ETV Bharat / bharat

Civil Services Day: ପ୍ରଶାସନିକ ଅଧିକାରୀଙ୍କୁ ମୋଦିଙ୍କ ଗୁରୁମନ୍ତ୍ର, କର୍ତ୍ତବ୍ୟ ବିକଳ୍ପ ନୁହେଁ ସଂକଳ୍ପ

author img

By

Published : Apr 21, 2023, 1:34 PM IST

ଆଡି ସିଭିଲ ସର୍ଭିସ ଡେ ପାଳୁଛି ଦେଶ । ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Civil Services Day
PM modi on Civil Services Day

ନୂଆଦିଲ୍ଲୀ: କର୍ତ୍ତବ୍ୟ ଆମ ପାଇଁ ବିକଳ୍ପ ନୁହେଁ ସଂକଳ୍ପ । ସିଭିଲ ସର୍ଭିସ ଡେ କେବଳ ଏକ ବାର୍ଷିକ ଉତ୍ସବ ନୁହେଁ ଏହା ଏକ ସଂକଳ୍ପ । ସ୍ବାଧୀନତାର 75 ବର୍ଷ ପୂରଣ କରିଥିବାରୁ ଚଳିତ ବର୍ଷ ଏହି ସିଭିଲ ସର୍ଭିସ ଡେ ଅଧିକ ମହତ୍ତ୍ବପୂର୍ଣ୍ଣ । ଆଗାମୀ 25 ବର୍ଷ ପାଇଁ ବିଶାଳ ଲକ୍ଷ୍ୟ ହାସଲ ନେଇ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଦେଶକୁ ଆଜାଦୀର ଏହି ଅମୃତକାଳ ଯାଏଁ ଆଣିବାକୁ 20 ବର୍ଷ ପୂର୍ବରୁ ଏହି ସେବାକୁ ଆସିଥିବା ସେହି ବ୍ୟକ୍ତିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆମ ପାଖରେ ସମୟ କମ ମାତ୍ର ସାମର୍ଥ୍ୟ ଭରପୁର ରହିଛି । ଆମ ଲକ୍ଷ୍ୟ କଠିନ ମାତ୍ର ଧୈର୍ଯ୍ୟ କମ ନାହିଁ । ପାହାଡ ଉଚ୍ଚ ଚଢିବାକୁ ପଡିପାରେ ମାତ୍ର ଉଦ୍ଦେଶ୍ୟ ଆକାଶଠୁ ଅଧିକ । ସିଭିଲ ସର୍ଭିସ ଡେ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ ଦାୟିତ୍ବ ତୁଲାଇବାକୁ ଆହ୍ବାନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ''ଗତ 9 ବର୍ଷ ହେବ ଆଜି ଭାରତ ଯେଉଁଠି ପହଞ୍ଚିଛି ଶିଖର ଛୁଇଁବାକୁ ଦେଶକୁ ସେମାନେ ପ୍ରସ୍ତୁତ କରିଛନ୍ତି । ଦେଶରେ ବ୍ୟୁରୋକ୍ରାସି ସମାନ ରହିଛନ୍ତି, ଅଧିକାରୀ କର୍ମଚାରୀ ସେମାନେ ମଧ୍ୟ ସମାନ ମାତ୍ର ପରିଣାମ ବଦଳିଛି । ଗତ 9 ବର୍ଷରେ ଭାରତ ବିଶ୍ବ ମାନଚିତ୍ରରେ ଏକି ବିଶିଷ୍ଟ ଭୂମିକାରେ ଆସିଛି ସେଥିରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ରହିଛି । ଗତ 9 ବର୍ଷରେ ଗରିବୀଙ୍କୁ ସୁଶାସନର ବିଶ୍ବାସ ମିଳିଛି ସେଥିରେ ମଧ୍ୟ ପ୍ରଶାସନ ଅଧିକାରୀଙ୍କ ପରିଶ୍ରମ ରହିଛି । ଭାରତକୁ ଯଦି ବିକାଶର ନୂଆ ଗତି ମିଳିଛି ସେଥିରେ ମଧ୍ୟ ସେମାନଙ୍କ ଭୂମିକା ରହିଛି । ସେମାନଙ୍କ ଭାଗିଦାରୀ ବିନା ଏହା କେବେ ସମ୍ଭବ ହୋଇ ପାରିନଥାନ୍ତା । ପାଞ୍ଚ ପଣ ପ୍ରେରଣାରୁ ଯେଉଁ ଉର୍ଜା ମିଳେ ତାହା ସର୍ବଦା ଦେଶକୁ ଶିଖରରେ ପହଞ୍ଚାଇଥାଏ । ବିକଶିତ ଭାରତ ପାଇଁ ଦେଶର ସରକାରୀ ପ୍ରଣାଳୀ ସାଧାରଣ ଲୋକଙ୍କ ଆକାଂକ୍ଷାକୁ ସମର୍ଥନ କରିବା ଆବଶ୍ୟକ । ବିକଶିତ ଭାରତ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ଦେଶବାସୀଙ୍କ ସ୍ବପ୍ନ ସତ କରିବାରେ ସେମାନଙ୍କୁ ସହାୟତା କରିବା ଆବଶ୍ୟକ ।''

