ନୂଆଦିଲ୍ଲୀ: ଶ୍ରୀମଦ୍ ଭଗବଦ୍ ଗୀତା ଶ୍ଳୋକ ଉପରେ 21 ବିଦ୍ବାନଙ୍କ ବ୍ୟାଖ୍ୟା ସହିତ 11 ଖଣ୍ଡ ପାଣ୍ଡୁଲିପିର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଧାନୀର ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନରେ ଆୟୋଜିତ ଏହି ଉନ୍ମୋଚନରେ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଓ ବରିଷ୍ଠ ନେତା କରଣ ସିଂହ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଉନ୍ମୋଚିତ ପାଣ୍ଡୁଲିପିର ପ୍ରକାଶନ ଧର୍ମାର୍ଥ ନ୍ୟାସ ଦ୍ବାରା କରାଯାଇଛି । ଡଃ. କରଣ ସିଂହ ଏହାର ଅଧ୍ୟକ୍ଷ ଅଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗୀତା ସମ୍ପୂର୍ଣ୍ଣ ଦେଶର । ଏହାର ବିଶ୍ବବ୍ୟାପୀ ଅନେକ ଭାଷାରେ ଅନୁବାଦ କରାଯାଇଛି ।
ମୋଦି କହିଛନ୍ତି ଅନେକ ଦେଶରେ ଗୀତା ଉପରେ ଗବେଷଣା ହୋଇଛି । ଧର୍ମାର୍ଥ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ପାଣ୍ଡୁଲିପି ଅସାଧାରଣ ବିବିଧତା ଓ ଭାରତୀୟ ସୁଲେଖର ସୁକ୍ଷ୍ମତା ସହିତ ପ୍ରସ୍ତୁତ କରାଯାଇଛି । ଏଥିରେ ଅନେକ ଭାଷାକୁ ସ୍ଥାନ ଦିଆଯାଇଛି ।