ETV Bharat / bharat

ଚଳିତ ସପ୍ତାହ ମୋଦି ମନ୍ତ୍ରୀମଣ୍ଡଳ ବିସ୍ତାର: ବଦଳିବ ବିଭାଗ, କିଏ ହେବ ଆଉଟ କାହାକୁ ଏଣ୍ଟ୍ରି ?

author img

By

Published : Jul 5, 2021, 10:36 PM IST

ଆସନ୍ତା ବୁଧବାର କିମ୍ବା ଗୁରୁବାର ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିସ୍ତାର । ଯେଉଁ ମନ୍ତ୍ରୀଙ୍କ କାର୍ଯ୍ୟ ସନ୍ତୋଷଜନକ ରହିନି, ସେମାନଙ୍କୁ ହଟାଯିବା ନେଇ କରାଯାଉଛି ଅନୁମାନ । ସେପଟେ ଅନେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନର ମଧ୍ୟ ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଚଳିତ ସପ୍ତାହ ମୋଦି ମନ୍ତ୍ରୀମଣ୍ଡଳ ବିସ୍ତାର; ବଦଳିବ ବିଭାଗ, କିଏ ହେବ ଆଉଟ କାହାକୁ ଏଣ୍ଟ୍ରି ?

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ହେବାକୁ ଯାଉଥିବା ପରିବର୍ତ୍ତନକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି ମୂଲ୍ୟାଙ୍କନ ପ୍ରକ୍ରିୟା । ପାସ ଫେଲ ଆଧାରରେ ନିର୍ଦ୍ଧାରିତ ମୋଦି ସରକାରରେ ଥିବା ମନ୍ତ୍ରୀଙ୍କ ଭାଗ୍ୟ ।

ଆସନ୍ତା ବୁଧବାର କିମ୍ବା ଗୁରୁବାର ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିସ୍ତାର । ଯେଉଁ ମନ୍ତ୍ରୀଙ୍କ କାର୍ଯ୍ୟ ସନ୍ତୋଷଜନକ ରହିନି, ସେମାନଙ୍କୁ ହଟାଯିବା ନେଇ କରାଯାଉଛି ଅନୁମାନ । ସେପଟେ ଅନେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନର ମଧ୍ୟ ସମ୍ଭାବନା ରହିଛି ।

ମୋଦି ସରକାରଙ୍କ ଦ୍ବିତୀୟ ଇନିଙ୍ଗ୍ସକୁ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହାରି ମଧ୍ୟରେ ମନ୍ତ୍ରୀମଣ୍ଡଳ ବିସ୍ତାରରୁ ହେବାକୁଥିବା 5 ରାଜ୍ୟରେ ମହାସମରର ରାଜନୈତିକ ସମୀକରଣର ମଧ୍ୟ ଅଙ୍କ କଷାଯାଇପାରେ ।

ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାରକୁ ନେଇ ଦଳର ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ ବସିସାରିଛି । ତେବେ 6 ଜୁଲାଇରେ ଅନ୍ତିମ ମୋହର ବାଜିବା ପରେ 7 କିମ୍ବା 8 ଜୁଲାଇ କେନ୍ଦ୍ର କ୍ୟାବିନେଟ ବିସ୍ତାର ହେବ ବୋଲି ପାୱାର କରିଡରରୁ ବାସ୍ନା ବାରିହେଉଛି ।

କେନ୍ଦ୍ର କ୍ୟାବିନେଟରେ ଏଥର ଅନେକ ନୂଆ ଚେହେରା ନଜର ଆସିପାରିନ୍ତି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କଂଗ୍ରେସ ଛାଡି ବିଜେପି ହାତ ଧରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କ୍ୟାବିନେଟରେ ମିଳିପାରେ ଜାଗା । ସେପଟେ ସୁଶୀଲ ମୋଦି, ବରୁଣ ଗାନ୍ଧୀ, ପ୍ରବୀଣ ନିଷାଦ, ରାଜୀବ ରଞ୍ଜନ ସିଂହ, ସନ୍ତୋଷ କୁଶୱାହଙ୍କ ସହିତ ଅପନାଦଳର ଅନୁପ୍ରିୟା ପଟେଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ଏପଟେ ଯେଉଁମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ଦାୟିତ୍ବ ରହିଛି ସେମାନଙ୍କୁ ଅତିରିକ୍ତ ମନ୍ତ୍ରଣାଳୟ ଛାଡିବାକୁପଡିବ । ଅତିରିକ୍ତ ଦାୟିତ୍ବ ଥିବା ମନ୍ତ୍ରୀଙ୍କ ମଧ୍ୟରେ ପ୍ରକାଶ ଜାଭଡେକର, ପିୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନିତିନ ଗଡକରୀ, ଡାକ୍ତର ହର୍ଷ ବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ସ୍ମୃତି ଇରାନୀ ଓ ହରଦୀପ ସିଂହ ପୁରୀ ସାମିଲ ରହିଛନ୍ତି ।

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ 81 ସଦସ୍ୟ ରହିପାରିବେ । ବର୍ତ୍ତମାନ ମୋଦି ସରକାରରେ ରହିଛନ୍ତି 53 ମନ୍ତ୍ରୀ । ଆଉ 28 ଜଣଙ୍କୁ ଏଥିରେ ଯୋଡାଯାଇପାରେ । ମାତ୍ର ବର୍ତ୍ତମାନ ସୁଦ୍ଧା ସୂଚନା ଅନୁଯାୟୀ 17ରୁ 22 ନୂଆ ମନ୍ତ୍ରୀ କ୍ୟାବିନେଟରେ ହୋଇପାରନ୍ତି ସାମିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.