  • #WATCH | "It was due to the previous system that there were over 4 cr fake gas connections, 4cr fake ration cards, minority ministry was giving scholarship benefits to 30 lakh fake youths...": PM Modi addresses civil servants on Civil Services Day pic.twitter.com/HIHPwsBZdJ

    — ANI (@ANI) April 21, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ଏହି ଭାବନା ଥିଲା ଯେ ସରକାର ସବୁକିଛି କରିବେ । ମାତ୍ର ଏବେ ସରକାର ସମସ୍ତଙ୍କ ପାଇଁ କରିବେ ଭାବନା ରହିଛି । ଆଜିର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶ ପ୍ରଥମ, ନାଗରିକ ପ୍ରଥମ । ଆଜିର ସରକାର ବଞ୍ଚିତଙ୍କ ସ୍ବପ୍ନ ପୂରଣ କରୁଛି । ଜିଲ୍ଲା ବ୍ଲକ ସ୍ତରରେ ପହଞ୍ଚିଛି । ଏବେ ଭାରତର ସମୟ ଆସିଯାଇଛି । ତୁମମାନଙ୍କ ଉପରେ ଭରସା ରହିଛି । ତୁମକୁ ସୁଯୋଗ ଦିଆଯାଉଛି ସେହି ଭରସାକୁ ବଜାୟ ରଖିବାକୁ କାର୍ଯ୍ୟ କର । ଉତ୍ତର ଶାସନ ହେଉଛି ଚାବିକାଠି । ଯେବେ ଲୋକ କେନ୍ଦ୍ରୀକ, ବିକାଶମୂଳକ ଶାସନ ବ୍ୟବସ୍ଥା ହୋଇଥାଏ ସମସ୍ୟାର ସମାଧାନ ହୋଇଥାଏ ଏବଂ ଭଲ ପରିଣାମ ମିଳିଥାଏ । ଉତ୍ତମ ଶାସନ ସର୍ବଦା ଜନତାଙ୍କୁ ଉତ୍ତର ଦେଇଥାଏ । ଦେଶର ସମସ୍ତ ବ୍ୟୁରୋକ୍ରାସି, ସରକାରୀ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଡିଜିଟାଲ ନେଣଦେଣରେ ଭାରତ ନମ୍ବର ୱାନ । ବର୍ତ୍ତମାନ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ହୋଇଛି । ପୂର୍ବ ସରକାରୀ ବ୍ୟବସ୍ଥାରେ 4 ଲକ୍ଷରୁ ଅଧିକ ନକଲି ଗ୍ୟାସ ସଂଯୋଗ ରହିଥିଲା । 4 କୋଟି ନକଲି ରାସନ କାର୍ଡ । 30 ଲକ୍ଷରୁ ଅଧିକ ଯୁବକଙ୍କୁ ମିଥ୍ୟା ପ୍ରମାଣ ପତ୍ର ଜରିଆରେ ଛାତ୍ରବୃତ୍ତି ମିଳୁଥିଲା । ମନରେଗା ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ହେରଫରେ ହୋଇଛି । ସେବେର ସରକାର ବ୍ୟବସ୍ଥାରେ ଭ୍ରଷ୍ଟାଚାର ଚମର ସୀମାରେ ପହଞ୍ଚିଥିଲା ମାତ୍ର ବର୍ତ୍ତମାନ ଦେଶର ପ୍ରୟାସରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି ବୋଲି ସିଭିଲ ସର୍ଭିସ ଡେରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସିଭିଲ ସର୍ଭିସ ଡେ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ଏକାଧିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିବା ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ଯୋଜନାକୁ ସୁଫଳ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1947 ଏପ୍ରିଲ 21 ତାରିଖରେ ପ୍ରଥମ ଥର ସିଭିଲ ସର୍ଭିସ ଡେ ପାଳନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.