ETV Bharat / bharat

ଭାରତ ବାୟୋଟେକରେ ମୋଦିଙ୍କ ଭ୍ୟାକ୍ସିନ ସମୀକ୍ଷା, ବୈଜ୍ଞାନିକଙ୍କୁ ଜଣାଇଲେ ଶୁଭେଚ୍ଛା - PM Narendra Modi

ଅହମଦାବାଦ ପରେ କୋଭିଡ ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାୟୋଟେକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ କୋରୋନା ଟୀକା । ଅଧିକ ପଢନ୍ତୁ...

ହାଇଦ୍ରାବାଦ 'ଭାରତ ବାୟୋଟେକ'ରେ ଭ୍ୟାକ୍ସିନ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Nov 28, 2020, 3:29 PM IST

ହାଇଦ୍ରାବାଦ: ଦେଶରେ ମହାମାରୀ ସଙ୍କଟ ମଧ୍ୟରେ 3 ସହର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦ ପରେ କୋଭିଡ ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାୟୋଟେକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ବାୟୋଟେକରେ କୋଭାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି । ତେବେ ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚି ଭ୍ୟାକ୍ସିନର ତଦାରଖ କରିଛନ୍ତି ।

ହାଇଦ୍ରାବାଦ 'ଭାରତ ବାୟୋଟେକ'ରେ ଭ୍ୟାକ୍ସିନ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଭାରତ ବାୟୋଟେକରେ କୋରୋନା ଭାଇରସ ଭ୍ୟାକ୍ସିନର ବିକାଶ ଓ ଉତ୍ପାଦନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । ସେ ଲ୍ୟାବରେ ପହଞ୍ଚି ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ତୃତୀୟ ପର୍ଯ୍ୟାୟରେ 26 ହଜାର ଲୋକଙ୍କ ଉପରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରୁଛି ଭାରତ ବାୟୋଟେକ ।

ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଭ୍ୟାକ୍ସିନର ସମୀକ୍ଷା ପରେ ଭାରତ ବାୟୋଟେକରୁ ବାହାରିଛନ୍ତି । ଏହା ପରେ ସେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅଭିମୁଖେ ଯାତ୍ରା କରିବେ । ସେଠାରେ ମଧ୍ୟ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟଡସ୍ ବାୟୋଟେକ୍ ପାର୍କ ଗସ୍ତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ସେ ଅହମ୍ମଦାବାଦର ଜାୟଡସ ବାୟୋଟେକ ପାର୍କରେ କୋଭିଡର ସ୍ବଦେଶୀ ଡିଏନଏ ଭିତ୍ତିକ ଟୀକା ବିକାଶର ସମୀକ୍ଷା କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାୟଡସ କ୍ୟାଡିଲା ଏହି ଟୀକା ପ୍ରସ୍ତୁତ କରୁଛି । ଏହି ଟିମରେ ସାମିଲ ଲୋକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ଏହି ପ୍ରୟାସରେ ଭାରତ ସରକାର ସକ୍ରିୟ ଥିବା କହିଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.