ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଆଜି ଲୋକସଭାରେ (Lok Sabha) କଂଗ୍ରେସ (Congress) ପାର୍ଟି ଉପରେ ମନଇଚ୍ଛା ବର୍ଷିଛନ୍ତି । କଂଗ୍ରେସକୁ ବିଭାଜନକାରୀ ଦଳ କହି ମୋଦି ତାମିଲନାଡୁକୁ ନେଇ ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଘେରିଛନ୍ତି କଂଗ୍ରେସକୁ ।
ମୋଦି ଲୋକସଭାରେ କହିଛନ୍ତି, ତାମିଲ ଭାବନା ସହ ରାଜନୀତି ହୋଇଛି । ତାମିଲ ଲୋକଙ୍କୁ ଉଷକାଇବା ପାଇଁ ଉଦ୍ୟମ ହୋଇଛି । ଇଂରେଜ ନୀତି ଆପଣାଇଛି କଂଗ୍ରେସ । ସମ୍ବିଧାନରେ ରାଷ୍ଟ୍ର ଶବ୍ଦ ନାହିଁ କହି ଅପମାନ କରାଯାଇଛି ସମ୍ବିଧାନ ଓ ରାଷ୍ଟ୍ରକୁ । ମୋଦି କହିଛନ୍ତି ରାଷ୍ଟ୍ର ଆମ ପାଇଁ ଜୀବନ୍ତ ଆତ୍ମା । କଂଗ୍ରେସ ପାର୍ଟି ବାରୁମ୍ବାର ଦେଶ ଓ ସମ୍ବିଧାନକୁ ଅପମାନ କରିବା ପାଇଁ ଉଦ୍ୟମ କରୁଛି ।
ମୋଦି ଆଗକୁ ଆହୁରି କହିଛନ୍ତି ତାମିଲନାଡୁରେ ଯେତେବେଳେ ଆମର ଦିବଂଗତ CDS General ବିପିନ ରାୱତଙ୍କ ଦୁର୍ଭାଗ୍ୟ ଜନକ ଦେହାନ୍ତ ହେଲା, ଆଉ ତାଙ୍କ ମରଶରୀର ବିମାନ ବନ୍ଦର ଅଭିମୁଖେ ଅଣାଯାଉଥିଲା, ସେତେବେଳେ ବିନା ସୂଚନାରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଆମର ତାମିଲବାସୀ ରାସ୍ତାରେ ଛିଡା, ହୋଇ General ବିପିନ ରାୱତଙ୍କ ମରଶରୀରେ ପୁଷ୍ପବର୍ଷା କରିଥିଲେ । ଏହାସହ ଛଳଛଳ ଆଖିରେ ବୀର ଅମର ରହେ କହି ବିଦାୟ ଦେଇଥିଲେ । ଏହାହେଉଛି ମୋର ଦେଶ । ଯେଉଁଠି ବିବିଧତା ମଧ୍ୟରେ ଏକତା ରହିଆସିଛି । ହେଲେ ଏହି କଂଗ୍ରେସ ପାର୍ଟି ସେହି ତାମିଲ ଭାବନକୁ ଅପମାନିତ କରିଛି ।
କଂଗ୍ରେସ ଉପରେ ଆହୁରି ଆକ୍ରମଣ କରି ମୋଦି କହିଛନ୍ତି, ଇଂରେଜ ଚାଲିଗଳେଣି । ହେଲେ କଂଗ୍ରେସର DNA ରେ ବିଭାଜନକାରୀ ମାନସିକତା ଭର୍ତ୍ତି ହୋଇଛି । କଂଗ୍ରେସର ନୀତି ଭାଗ ଭାଗ କର ଓ ରାଜ କର ରେ ପରିଣତ ହୋଇଛି । ଏଥିପାଇଁ ଆଜି କଂଗ୍ରେସ ଟୁକଡେ ଟୁକଡେ ଗ୍ୟାଙ୍ଗଙ୍କ ଦଳ ହୋଇଛି । କଂଗ୍ରେସ ଦଳ କ୍ଷମତାକୁ ଫେରିବାର ଇଚ୍ଛାଶକ୍ତି ହରାଇ ସାରିଛି । ସେଥିପାଇଁ ଦଳକୁ ଯାହା ମିଳିବାର ସମ୍ଭାବନା ନାହିଁ, ତାହା ବିଗାଡିବାରେ ଲାଗିଛି ।
ସୂଚନାଯୋଗ୍ୟଯେ ଗତ ସପ୍ତାହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ଉଦବୋଧନ ଦେବାବେଳେ, ବାରମ୍ବାର ତାଲିମନାଡୁର ଉଦାହରଣ ନେଇ କହିଥିଲେ, ଏହି ଦେଶର ଦୁଇଟି ଦୃଷ୍ଟିକୋଣ । ଗୋଟିଏ ଦୃଷ୍ଟିକୋଣ ହେଉଛି ଏହା ରାଜ୍ୟର ଗୁଡିକର ସଂଘ । ଅର୍ଥାତ ଆଲୋଚନା/କଥାବାର୍ତ୍ତା । ରାହୁଲା ଆହୁରି କହିଥିଲେ, ମୁଁ ଯେବେ ମୋ ତାମିଲ ଭାଇଙ୍କ ପାଖକୁ ଯାଏ, ତାଙ୍କୁ ପଚାରେ କଣ ଆବଶ୍ୟକ ସେମାନେ କୁହନ୍ତି, ତାହା ଯାହା ମୁଁ ଚାହେଁ । ସେମାନେ ପୁଣି ମତେ ପଚାରନ୍ତି, ମୁଁ କଣ ଚାହେଁ, ଆଉ ମୁଁ କୁହେ ତାହା ଯାହା ମୁଁ ଚାହେଁ ବୋଲି ରାହୁଲ କହିଥିଲେ । ରାହୁଲ ଗାନ୍ଧୀ ଆହୁରି କହିଥିଲେ କି ଏହାଏକ ବୁଝାମଣା । ଏହା ଏକ ରାଜ୍ୟ ନୁହେଁ । ଆପଣ କେବେ ମଧ୍ୟ ତାମିଲନାଡୁ ଲୋକଙ୍କୁ ଶାସନ କରିପାରିବେ ନାହିଁ ବୋଲି କହିଥିଲେ ରାହୁଲ । ଯାହାକୁ ନେଇ ବିବାଦ ମଧ୍ୟ ହୋଇଥିଲା । ଆଉ ଆଜି ପ୍ରଧାନମନ୍ତ୍ରୀ ମଧ୍ୟ କଡା ଜବାବ ଦେଇଛନ୍ତି ।
@IANS