ETV Bharat / bharat

Merry Christmas 2021: ବଡଦିନର ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି - ବଡଦିନର ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବ ବା ବଡଦିନ । ଦେଶବାସୀଙ୍କୁ ଏହି ପବିତ୍ର ଦିବସର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତାମନ୍ତ୍ରୀ । ଅଧିକ ପଢନ୍ତୁ

Merry Christmas: ବଡଦିନର ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

author img

By

Published : Dec 25, 2021, 11:29 AM IST

ନୂଆଦିଲ୍ଲୀ: ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଯୀଶୁ । ଓମିକ୍ରନ ଭୟାବହତା ଯୋଗୁଁ ଦେଶବ୍ୟାପୀ କଟକଣାରେ ପବିତ୍ର ବଡଦିନ ପାଳନ କରାଯାଉଛି । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଉଥିବାବେଳେ ଘରେ ରହି ବଡଦିନ ପାଳୁଛନ୍ତି ଦେଶବାସୀ । ତେବେ ଆଜି ଭଳି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ବରିଷ୍ଠ ବ୍ୟକ୍ତିବିଶେଷ ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

  • Christmas greetings to everyone! We recall the life and noble teachings of Jesus Christ, which placed topmost emphasis on service, kindness and humility. May everyone be healthy and prosperous. May there be harmony all around.

    — Narendra Modi (@narendramodi) December 25, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା । ସେବା, ଦୟା ଓ ନମ୍ରତା ଉପରେ ଆଧାରିତ ଯୀଶୁଖ୍ରୀଷ୍ଟଙ୍କ ଜୀବନ ଏବଂ ତାଙ୍କ ପ୍ରଦତ୍ତ ମହାନ ଶିକ୍ଷାକୁ ଆମେ ସ୍ମରଣ କରୁଛୁ । ସମସ୍ତେ ସୁସ୍ଥ ରୁହନ୍ତୁ ।

  • Merry Christmas to fellow citizens, especially to our Christian brothers and sisters, in India and abroad. On this joyous occasion, let us resolve to build a society that is based on the values of justice & liberty and adopt the teachings of Jesus Christ in our lives.

    — President of India (@rashtrapatibhvn) December 25, 2021 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖ୍ରୀଷ୍ଟାଧର୍ମାବଲମ୍ବୀ ଭାଇଭଉଣୀ ତଥା ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଶୁ ଯୀଶୁ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଭରି ଦିଅନ୍ତୁ ଏହା ହିଁ ମୋର କାମନା ବୋଲି କହିଛନ୍ତି ରାଷ୍ଟ୍ରପତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ବିଟର ହ୍ୟାଣ୍ଡଲରେ ଖ୍ରୀଷ୍ଟମାସର ଏକ ଭିଡିଓ ସେୟାର କରି ରାଜ୍ୟବାସୀ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମସ୍ତଙ୍କ ଜୀବନ ସୁଖଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି କାମନା କରିଛନ୍ତି ।

  • क्रिसमस के पावन अवसर पर देशवासियों को हार्दिक शुभकामनाएं देता हूं। प्रभु ईसा मसीह का दिखाया आस्था, करुणा और स्नेह का मार्ग मानवता के कल्याण और उत्कर्ष का मार्ग है। #Christmas

    — Vice President of India (@VPSecretariat) December 25, 2021 " class="align-text-top noRightClick twitterSection" data=" ">

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟ୍ବିଟ୍ କରିଛନ୍ତି, ପବିତ୍ର ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଏହା ଏପରି ଏକ ପର୍ବ ଯାହା ପ୍ରେମ, କରୁଣା ଏବଂ କ୍ଷମା ମୂଲ୍ୟବୋଧ ଉପରେ ଆମ ବିଶ୍ବାସକୁ ପୁନଃଜୀବିତ କରେ । ଆସନ୍ତୁ ଆମେ ଗରୀବଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଏବଂ ଶାନ୍ତି, ସହନଶୀଳତା ଓ ସୌହର୍ଦ୍ଦ୍ୟର ମୁଳଦୂଆ ଉପରେ ଏକ ଉତ୍ତମ ବିଶ୍ବ ଗଠନ ପାଇଁ ଯଥାସମ୍ଭବ ଚେଷ୍ଟା କରିବା ।

  • May the joys of the season fill your heart and home with smiles, warmth, health and positive energy.

    Seasons greetings and Merry Christmas!🎄 🎅 pic.twitter.com/301Bm4klfi

    — Dharmendra Pradhan (@dpradhanbjp) December 25, 2021 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି କହିଛନ୍ତି, ଏହି ଋତୁ ଆନନ୍ଦ ଆପଣଙ୍କ ହୃଦୟ ଏବଂ ଘରକୁ ହସଖୁସିରେ ଭରିଦେଉ |

  • Christmas greetings. May the virtues of kindness, peace, love and harmony always prevail. Merry Christmas!

    — Rajnath Singh (@rajnathsingh) December 25, 2021 " class="align-text-top noRightClick twitterSection" data=" ">

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ଏବଂ ପୃଥିବୀରେ ଶାନ୍ତି, ପ୍ରେମ ଏବଂ ଦୟା ସବୁବେଳେ ରହିଥାଉ ବୋଲି କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.