ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ତଥା ପ୍ରିନ୍ସିପାଲ ଆଡଭାଇଜର ପିକେ ସିହ୍ନା । 1977 ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପିକେ ସିହ୍ନାଙ୍କୁ 2019ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିନ୍ସିପାଲ ଆଡଭାଇଜର ଭାବେ ନିଯୁକ୍ତ କରାଯାଇଥିଲା ।
ବ୍ୟକ୍ତିଗତ କାରଣରୁ ପିକେ ସିହ୍ନା ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ନୃପେନ୍ଦ୍ର ମିଶ୍ରଙ୍କ ଇସ୍ତଫା ପରେ 2019ରେ ପିଏମଙ୍କ ମୁଖ୍ୟ ପରାମର୍ଶଦାତା ଦାୟିତ୍ବ ସମ୍ଭାଳିଥିଲା ସିହ୍ନା । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି(ଏଏସଡି) ନିଯୁକ୍ତ କରାଯାଇଥିଲା ।
ଆହ୍ଲାବାଦର ଉପଜିଲ୍ଲାପାଳ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ପିକେ ସିହ୍ନା । 2015ରେ କ୍ୟାବିନେଟ ସଚିବ ପିକେ ସିହ୍ନାଙ୍କ କାର୍ଯ୍ୟକାଳ 1 ବର୍ଷ ବୃଦ୍ଧି କରାଇଥିଲେ କେନ୍ଦ୍ର ସରକାର । କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ ସର୍ବାଧିକ 2 ବର୍ଷ ହୋଇଥାଏ ।
ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ପିକେ ସିହ୍ନା ଏହା ପୂର୍ବରୁ ପାୱାର ସେକ୍ରେଟାରୀ ଥିଲେ । 1977 ବ୍ୟାଚ୍ର ସଚିବଙ୍କ ମଧ୍ୟରେ ବରିଷ୍ଠ ଥିଲେ ସିହ୍ନା । ଏଥିପାଇଁ ତାଙ୍କ ବରିଷ୍ଠତାକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ନିଯୁକ୍ତ କରାଯାଇଥିଲା ।