ETV Bharat / bharat

ତାମିଲନାଡୁରେ ମୋଦି, ଭାରତୀଦାସନ ବିଶ୍ୱବିଦ୍ୟାଳୟ ସମାରୋହରେ ସାମିଲ - ତାମିଲନାଡୁରେ ମୋଦି

PM Modi Visit Tamil Nadu: ଭାରତୀଦାସନ ବିଶ୍ୱବିଦ୍ୟାଳୟର 38 ତମ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲକୁ କଲେ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

ତାମିଲନାଡୁରେ ମୋଦି
Bharathidasan University
author img

By ETV Bharat Odisha Team

Published : Jan 2, 2024, 1:04 PM IST

ଚେନ୍ନାଇ: ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ସମୟରେ ପହଞ୍ଚିବା ପରେ ତ୍ରିଚି ଭାରତୀଦାସନ ବିଶ୍ୱବିଦ୍ୟାଳୟର 38 ତମ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସମାରୋହକୁ ସମ୍ବୋଧିତ କରି ଦେଶର ଆଗାମୀ ଭବିଷ୍ୟତ ପାଇଁ ଶିକ୍ଷାର ଗୁରୁତ୍ୱ ଉପରେ କହିବା ସହ ସ୍ନାତକୋତ୍ତର ଛାତ୍ରମାନଙ୍କ ଏକାଡେମିକ ଉତ୍କର୍ଷକୁ ପ୍ରଶଂସା କରିଥିଲେ। ଏଥିସହ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲକୁ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ , '' ଭାରତୀଦାସନ ବିଶ୍ୱବିଦ୍ୟାଳୟର 38 ତମ ସମ୍ମିଳନୀ ସମାରୋହରେ ସାମଲ ହେବ ମୋ ପାଇଁ ସ୍ବତନ୍ତ୍ର। ଚଳିତ ବର୍ଷର ଏହା ମୋର ପ୍ରଥମ ଜନ ସମ୍ବୋଧନ। ମୁଁ ତାମିଲନାଡୁ ପରି ଏକ ସୁନ୍ଦର ରାଜ୍ୟକୁ ଆସି ବହୁତ ଖୁସୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏହି ସମ୍ମିଳନୀରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣ ମାନେ ଏପରି ଏକ ସମୟରେ ଦୁନିଆରେ ପାଦ ରଖିଛନ୍ତି ଯେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତେ ଆପଣଙ୍କୁ ଏକ ନୂତନ ଆଶା ସହିତ ଦେଖୁଛନ୍ତି । ଯୁବ ଅର୍ଥ ହେଉଛି ଶକ୍ତି। ଏହାର ଅର୍ଥ ହେଉଛି ଗତି, ଦକ୍ଷତା ଏବଂ ଏକାଗ୍ରତାର ସହ କାମ କରିବାର କ୍ଷମତା । ଗତ 10 ବର୍ଷ ମଧ୍ୟରେ ଦେଶରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । 74 ରୁ 150 କୁ ବୃଦ୍ଧି ପାଇଛି। ତାମିଲନାଡୁ ଏକ ସମୁଦ୍ର ତଟ । ଆପଣ ଜାଣି ଖୁସି ହେବେ ଯେ ଭାରତର ପ୍ରମୁଖ ବନ୍ଦରଗୁଡିକର ମୋଟ ମାଲ ପରିବହନ କ୍ଷମତା 2014 ମସିହାରୁ ଦ୍ୱିଗୁଣିତ ହୋଇଛି। ''

ଏହା ମଧ୍ୟ ପଢନ୍ତୁ-୫ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଜନ ୱୌଷଧୀ କେନ୍ଦ୍ର ଯୋଗୁଁ ହୋଇଛି ୨୫ ହଜାର କୋଟି ସଂଚୟ

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ମହତ୍ବପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ସହ ବାଣିଜ୍ୟିକ ବ୍ୟବୟାସ ପାଇଁ ଅନେକ ଡିଲ ମଧ୍ୟ କରିଛି। ଏହି ଡିଲ୍ ଆମର ଦ୍ରବ୍ୟ ଏବଂ ସେବା ପାଇଁ ନୂତନ ବଜାର ଖୋଲିବ। ଏହା ଆମ ଯୁବପିଢିଙ୍କ ପାଇଁ ଅସଂଖ୍ୟ ସୁଯୋଗ ସୃଷ୍ଟି କରୁଛି। ଜି -20 ପରି ଅନୁଷ୍ଠାନକୁ ମଜବୁତ କରିବା ହେଉ, ଜଳବାୟୁ ପରିବର୍ତ୍ତନ ସହ ଲଢେଇ ହେଉ କିମ୍ବା ବୈଶ୍ବିକ ଖାଦ୍ୟ ଯୋଗାଣ କ୍ଷେତ୍ରରେ ବଡ ଭୂମିକା ଗ୍ରହଣ କରିବା ହେଉ , ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନର ଏକ ଅଂଶ ଭାବରେ ଭାରତକୁ ସ୍ୱାଗତ କରାଯାଉଛି। ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ କାରଣରୁ, ଭାରତରେ ଯୁବକ ହେବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ । ଏହି ଠାରେ ଯେଉଁ ବିଜ୍ଞାନ ପଢୁଛନ୍ତି ତାହା ଆପଣ ଗାଁର ଜଣେ କୃଷକଙ୍କୁ ସାହାଯ୍ୟ କରିବ । ଆପଣ ଶିଖୁଥିବା ପ୍ରଯୁକ୍ତିବିଦ୍ୟା ଜଟିଳ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିପାରିବ । ଆପଣ ଶିଖୁଥିବା ବିଜନେସ ମ୍ୟାନେଜମେଣ୍ଟ ବ୍ୟବସାୟ କରିବାରେ ସାହାଯ୍ୟ କରିପାରିବ। ଏହା ଅନ୍ୟମାନଙ୍କ ଆୟ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ। ଆପଣ ମାନେ ଯେଉଁ ଅର୍ଥନୀତି ପଢୁଛନ୍ତି ତାହା ଦେଶରେ ଗରିବ ସଂଖ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଏଠାରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବାରେ ଯୋଗଦାନ ଦେଇପାରିବେ ।

ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1200 କୋଟି ଟଙ୍କାରେ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲର ଉଦଘାଟନ କରିଥିଲେ । ଏଥିରେ ଯାତ୍ରୀଙ୍କ ପାଇଁ ବହୁ ବ୍ୟବସ୍ଥା ରହିଛି । ଉନ୍ନତ ମାନର ସେବା ପାଇବେ ଯାତ୍ରୀ । ଉଦଘାଟନ ସମୟରେ ତାମିଲନାଡୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.