ETV Bharat / bharat

ରାହୁଲ ଭୁଲିଗଲେ ନିଜ ବୟାନ, ଲକଡାଉନ ପାଇଁ ମୋଦିଙ୍କୁ କଲେ ଦାୟୀ - pandemic

ଦେଶରେ କୋରୋନାକୁ ମୁକାବିଲା କରିବାକୁ ନେଇ କେନ୍ଦ୍ରର ପ୍ରସ୍ତୁତି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ
ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ
author img

By

Published : May 7, 2021, 10:53 AM IST

ନୂଆଦିଲ୍ଲୀ: ଦେଶରେ କୋରୋନାକୁ ମୁକାବିଲା କରିବାକୁ ନେଇ କେନ୍ଦ୍ରର ପ୍ରସ୍ତୁତି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୋଭିଡ ସ୍ଥିତି ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣନୀତି ସମ୍ପୂର୍ଣ୍ଣ ବିଫଳ ହୋଇଛି ଯାହା ଦେଶକୁ ଲକଡାଉନ ଆଡକୁ ଠେଲୁଛି । ଦେଶରେ ସମ୍ପୂର୍ଣ୍ଣ ଲକଡାଉନକୁ ମୁଁ ବିରୋଧ କରୁଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ପୂର୍ବଥର ଦେଶରେ ଲକଡାଉନ ଜନତାଙ୍କ ଉପରେ ଭାରି ପଡିଥିଲା । ତେଣୁ ମୁଁ ଏଥର ଲକଡାଉନକୁ ସମ୍ପୂର୍ଣ୍ଣ ବିରୋଧ କରୁଛି । ମାତ୍ର କୋଭିଡ ସ୍ଥିତି ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ବିଫଳତା ଦେଶରେ ଲକଡାଉନ ପରିସ୍ଥିତି ସୃଷ୍ଟି କରୁଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଯଦି ଦେଶରେ ଲକଡାଇନ ଲାଗୁ ହେଉଛି ତେବେ ଗରିବଙ୍କୁ ଆର୍ଥିକ ପ୍ୟାକେଜ ସହିତ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉ ବୋଲି କହିଛନ୍ତି ରାହୁଲ । ପୂର୍ବରୁ ମେ 4ରେ ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ ଲକଡାଉନ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ ରାହୁଲ ମାତ୍ର ବର୍ତ୍ତମାନ ଲକଡାଉନକୁ ବିରୋଧ କରିଛନ୍ତି ।

ମହାମାରୀକୁ ନିୟନ୍ତ୍ରଣ କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ ଗନ୍ଧୀ । କୋଭିଡ ସ୍ଥିତି ନେଇ ଆଜି (ଶୁକ୍ରବାର) ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ସହିତ ଭିଡିଓ କନଫେରନ୍ସିଂ ଜରିଆରେ ବୈଠକ କରିବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଏହା ସହିତ ଦେଶରେ ଲଗାତାର ଭାବରେ ବଢିଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି ନିର୍ବାଚନ ସରିଲା ଲୁଟ ଆରମ୍ଭ ହେଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.