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ପଞ୍ଜାବର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସାଂସଦ, ଜଲିଆନାୱାଲା ବାଗ ଜାତୀୟ ସ୍ମାରକ ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ରହିବ ।
@ANI