ETV Bharat / bharat

PM Modi @73: ଭାରତ ପ୍ରଧାନମନ୍ତ୍ରୀରୁ ସାଜିଛନ୍ତି ବିଶ୍ବଗୁରୁ, ସାରା ବିଶ୍ବରେ ସମର୍ଥକଙ୍କ ଜୋରଦାର ସେଲିବ୍ରେସନ - ଯଶୋଭୂମି ସମ୍ମିଳନୀ କେନ୍ଦ୍ରର ଉଦଘାଟନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିବସ । ଏନେଇ ସାରା ବିଶ୍ବରେ ସମର୍ଥକମାନେ ଜୋରଦାର ସେଲିବ୍ରେସନ କରିଛନ୍ତି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଜନ୍ମଦିବସ ପାଳି ଦିଲ୍ଲୀରେ ୭୩ ହଜାର ବର୍ଗ ମିଟରରେ ନିର୍ମିତ 'ଯଶୋଭୂମି' ସମ୍ମିଳନୀ କେନ୍ଦ୍ରର ଉଦଘାଟନ କରିବେ ମୋଦି । ଅଧିକ ପଢନ୍ତୁ

PM Modi
PM Modi
author img

By ETV Bharat Odisha Team

Published : Sep 17, 2023, 7:06 AM IST

Updated : Sep 17, 2023, 7:12 AM IST

ହାଇଦ୍ରାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିବସ । ଏହି ଅବସରରେ ଦେଶ ତଥା ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ଜନ୍ମଦିନ ପାଳନ କରୁଛନ୍ତି । ଗୁଜୁରାଟର ଏକ ଛୋଟ ଗାଁରୁ ସେ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ବିଶ୍ବସ୍ତରୀୟ ନେତା ଭାବରେ ମଧ୍ୟ ଉଭା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଅଦ୍ଭୁତପୂର୍ବ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି । ତାଙ୍କ ନେତୃତ୍ବରେ ବିଶ୍ବରେ ଭାରତର ମାନ ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଛି । ଏହାସହ ଦେଶ ଅନେକ ସଫଳତା ମଧ୍ୟ ହାସଲ କରିଛି ।

Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ୭୩ ହଜାର ବର୍ଗ ମିଟରରେ ନିର୍ମିତ 'ଯଶୋଭୂମି' ସମ୍ମିଳନୀ କେନ୍ଦ୍ରର ଉଦଘାଟନ:-

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ପ୍ରତିବର୍ଷ ଏକ ଭିନ୍ନ ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ଚଳିତ ବର୍ଷ ସେ ଦିଲ୍ଲୀର ଦ୍ବାରକାଠାରେ ୭୩ ହଜାର ବର୍ଗ ମିଟର ଜମିରେ ନିର୍ମିତ 'ଯଶୋଭୂମି' ସମ୍ମିଳନୀ କେନ୍ଦ୍ରର ଉଦଘାଟନ କରିବାକୁ ଯାଉଛନ୍ତି । ଏହାର ଏକ ଗ୍ରାଣ୍ଡ ମେନ ଅଡିଟୋରିୟମ୍, ୧୫ଟି ସମ୍ମିଳନୀ କକ୍ଷ ରହିଛି । ୧୧ ହଜାର ପ୍ରତିନିଧୀଙ୍କ ପାଇଁ ରହିବା ପାଇଁ ଆଧୁନିକ ବ୍ୟବସ୍ଥା ଅଛି । 'ଯଶୋଭୂମି'ରେ ପାର୍କିଂ, ସୁରକ୍ଷା ଏବଂ ଅନ୍ୟାନ୍ୟ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।

Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀଙ୍କ ଜନ୍ମରୁ ଏଯାବତ୍‌ :-

  • ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଗୁଜୁରାଟର ମେହସାନା ଜିଲ୍ଲାର ଭଦନଗର ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ୧୯୭୨ରେ, ସେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘରେ ଯୋଗ ଦେଇଥିଲେ ଏବଂ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।
  • ୧୯୭୮ରେ ବିକାଶମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ଭଦୋଦରାରେ ବିଭାଗୀୟ ପ୍ରଚାରକ ଦାୟିତ୍ବ ପ୍ରଦାନ କରାଯାଇଥିଲା।
  • ୧୯୮୦ ମସିହାରେ ତାଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରେ ଦକ୍ଷିଣ ଗୁଜୁରାଟ ଏବଂ ସୁରଟ ବିଭାଗ ପାଇଁ ପ୍ରଚାରକ ଦାୟିତ୍ବ ଦିଆଯାଇଥିଲା।
  • ୧୯୮୭ରେ ବିଜେପିରେ ସେ ଯୋଗ ଦେଇଥିଲେ ଏବଂ ଗୁଜୁରାଟ ୟୁନିଟର ସାଧାରଣ ସମ୍ପାଦକ ହୋଇଥିଲେ ।
  • ୧୯୮୭ରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ନୟା ରଥଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
  • ୧୯୮୭ରେ ବିଜେପି ଦ୍ବାରା ଆୟୋଜିତ ଲୋକ ଶକ୍ତି ଯାତ୍ରାକୁ ବାହାର କରାଯାଇଥିଲା । ସେ ୩ ମାସ ପର୍ଯ୍ୟନ୍ତ ଚାଲିଥିବା ଯାତ୍ରାରେ ସକ୍ରିୟ ଭାବରେ ଜଡିତ ରହିଥିଲେ ।
  • ୧୯୯୦ରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ​​୪୩ଟି ସିଟ୍ ମଧ୍ୟରୁ ୬୭ଟି ସିଟ୍ ବିଜେପିକୁ ଯାଇଥିଲା । ଏହି ନିର୍ବାଚନରେ ​​ତାଙ୍କର ବହୁତ ଅବଦାନ ଥିଲା ।
  • ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୨୨ ମେ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏହି ପଦବୀରେ ରହିଆସିଥିଲେ ।
  • ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ସେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
  • ଗୁଜୁରାଟରେ କ୍ରମାଗତ ୩ଟି ନିର୍ବାଚନରେ ​​ଦଳର ବିଜୟ ପରେ ସେ ଜାତୀୟ ସ୍ତରରେ ନିଜକୁ ଦୃଢ ଭାବରେ ପ୍ରତିଷ୍ଠିତ କରିଥିଲେ।
  • ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି ଭାରତର ୧୫ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
  • ବହୁ ସଂଖ୍ୟାରେ ଜିତିବା ପରେ ନରେନ୍ଦ୍ର ମୋଦି ୩୦ ମେ ୨୦୧୯ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।
  • ସେ କ୍ରମାଗତ ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।
  • ଏହାପୂର୍ବରୁ ନରେନ୍ଦ୍ର ମୋଦି ୭ ଅକ୍ଟୋବର ୨୦୦୧ରୁ ମେ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2023, 7:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.