ETV Bharat / bharat

Manipur Election: ପ୍ରଚାର ପାଇଁ 22ରେ ମଣିପୁର ଯିବେ ପ୍ରଧାନମନ୍ତ୍ରୀ - ନିର୍ବାଚନ ପ୍ରଚାର ପାଇଁ ମଣିପୁର ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଶନିବାର ମଣିପୁର ବିଜେପି ୟୁନିଟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଯେଉଁଥିରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଓ ନିର୍ବାଚନୀ ପ୍ରଭାରୀ ସମ୍ବିତ ପାତ୍ର ଏହି ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ସୁରକ୍ଷା ଓ ପ୍ରଚାର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ

ManipurElection
ManipurElection
author img

By

Published : Feb 20, 2022, 6:55 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା 22 ତାରିଖରେ ମଣିପୁର ଯିବେ । ପୂର୍ବ ଇମ୍ପାଲ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ଘର ପାଖ ଲୁୱାଂଗସାଗବମ ମୈଦାନରେ ଆୟୋଜିତ ହେବାକୁ ଥିବା ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଏଠାରେ ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଶନିବାର ମଣିପୁର ବିଜେପି ୟୁନିଟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଯେଉଁଥିରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଓ ନିର୍ବାଚନୀ ପ୍ରଭାରୀ ସମ୍ବିତ ପାତ୍ର ଏହି ବୈଠକରେ ସାମିଲ ହୋଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ସୁରକ୍ଷା ଓ ପ୍ରଚାର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।

ସେପଟେ ଶନିବାର ମଣିପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ମାରାଥାନ ପ୍ରଚାର କରିଛନ୍ତି । ଅନ୍ୟପଟେ ଆସନ୍ତା 21 ତାରିଖରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମଣିପୁର ଗସ୍ତରେ ଯିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.