ETV Bharat / bharat

6 ରାଜ୍ୟର ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି, ବଣ୍ଟାଯିବ କୃଷିମନ୍ତ୍ରୀଙ୍କ ଚିଠି - bjp campaign at uttarpraedsh

ଡିସେମ୍ବର 25 ରେ ଅର୍ଥାତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଚାଷୀଙ୍କ ସହ ଆଲୋଚନା କରିବେ । ଏଥର କୃଷକଙ୍କୁ ପିଏମ ମୋଦି ନୂତନ କୃଷି ନିୟମର ଗୁଣବତ୍ତା ବିଷୟରେ ଜଣାଇବେ। ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି
ଉତ୍ତରପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି
author img

By

Published : Dec 23, 2020, 9:02 PM IST

ନୂଆଦିଲ୍ଲୀ: ଡିସେମ୍ବର 25 ରେ ଅର୍ଥାତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଚାଷୀଙ୍କ ସହ ଆଲୋଚନା କରିବେ। ଏହାସହ 6ଟି ରାଜ୍ୟର ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିବେ ମୋଦି । ଏଥର କୃଷକଙ୍କୁ ପିଏମ ମୋଦି ନୂତନ କୃଷି ନିୟମର ଗୁଣବତ୍ତା ବିଷୟରେ ଜଣାଇବେ । ଏହାସହ ଉତ୍ତରପ୍ରଦେଶ ବିଜେପି କର୍ମୀମାନେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଚିଠି ନେଇ ଘର-ଘର ବୁଲିବେ । କେବଳ ଏତିକି ନୁହେଁ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ମୋଦି ସମଗ୍ର ଉତ୍ତରପ୍ରଦେଶରେ ଅଢେଇ ହଜାର ଚାଷୀଙ୍କ ସହ ଯୋଡି ହେବେ । ରାଜ୍ୟରେ ଅଢେଇ ହଜାରରୁ ଅଧିକ ସ୍ଥାନରେ ଚାଷୀଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ଏକ ଅଭିଯାନ ଚଳାଇବ ଯେଉଁଥିରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହେବେ ।

ଉତ୍ତରପ୍ରଦେଶର ଚାଷୀଙ୍କୁ ଯୋଡିବା ପାଇଁ ଏହା ସବୁଠାରୁ ବଡ ମେଗା କାର୍ଯ୍ୟକ୍ରମ ହେବାକୁ ଯାଉଛି। କେବଳ ଆୱାଦରେ 377 ଟି ସ୍ଥାନ ଥିବାବେଳେ ସମଗ୍ର ଉତ୍ତରପ୍ରଦେଶର ଅଢେଇ ହଜାରରୁ ଅଧିକ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନ୍ୟପକ୍ଷେ ଦିଲ୍ଲୀରେ 28 ତମ ଦିନରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। କୃଷକମାନେ ଦଳ ଗଠନ କରିଛନ୍ତି। ବୁଝାମଣା ଡ୍ରାଫ୍ଟ ପ୍ରସ୍ତୁତ ହେଉଛି । ଅନ୍ୟପକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ୍ କରି ଚାଷୀଙ୍କୁ ଏହି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, 25 ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ୍ ସମ୍ମାନ ନିଧିର ସପ୍ତମ କିସ୍ତି ବାଣ୍ଟିବେ । ଏହାଅଧିନରେ ପ୍ରାୟ 18 ହଜାର କୋଟି ଟଙ୍କା 9 କୋଟି ଚାଷୀଙ୍କୁ ପ୍ରଦାନ କରାଯିବ । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୱାଦର ଚାଷୀଙ୍କ ସହ ଆଲୋଚନା କରିବେ। ଏଥିପାଇଁ ଉତ୍ତରପ୍ରଦେଶ ବିଜେପି ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛି। ପ୍ରତ୍ୟେକ ଜିଲ୍ଲାରେ କିଷାନ ସମ୍ବାଦ ଆୟୋଜିତ ହେବ । ଫଳରେ କୃଷି ଆଇନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଯାଇପାରିବ।

କିଷାନ ସମ୍ବାଦର ପରଦିନ ଠାରୁ ଭାରତୀୟ ଜନତା ପାର୍ଟି ନୂତନ କୃଷି ଆଇନକୁ ସମର୍ଥନ କରି ନିଜର ଅଭିଯାନ ଚଳାଇବ। ଉତ୍ତରପ୍ରଦେଶରେ 26 ଏବଂ 27 ଡିସେମ୍ବରରେ ବିଜେପି କର୍ମୀମାନେ ଘର-ଘର ଯାଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଚିଠି ଦେଖାଇବେ ଏବଂ କୃଷକଙ୍କ ସ୍ବାର୍ଥରେ କରାଯାଇଥିବା କାର୍ଯ୍ୟକୁ ଗଣନା କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.