ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi ) ଭିଡିଓ କନଫରେନ୍ସିଂ ଯୋଗେ ଆଜି ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନର ‘ଜେଆଇଟିଓ କନେକ୍ଟ ୨୦୨୨’(Jain International Trade Organisation JITO Connect 2022)ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।
ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନ (ଜେଆଇଟିଓ) ହେଉଛି ବିଶ୍ବ ବ୍ୟାପୀ ଜୈନମାନଙ୍କୁ ସଂଯୋଗ କରୁଥିବା ଏକ ବିଶ୍ବସ୍ତରୀୟ ସଂଗଠନ । ପାରସ୍ପରିକ ଯୋଗାଯୋଗ ଏବଂ ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ ବ୍ୟବସାୟ ଏବଂ ଶିଳ୍ପକୁ ସାହାଯ୍ୟ କରିବାକୁ ଜେଆଇଟିଓ ସଂଯୋଗ ହେଉଛି ଏକ ପ୍ରୟାସ ।
‘ଜେଆଇଟିଓ କନେକ୍ଟ ୨୦୨୨’ ତିନି ଦିନିଆ କାର୍ଯ୍ୟକ୍ରମ ପୁଣେର ଗଙ୍ଗାଧାମ ଆନେକ୍ସରେ ମେ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ବ୍ୟବସାୟ ଓ ଅର୍ଥନୀତି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଅଧିବେଶନ ଅନ୍ତର୍ଭୁକ୍ତ ରହିବ ।