ନୂଆଦିଲ୍ଲୀ: ଆଜି(ଶନିବାର) ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ବଳରାମପୁରରେ ପହଞ୍ଚି ୯୮୦୦ କୋଟି ଟଙ୍କାର ସରଜୁ କେନାଲ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ପ୍ରକଳ୍ପ କାମ ୪୦ ବର୍ଷରେ ୫୨ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ୪ବର୍ଷ ମଧ୍ୟରେ ୪୮ ପ୍ରତିଶତ କାମ ଶେଷ ହୋଇଥିବା କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।
-
Saryu Nahar National Project has been built with a cost of over Rs 9800 cr, out of which over Rs 4600 cr was provisioned in last 4 yrs. It also involves interlinking of 5 rivers-Ghaghara, Saryu, Rapti, Banganga & Rohini to ensure optimum usage of water resources of the region:PMO pic.twitter.com/XoCBcbSt1I
— ANI (@ANI) December 10, 2021 " class="align-text-top noRightClick twitterSection" data="
">Saryu Nahar National Project has been built with a cost of over Rs 9800 cr, out of which over Rs 4600 cr was provisioned in last 4 yrs. It also involves interlinking of 5 rivers-Ghaghara, Saryu, Rapti, Banganga & Rohini to ensure optimum usage of water resources of the region:PMO pic.twitter.com/XoCBcbSt1I
— ANI (@ANI) December 10, 2021Saryu Nahar National Project has been built with a cost of over Rs 9800 cr, out of which over Rs 4600 cr was provisioned in last 4 yrs. It also involves interlinking of 5 rivers-Ghaghara, Saryu, Rapti, Banganga & Rohini to ensure optimum usage of water resources of the region:PMO pic.twitter.com/XoCBcbSt1I
— ANI (@ANI) December 10, 2021
ଏହି ପ୍ରକଳ୍ପ ୫ଟି ନଦୀ ତଥା ଘାଗରା, ସରଜୁ, ରାପ୍ଟି, ବାଙ୍ଗାଙ୍ଗା ଏବଂ ରୋହିଣୀକୁ ସଂଯୋଗ କରୁଛି । ଫଳରେ ଏହି ଅଞ୍ଚଳର ଲୋକମାନେ ପ୍ରଚୁର ମାତ୍ରାରେ ଜଳ ବ୍ୟବହାର କରିପାରିବେ । ଏଥିସହ ଏହି ପ୍ରକଳ୍ପ ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳ ଯୋଗାଇବା ସହ ୬୨ ହଜାରରୁ ଅଧିକ ଗାଁର ପ୍ରାୟ ୨୯ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ଉତ୍ତରପ୍ରଦେଶର ୯ଟି ଜିଲ୍ଲା , ପୂର୍ବାଞ୍ଚଳ ୟୁପି-ବାହରାଇଚ୍, ଶ୍ରାବସ୍ତି, ବଳରାମପୁର, ଗୋଣ୍ଡା, ସିଦ୍ଧାର୍ଥନଗର, ବସ୍ତି, ସନ୍ଥ କବୀର ନାଗର, ଗୋରଖପୁର ଏବଂ ମହାରାଜଗଞ୍ଜ ଜିଲ୍ଲାବାସୀ ଏହି ପ୍ରକଳ୍ପ ହେବା ଦ୍ବାରା ଲାଭବାନ ହେବେ ।
@ANI