ETV Bharat / bharat

କୋଭିଡ ସ୍ଥିତି ଓ ଟିକାକରଣ ନେଇ ସମୀକ୍ଷା କଲେ ମୋଦି

author img

By

Published : Apr 17, 2021, 6:19 PM IST

Updated : Apr 17, 2021, 9:33 PM IST

ଦେଶରେ କୋଭିଡ ନେଇ ସ୍ଥିତି ଉତ୍କଟ । ଏନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ପ୍ରମୁଖ ଅଧିକାରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଦେଶର ସାମ୍ପ୍ରତିକ କୋଭିଡ ସ୍ଥିତି ଓ ଟିକାକରଣ ନେଇ ଅନୁଧ୍ୟାନ କରିଥିବା ସୂଚନା ରହିଛି ।

ଦେଶରେ କୋଭିଡ ସଂକ୍ରମଣର ଦ୍ବିତୀୟ ଲହର ଚାଲିଥିବା ବେଳେ ଦୈନିକ ପ୍ରାୟ 2 ଲକ୍ଷ ଆକ୍ରନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ତେବେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଳିଥିବା ସୂଚନା ଅନୁସାରେ ଆଜି ଗୋଟିଏ ଦିନରେ 2 ଲକ୍ଷ 34 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଏକ ଦିବସୀୟ ରେକର୍ଡ ହାରରେ ସର୍ବାଧିକ । ସେହିପରି ମିଳିଥିବା ସରକରୀ ସୁତ୍ର ଆଧାରରେ ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 13 ଶହ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 45 ଲକ୍ଷ 26 ହଜାର 6 ଶହ 9 ରେ ପହଞ୍ଚିଛି । ଏପଟେ ଏପର୍ଯ୍ୟନ୍ତ 1 ଲକ୍ଷ 75 ହଜାର 6 ଶହ 49 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଏପରି ସ୍ଥିତିରେ ରାଜ୍ୟମାନେ ନିଜର ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ କେନ୍ଦ୍ରୀୟ ସହାୟତା ସହ ପର୍ଯ୍ୟାପ୍ତ ଟିକା ଯୋଗାଇବା ପାଇଁ ମଧ୍ୟ ବାରମ୍ବାର ଦାବି ହେବାରେ ଲାଗିଛି । ଏପରି ସ୍ଥିତିରେ ଦେଶରେ ଚାଲିଥିବା ଟିକାକରଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2021, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.