ETV Bharat / bharat

ଟିକା ଉତ୍ସବରେ ମୋଦିଙ୍କ 4 ଗୁରୁତ୍ବପୂର୍ଣ୍ଣ ପରାମର୍ଶ

ଆଜି ଠାରୁ4 ଦିନ ଧରି ଦେଶରେ ଟିକା ଉତ୍ସବ ପାଳନ କରାଯିବ । ଏହି ଅବସରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ 4 ଟି ପରାମର୍ଶ ଦେଇଛନ୍ତି ।

ଟିକା ଉତ୍ସବରେ ମୋଦିଙ୍କ 4 ଟି ପରାମର୍ଶ
ଟିକା ଉତ୍ସବରେ ମୋଦିଙ୍କ 4 ଟି ପରାମର୍ଶ
author img

By

Published : Apr 11, 2021, 12:05 PM IST

ନୂଆଦିଲ୍ଲୀ: ଆଜିଠୁ ‘ଟିକା ଉତ୍ସବ’ର ଶୁଭାରମ୍ଭ ହୋଇଛି । ଚାରି ଦିନ ଧରି ଚାଲିବ ଟୀକାକରଣ ଉତ୍ସବ । କୋରୋନା ବିରୋଧରେ ଟୀକାକରଣକୁ ଜୋରଦାର କରିବାକୁ ଟିକା ଉତ୍ସବ ଆରମ୍ଭ ହୋଇଛି । କୋରୋନା ବିରୋଧରେ ଦ୍ବିତୀୟ ଥର ଲାଗି ଯୁଦ୍ଧ ଆରମ୍ଭ ହୋଇଯାଇଛି । ବ୍ୟକ୍ତିଗତ ଓ ସାମାଜିକ ସ୍ବଚ୍ଛତା ବିଶେଷ ଧ୍ୟାନ ଦେବାକୁ ହେବ ।ଏନେଇ ଆଜି ପ୍ରଧାନମନ୍ତ୍ରୀ ଏକ ଟ୍ବିଟ କରି 4ଟି ପରାମର୍ଶ ଦେଇଛନ୍ତି ।

ଏହି ଚାରୋଟି ବିଷୟରେ ବିଶେଷ କରି ଧ୍ୟାନ ଦେବାକୁ ମୋଦି କହିଛନ୍ତି ...

  • ପ୍ରତ୍ୟେକ ବ୍ୟକ୍ତି ଭ୍ୟାକସିନ ନେବା ଜରୁରୀ - ଯେଉଁ ବ୍ୟକ୍ତି ଅଶିକ୍ଷିତ, ବୃଦ୍ଧ କିମ୍ବା ନିଜସ୍ବ ଯାଇ ଟିକା ନେଇପାରିବେ ନାହିଁ ସେମାନଙ୍କୁ ସହାୟତା କରିବାକୁ ଜରୁରୀ ।
  • ପ୍ରତ୍ୟେକ ବ୍ୟକ୍ତିଙ୍କ ଚିକିତ୍ସା ଜରୁରୀ- କୋରୋନାକୁ ପ୍ରତିହତ କରିବାକୁ ଯେଉଁମାନଙ୍କ ପାଖରେ ସମ୍ବଳର ଅଭାବ ରହିଥାଏ ଓ କମ ସଚେତନ ବ୍ୟକ୍ତିଙ୍କୁ ଚିକିତ୍ସା ନେଇ ଅବଗତ କରାଇବାକୁ ଆବଶ୍ୟକ ।
  • ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ବଞ୍ଚାନ୍ତୁ-ନିଜେ ସଚେତନ ରହିବା ସହ ଅନ୍ୟକୁ ସଚେତନ କରିବା । ନିଜେ ମାସ୍କ ପିନ୍ଧିବା ସହ ଅନ୍ୟ ମଧ୍ୟ ମାସ୍କ ପିନ୍ଧିବାକୁ କହିବା ।
  • ଚତୁର୍ଥ ପରାମର୍ଶ ଅତ୍ୟନ୍ତ ଗୁରୁତପୂର୍ଣ୍ଣ- କୋରୋନା ଚିହ୍ନଟ ହେବା ପରେ ପ୍ରତ୍ୟେକ ବ୍ୟକ୍ତି ନେତୃତ୍ବ ନେଇ ନିଜ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ପରିଣତ କରିବା । ଯେଉଁଠି ଗୋଟିଏ ପଜିଟିଭ ମାମଲା ସାମ୍ନାକୁ ଆସିଲେ ସେଠାରେ ସେହି ପରିବାର ତଥା ସମାଜର ଲୋକେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରିବା ଜରୁରୀ ।

ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । କୋରୋନାକୁ ନେଇ ଜାଗୃତ ରହିବାକୁ ପଡିବ । ଏହା ସହ ଟେଷ୍ଟିଂ ମଧ୍ୟ ଜରୁରୀ । କୋରୋନା ବିରୋଧରେ ଟୀକାକାରଣ ସମାଜ ସହିତ ପ୍ରଶାସନର ମଧ୍ୟ କାମ । ସେହିପରି ଯେମିତି କୌଣସି ଭ୍ୟାକସିନ ନଷ୍ଟ ନ ହୁଏ । ଆଉ ଏଥିପାଇଁ ସତର୍କ ରହିବା ସହ ଜିରୋ ଭ୍ୟାକସିନ ଟେଷ୍ଟ କୁ ଗୁରୁତୂପୂର୍ଣ୍ଣ ।

କୋରୋନା ବିରୋଧରେ ଆମର ସଫଳତା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ, ବିନା ଆବଶ୍ୟକତା ଘର ନ ବାହାରିବା, ଟୀକାକରଣରେ ସାମିଲ ହେବା ଓ ମାସ୍କ ପିନ୍ଧିବା ସହ ଅନ୍ୟ କୋଭିଡ ନିୟମ ଉପରେ ନିର୍ଭର କରେ ।

ଟିକା ଉତ୍ସବର ଏହି ଚାରିଦିନିଆ ଉତ୍ସବରେ ବ୍ୟକ୍ତିଗତ ତଥା ସମାଜ, ପ୍ରଶାସନ ସ୍ତରରେ ନିଜେ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ହେବ । କୋରୋନା ବିପକ୍ଷରେ ସଫଳତା ପାଇବାକୁ ହେଲେ ସମସ୍ତ ନିୟମକୁ ମାନି ଚଳିବାକୁ ହେବ । ଶେଷରେ ପ୍ରଧାନମନ୍ତ୍ରୀ ଜନତାଙ୍କ ବିଶ୍ବାସ ରଖିବା ସହ ପୁଣି ଥରେ କୋରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହେବା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.